ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୁବନେଶ୍ବରରେ ପ୍ରବଳ ବର୍ଷା, ଜାତୀୟ ରାଜପଥରେ ଟ୍ରାଫିକ ଜାମ

ଭୁବନେଶ୍ବର,୨୬।୬ : ରାଜଧାନୀ ଭୁବନେଶ୍ବରେ ବୁଧବାର ମଧ୍ୟାହ୍ନରେ ପ୍ରବଳ ବର୍ଷା । ଅପରାହ୍ନ ଗୋଟାଏରୁ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷାରେ ବେହାଲ ଭୁବନେଶ୍ବର। ରାଜଧାନୀ ରାଜରାସ୍ତାରେ ପାଣି ଲହଡୀ ମାରିଥିଲା।  ଭୁବନେଶ୍ବରରେ  ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିଲା। ରାସ୍ତାରେ ପାଣି ଜମି ରହିଥିବାରୁ   ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ପ୍ରବଳ ବର୍ଷାରେ  ଇସ୍କନ ଛକ ନିକଟରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଇସ୍କନ ଛକରେ ଜମି ରହିଥିବା ବର୍ଷା ପାଣିରେ ଏକ ବସ ଫସି ରହିଥିଲା।   ଏପେଟ ସିଆରପିରୁ ଫାୟାର ଷ୍ଟେସନ ଛକ ରାସ୍ତାରେ ଅନୁରୂପ ଅବସ୍ଥା।  ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ବିଶେଷ କରି ବର୍ଷା ଛାଡିବା ପରେ ପରିସ୍ଥିତି ଅଣାୟତ ହୋଇ ପଡିଥିଲା। ରାଜଧାନୀର ଅଧିକାଂଶ ରାସ୍ତାରେ ଟ୍ରାଫିକ ଜାମ ହୋଇଥିଲା। ଜାତୀୟ ରାଜପଥରେ ପାଣି ଜମିବା ଯୋଗୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସିଆରପି ଛକରୁ ଫାୟାର ଷ୍ଟେସନ ଛକ ରାସ୍ତାରେ ବର୍ଷା ଜଳ ଜମିବାରୁ ଲୋକମାନଙ୍କ ବାଇକରେ ପାଣି ପଶିଯାଇଥିଲା। ସେହିପରି ଏହି ରାସ୍ତାରେ ଟ୍ରାଫିକ ଜାମ ଯୋଗୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମରେ ଫସି ରହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.