ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଚିଲିକାରେ ବେଆଇନ ବିଦେଶୀ ପକ୍ଷୀଙ୍କ ଶିକାର,୧୮ ଟି ମୃତ ଏବଂ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ

ଟାଙ୍ଗୀ,୧୦/୭: ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର । ୧୮ ଟି ମୃତ ବିଦେଶୀ ପକ୍ଷୀଙ୍କ ସହ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରାଯାଇଛି। ଏହା ସହ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଚିଲିକା କୂଳରେ ହୋଇଛି ଏହି ଧରପଗଡ଼।

ସୂଚନା ଅନୁଯାୟୀ, ଚିଲିକାରେ ବିଦେଶୀ ପକ୍ଷୀଙ୍କ ବେଆଇନ ଶିକାର ଚାଲିଛି। ଗୋଟିଏ ଜୀବନ୍ତ ଓ ୧୮ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଏହି ପକ୍ଷୀଙ୍କୁ ଏକ ବସ୍ତାରେ ଭର୍ତ୍ତି କରି ନେଉଥିବା ବେଳେ ଶିକାରୀକୁ ଧରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଚିଲିକା କୂଳରୁ ଏହି ଧରପଗଡ଼ ହୋଇଛି। 

ଏନେଇ ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫଓ କହିଛନ୍ତି ଯେ, ବିଷ ପ୍ରୟୋଗ କରି ଚିଲିକାରୁ ଶିକାରୀ ଜଣକ ବିଦେଶୀ ପକ୍ଷୀଙ୍କ ଶିକାର କରିଛି। ଗିରଫ ହୋଇଥିବାଶିକାରୀ ଜଣକ ଟାଙ୍ଗୀ ନିକଟସ୍ଥ ଭୁଷଣ୍ଡପୁର ଗ୍ରାମ ବିଧାରପୁର ସାହିର ଭାଗିରଥୀ ସ୍ୱାଇଁ । ମୃତ ପକ୍ଷୀ ଗୁଡିକର ପଞ୍ଚନାମା ସହିତ ଜୀବନ୍ତ ପକ୍ଷୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛାଡି ଦିଆଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ କହିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.