ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

କୁରୁକ୍ଷେତ୍ରରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକକୁ ଧକ୍କା ଦେବା ପରେ କାର୍‌ରେ ଲାଗିଲା ନିଆଁ, ୩ ମୃତ, ଜଣେ ଗୁରୁତର...

ନୂଆଦିଲ୍ଲୀ: ହରିୟାଣାର କୁରୁକ୍ଷେତ୍ରରୁ ଏକ ଭୟଙ୍କର ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଟ୍ରକ ଏବଂ କାର ମଧ୍ୟରେ ବଡ଼ ଧକ୍କା ହୋଇଛି । ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, କାରରେ ନିଆଁ ଲାଗି ଯାଇଥିଲା। କାରରେ ନିଆଁ ଲାଗିଯିବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା କୁରୁକ୍ଷେତ୍ର ଜିଲ୍ଲାର ପେହୋବା ନିକଟରେ ଘଟିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ଏହି ଘଟଣା ଘଟିଛି । ମୃତକଙ୍କ ବୟସ ୨୦ ରୁ ୨୨ ବର୍ଷ ବୋଲି କୁହାଯାଉଛି । ପିହୋବା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ସତୀଶ କୁମାର କହିଛନ୍ତି ଯେ, ଚାରିଜଣ ଯୁବକ ପରୀକ୍ଷା ଦେବା ପାଇଁ ଚଣ୍ଡିଗଡ଼କୁ ଯାଉଥିଲେ, ଏହି ସମୟରେ ସେମାନଙ୍କ କାର ପିହୋଭା-କୁରୁକ୍ଷେତ୍ର ରାସ୍ତାରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ପରେ କାରରେ ନିଆଁ ଲାଗି ଯାଇଥିଲା । ସମସ୍ତ ତିନିଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ମାନେ ଗାଡିରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଛନ୍ତି । 

ମୃତମାନେ ରାଜସ୍ଥାନର ପିଲାନି ଏବଂ ହରିୟାଣାର ରୋହତକ ବାସିନ୍ଦା । ଗୁରୁତର ଜଣକ କୁରୁକ୍ଷେତ୍ରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ପୋଲିସ କହିଛି ଯେ, ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ମୃତ ତଥା ଆହତଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଉଦ୍ୟମ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.