ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ରାମାୟଣକୁ ଅପମାନ କରିବା ପଡିଲା ମହଙ୍ଗା, ଆଇଆଇଟି ଛାତ୍ର ଗଣିବେ ମୋଟା ଅଙ୍କର ଫାଇନ୍

ନୂଆଦିଲ୍ଲୀ,୨୦/୬:  ରାମାୟଣକୁ ଅପମାନ କରିବା ମହଙ୍ଗା ପଡିଲା। ନାଟକ ମାଧ୍ୟମରେ ରାମ ସୀତାଙ୍କୁ ଅପମାନିତ କରି ଫସିଲେ ବମ୍ବେ ଆଇଆଇଟି ଛାତ୍ର। ଏନେଇ ତାଙ୍କୁ ଦେବାକୁ ପଡିବ ଫାଇନ ।  ୮ ଜଣ ଛାତ୍ରଙ୍କ ଉପରେ ୧ ଲକ୍ଷ ୬୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ସୂଚନା ମୁତାବକ, ବମ୍ବେ ଆଇଆଇଟିର ବାର୍ଷିକ ଉତ୍ସବରେ କିଛି ଛାତ୍ର ଏକ ନାଟକ ପରିବେଷଣ କରିଥିଲେ। ଏହାର ନାଁ ଥିଲା ରାହୋବନ। ଏହା ରାମାୟଣ ଉପରେ ଆଧାରିତ ଥିଲା। କିଛି ଗ୍ରାଜୁଏଟ୍‌ ଓ ଜୁନିଅର୍‌ ଛାତ୍ର ମିଶି ଏହି ନାଟକ ପରିବେଷଣ କରିଥିଲେ। ତେବେ ଏହି ନାଟକ ଜରିଆରେ ଛାତ୍ରମାନେ ଭଗବାନ ରାମ ଓ ସୀତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସେମାନେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ତେବେ ଏହି ଅଭିଯୋଗ ପରେ ସମସ୍ତ ୮ ଛାତ୍ରଙ୍କୁ ବମ୍ବେ ଆଇଆଇଟି ପକ୍ଷରୁ ନୋଟିସ୍‌ ଜରି କରାଯାଇଛି। ଗ୍ରାଜୁଏଟ୍‌ ଛାତ୍ରଙ୍କ ଉପରେ ୧ ଲକ୍ଷ ୨୦ହଜାର ଟଙ୍କା ଜରିମାନା ଲାଗୁ କରାଯିବା ସହ ସେମାନଙ୍କ ପୁରସ୍କାର ପାଇଁ ମଧ୍ୟ ମାନ୍ୟତା ରଦ୍ଦ କରାଯାଇଛି। ଅନ୍ୟପଟେ ଜୁନିୟରମାନଙ୍କୁ ୪୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଛାତ୍ରମାନଙ୍କ ହଷ୍ଟେଲ ସୁବିଧା ଉପରେ ମଧ୍ୟ ବ୍ୟାନ୍‌ ଲଗାଯାଇଛି। ଅଭିଯୋଗ ପରେ ଅନୁଶାସନାତ୍ମକ କମିଟିର ସୁପାରିଶକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.