ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ରାମ ରହିମଙ୍କୁ ପାରୋଲ ଦେବା ପୂର୍ବରୁ ଆମଠାରୁ ଅନୁମତି ନିଅନ୍ତୁ’, ହରିୟାଣା ସରକାରଙ୍କୁ ହାଇକୋର୍ଟଙ୍କ କଡା ନିର୍ଦେଶ

ନୂଆଦିଲ୍ଲୀ,୨୯।୨: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ମିଳିଥିବା ପାରୋଲକୁ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ରାମ ରହିମଙ୍କୁ କୋର୍ଟଙ୍କ ବିନା ଅନୁମତିରେ ପାରୋଲ ଦିଆନାଉ। ଏହା ସହିତ କୋର୍ଟ ଏହା ମଧ୍ୟ ପଚାରିଛନ୍ତି ଏଭଳି ଆଉ କେତେ ଲୋକଙ୍କୁ ପାରୋଲ ଦିଆଯାଇଛି ?

ଶିରୋମଣି ଗୁରୁଦ୍ବାରା ପ୍ରବଦ୍ଧକ କମିଟି(ଏସଜିପିସି) ପଞ୍ଜାବ-ହରିୟାଣା ହାଇକୋର୍ଟରେ ଆବେଦନ ଦାଖଲ କରି ରାମ ରହିମଙ୍କୁ ପାରୋଲ ଦିଆଯିବାର ବିରୋଧ କରିଥିଲେ, ଯାହା ଉପରେ ଶୁଣାଣି କରି ହାଇକୋର୍ଟ ହରିୟାଣା ସରକାରଙ୍କୁ କହିଛନ୍ତି, ଏବେ ଆଗକୁ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ପାରୋଲ ଦେବା ପୂର୍ବରୁ ହାଇକୋର୍ଟଙ୍କୁ ଅନୁମତି ନିଆଯାଉ। ଏହା ସହିତ ଏଭଳି କେତେ ଲୋକ ଆହୁରି ଅଛନ୍ତି, ଯାହାଙ୍କୁ ରାମ ରହିମଙ୍କ ପକ୍ଷରୁ ପାରୋଲ ଦିଆଯାଇଛି। ଏହା ସହିତ ତାଙ୍କର ଲିଷ୍ଟ କୋର୍ଟଙ୍କୁ ଦିଆଯାଉ।

ନିକଟରେ ରାମ ରହିମଙ୍କୁ ୫୦ ଦିମର ପାରୋଲ ଦିଆଯାଇଥିଲା। ଏହା ପୂର୍ବରୁ ତାଙ୍କୁ ନଭେମ୍ବର ୨୦୨୩ ରେ ୨୧ ଦିନର ପାରୋଲରେ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ଗୁରମିତ ରାମ ରହିମ ବର୍ତ୍ତମାନ ରୋହତକର ସୁନାରିଆ ଜେଲ୍‌ରେ ୨୦ ବର୍ଷର ଜେଲ୍‌ ସଜା କାଟୁଛନ୍ତି। ପାରୋଲ ମିଳିବା ପରେ ୟୁପିର ବାଗପତର ବରନାଲା ଆଶ୍ରମ ପହଁଞ୍ଚିବା ମାତ୍ରେ ରାମ ରହିମ ଏକ ଭିଡିଓ ଜାରି କରିଥିଲେ। ସେ ଭକ୍ତଙ୍କୁ ସମ୍ବୋଧିତ କରି କହିଥିଲେ ପୁଣିଥରେ ଆପଣଙ୍କ ସେନାରେ ହାଜର ହୋଇଛି। ଆପଣ ଯେଉଁଠି ଅଛନ୍ତି, ସେଠାରେ ସେ ଖୁସି ମନାନ୍ତୁ। ୟୁପି ଆସିବାର ଦରକାର ନାହିଁ। ନିଜର ଫଲୋଅର୍ସଙ୍କୁ ରାମ ରହିମ କହିଛନ୍ତି, ରାମଙ୍କ ପର୍ବ ଚାଲୁଛି। ଆପର ସବୁ ସେଥିରେ ସାମିଲ ହୁଅନ୍ତୁ। ଆମେ ସବୁ ରାମଙ୍କ ସନ୍ତାନ। ରାମ ରହିମ କହିଛନ୍ତି ଦେଶ ଦୀପାବଳି ପାଳନ କରୁଛି। ଆପଣ ମଧ୍ୟ ସେଥିରେ ସାମିଲ ହୁଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.