ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଅସହ୍ୟ ଗରମରୁ ମିଳିବ ନିସ୍ତାର , ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

ନୂଆଦିଲ୍ଲୀ : ଉତ୍ତର ଭାରତରେ ଏହି ସମୟରେ ଖୁବ୍‌ ଗରମ ଅନୁଭୂତ ହେଉଛି। ଧିରେ ଧିରେ ତାପମାତ୍ରାରେ ବୃଦ୍ଧି ଘଟୁଛି। ଉତ୍ତାପ ମଧ୍ୟରେ ପାଣିପାଗ ବିଭାଗ ଖୁସି ଖବର ଦେଇଛି। ପୂର୍ବୋତ୍ତର ଭାରତର ରାଜ୍ୟରେ ଆଗାମୀ ୫ ଦିନ ଯାଏ ଅର୍ଥାତ୍‌ ୪ ଅପ୍ରେଲ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ , ଉତ୍ତର ଭାରତର ପାହାଡିଆ ରାଜ୍ୟ ଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ହେଲେ ମଧ୍ୟ ଭାରତର ରାଜ୍ୟ ଗୁଡ଼ିକରେ ଦୁଇରୁ ଚାରି ଅପ୍ରେଲ ମଧ୍ୟରେ ହିଟ୍‌ୱେଭ୍‌ର ମଧ୍ୟ ଚେତାବନୀ ଜାରି କରାଯାଇଛି।

ଗତ ୨୪ ଘଣ୍ଟାର ପାଣିପାଗର କଥା କହିବା ତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ , ପୂର୍ବୀୟ ମଧ୍ୟ ପ୍ରଦେଶରେ କୁଆପଥର ପଡ଼ିବ। ଏହା ବ୍ୟତୀତ ଜମ୍ମୁ କାଶ୍ମୀର, ଲଦ୍ଦାଖ , ହିମାଚଳ ପ୍ରଦେଶରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସେପଟେ ପଞ୍ଜାବ ଗାଙ୍ଗେୟ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ଆସାମ, ମେଘାଳୟ, ଲାକ୍ଷାଦ୍ୱୀପ , ହରିଆଣା , ଚଣ୍ଡିଗଡ଼ , ଦିଲ୍ଲୀ ,ପୂର୍ବୀୟ ଉତ୍ତର ପ୍ରଦେଶ , ପଶ୍ଚିମୀ ରାଜସ୍ଥାନ , ମଧ୍ୟ ପ୍ରଦେଶ , ବିଦର୍ଭ , ଛତିଶଗଡ଼, ଆଣ୍ଡାମାନ, ବିହାର , ଓଡ଼ିଶା , କୋଙ୍କଣ ଓ ଗୋଆରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପୂର୍ବୀୟ ମଧ୍ୟ ପ୍ରଦେଶ ଓ ମଧ୍ୟ ମହାରାଷ୍ଟ୍ରରେ ରାତି ସମୟରେ ଗରମ ଅନୁଭୂତ ହୋଇଛି।

ପାଣିପାଗ ବିଭାଗ ଅନୁସାରେ, ଦୁଇ ଅପ୍ରେଲ ଓ ୫ ଅପ୍ରେଲରେ ପଶ୍ଚିମୀ ହିମାଳୟୀ କ୍ଷେତ୍ରରେ ଦୁଇଟି ନୂଆ ପଶ୍ଚିମା ଝଡ଼ ପ୍ରବେଶ କରିବାକୁ ଯାଉଛି, ଯେଉଁଥି ପାଇଁ ପାଣିପାଗ ବିଭାଗରେ ପରିବର୍ତ୍ତନ ଆସିବ। ଜମ୍ମୁ କାଶ୍ମୀର, ଲଦ୍ଦାଖ, ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡରେ ୩ ଅପ୍ରେଲରୁ ୬ ଅପ୍ରେଲ ମଧ୍ୟରେ ବର୍ଷା, ଝଡ଼ ତୋଫାନ ଓ ବଜ୍ରପାତର ସମ୍ଭାବନା ରହିଛି। ଏହା ବ୍ୟତୀତ , ପଞ୍ଜାବ , ହରିଆଣା, ଚଣ୍ଡିଗଡ଼ରେ ମଧ୍ୟ ୩ରୁ ୫ ଅପ୍ରେଲ ମଧ୍ୟରେ ବର୍ଷା , ଝଡ଼ ତୋଫାନର ଚେତାବନୀ ଜାରି କରାଯାଇଛି। 

ପାଣିପାଗ ବିଭାଗ ଅନୁସାରେ , ଅରୁଣାଚଳ ପ୍ରଦେଶ , ଆସାମ , ମେଘାଳୟ , ନାଗାଲ୍ୟାଣ୍ଡ, ମଣିପୁର , ମିଜୋରାମ , ତ୍ରିପୁରା , ସିକ୍କିମରେ ୩୧ ମାର୍ଚ୍ଚରୁ ୪ ଅପ୍ରେଲ ମଧ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହା ବ୍ୟତୀତ ଝଡ଼ ତୋଫାନ ଓ ବଜ୍ରପାତର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.