ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

୬ ଭାରତୀୟ ମୁଦ୍ରା, ୯୦ଦଶକରେ ହେଉଥିଲା ବହୁଳ ବ୍ୟବହାର: ଫଟୋ ସେୟାର କରି ସ୍ମୃତି ମନେପକାଇଲେ IAS ଅଫିସର୍

ନୂଆଦିଲ୍ଲୀ ୨୫/ ୦୨: ଦିନ ଥିଲା କିଛି ଜିନିଷର ମୂଲ୍ୟ ବେଶ୍‌ ମାଇନା ରଖୁଥିଲା । ସେଗୁଡିକୁ ବ୍ୟବହାର କରି ବହୁତ କିଛି ପାଇପାରୁଥିଲେ । କିନ୍ତୁ ସମୟ ସ୍ରୋତରେ ଅନେକ କିଛି ବଦଳିଗଲାଣି । ଯେଉଁ ଟଙ୍କାର ମୂଲ୍ୟରେ ଅନେକ କିଛି ପାଇପାରୁଥିଲେ ଏବେ ତାହା ଚଳନୀୟ ବି ନୁହେଁ । ଅର୍ଥାତ୍‌ ବଜାରରେ ସେଗୁଡିକର ବ୍ୟବହାର ମଧ୍ୟ ବନ୍ଦ ହୋଇଗଲାଣି । କିନ୍ତୁ ସେହି ୫ ପଇସା, ୧୦ ପଇସା, ୨୫ ପଇସା କଏନ୍‌ର ଆକୃତି ଏବଂ ସେହି ପଇସାଗୁଡିକୁ ନେଇ କ'ଣ କ'ଣ କିଣାଯାଉଥିଲା ତାହା ଜୀବନବ୍ୟାପୀ ସ୍ମରଣୀୟ ହୋଇ ରହିବ ନିଶ୍ଚୟ ।

{"width":831,"height":1372}
Image

ଭାରତରେ ଏଭଳି କିଛି କଏନ୍‌ ଯାହାକି ଏବେ ବନ୍ଦ ହୋଇଯାଇଛି । ଯେମିତିକି ୫ ପଇସା କଏନ୍, ୧୦ ପଇସା, ୨୦ ପଇସା, ୨୫ ଓ ୫୦ ପଇସା କଏନ୍‌ ବ୍ୟବହାର ବହୁଳ ମାତ୍ରାରେ ହେଉଥିଲା । ୯୦ ଦଶକରେ ଏହି ଭାରତୀୟ କଏନ୍‌ ଗୁଡିକର ମୂଲ୍ୟ ବେଶ୍‌ ଅଧିକ ଥିଲା । ୯୦ ଦଶକର ଜନ୍ମିତ ପିଲାମାନେ ଏଗୁଡିକୁ କେଉଁଠି ନା କେଉଁଠି ବ୍ୟବହାର କରିଥିବେ । ଏବେ ଏଗୁଡିକ ପୁଣି ଚର୍ଚ୍ଚାରେ । ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଏହି କଏନ୍‌ ଗୁଡିକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଯାହା କି ପିଲାଦିନର କଥା ମନେପକାଇ ଦେବ । କାରଣ ଏଗୁଡିକ କେବଳ କଏନ୍‌ ନଥିଲା ବରଂ ଏକ ସ୍ବତନ୍ତ୍ର ଭାବନା ଥିଲା ।

wp:html /wp:html

ଆଇଏଏସ୍‌ ଅଧିକାରୀ ଅବନୀଶ ଶରନ ଏକ ଫଟୋ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ୬ଟି ଭାରତୀୟ ମୁଦ୍ରା ଦେଖିବାକୁ ମିଳୁଛି । ଅବଶ୍ୟ ସେଗୁଡିକ ଏବେ ଚଳନୀୟ ନୁହେଁ କିନ୍ତୁ ସ୍ମୃତି ସାଉଁଟିବା ପାଇଁ ଢେର୍‌ । ଟ୍ବିଟ୍‌ କରି ଅବନୀଶ ଶରନ ଲେଖିଛନ୍ତି, 'ଆପଣମାନେ ଏହି ମୁଦ୍ରା ବ୍ୟବହାର କରି କିଛି କିଣିଛନ୍ତି କି?' ଅନେକ ଟ୍ବିଟର ୟୁଜର ଏହାର ରିପ୍ଲେ ଦେବା ସହିତ ସ୍ମୃତି ବଖାଣିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, 'ଚାଲିଯାଇଥିବା ୯୦ ଦଶକ ଖୁବ ସୁନ୍ଦର ଥିଲା'। ଆଉ ଜଣେ ଲେଖିଛନ୍ତି, ୨୦ ପଇସା ଦେଇ ଆମେ ଚୁଇଂଙ୍ଗମ୍‌ କିଣୁଥିଲୁ । ଭାର୍ଗବ ମିତ୍ର ଲେଖିଛନ୍ତି, ଏହି ମୁଦ୍ରାଗୁଡିକରେ ଅନେକ ସ୍ମୃତି ରହିଛି ।

{"id":539668,"width":840,"height":289,"sizeSlug":"full","linkDestination":"none"}
{"id":539669,"width":829,"height":708,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.