ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଶାନ୍ତିର ବାର୍ତ୍ତା ଦେଲେ ମୋଦି , ଜେଲେନସ୍କିଙ୍କୁ କହିଲେ ...

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି। ରାଜଧାନୀ କିଭ୍‌ରେ ୟୁକ୍ରେନୀ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି , ଆମେ ଯେଉଁ ଦ୍ୱିତୀୟ ରାସ୍ତା ଚୟନ କରିଛୁ, ତାହା ହେଉଛି ଯୁଦ୍ଧ ଠାରୁ ଦୂରେଇ ରହିବା। ଆମେ ବହୁତ ଦୃଢତାର ସହ ଯୁଦ୍ଧ ଠାରୁ ଦୂରରେ ରହିଛୁ। ଆମେ ପ୍ରଥମ ଦିନରୁ ହିଁ ଗୋଟିଏ ପକ୍ଷରେ ରହିଛୁ , ତାହା ହେଉଛି ଶାନ୍ତି । ଆମେ ବୁଦ୍ଧଙ୍କ ମାଟିରେ ଜନ୍ମ ହୋଇଛୁ , ଯେଉଁଠି ଯୁଦ୍ଧର କୌଣସି ସ୍ଥାନ ନାହିଁ। ଆମେ ମହାତ୍ମା ଗାନ୍ଧୀଙ୍କ ଦେଶର ଲୋକ , ଯିଏକି ପୂରା ଦୁନିଆକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେତେବେଳେ ଯୁଦ୍ଧର ପ୍ରାରମ୍ଭ ଦିନ ଥିଲା, ସେତେବେଳେ ଆପଣ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ବାହାର କରିବାରେ ସାହାଯ୍ୟ କରି ଥିଲେ। ମୁଁ ସଙ୍କଟର ଏହି ସମୟରେ ଆପଣଙ୍କର ସାହାଯ୍ୟ ପାଇଁ ଆପଣଙ୍କୁ କୃତଜ୍ଞତା ଜଣାଉଛି। ଦୁନିଆ ଭଲ ଭାବେ ଜାଣେ ଯୁଦ୍ଧ ବେଳେ ଆମେ ୨ଟି ଭୂମିକା ନିଭାଇ ଥିଲୁ। ପ୍ରଥମ ଭୂମିକା ମାନବୀୟ ଦୃଷ୍ଟିକୋଣ ଥିଲା। ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି କି, ମାନବୀୟ ଦୃଷ୍ଟିକୋଣରେ ଯାହା ଆବଶ୍ୟକ ହେବ , ଏଥିପାଇଁ ଭାରତ ସର୍ବଦା ଆପଣଙ୍କ ସହ ଠିଆ ହେବ ଏବଂ ଦୁଇ ପାଦ ଆଗରେ ରହିବ। 

ନରେନ୍ଦ୍ର ମୋଦି କହିଛନ୍ତି , ଆପଣ ଓ ୟୁକ୍ରେନର ଲୋକେ ମଧ୍ୟ ଜାଣନ୍ତି କି, ଭାରତର ଶାନ୍ତି ପ୍ରୟାସରେ ସକ୍ରିୟ ଯୋଗଦାନ ରହିଛି। ଆପଣ ଜାଣନ୍ତି ଯେ, ଆମର ଦୃଷ୍ଟିକୋଣ ଲୋକଙ୍କ ଉପରେ କେନ୍ଦ୍ରିତ ରହିଛି। ମୁଁ ଆପଣଙ୍କୁ ଓ ପୂରା ବିଶ୍ୱକୁ ବିଶ୍ୱାସ ଦେବାକୁ ଚାହୁଁଛି କି ଏହା ଭାରତର ପ୍ରତିବଦ୍ଧତା। ଆମେ ମାନୁଛୁ କି ସାର୍ବଭୌମତ୍ୱ ଓ ଅଖଣ୍ଡତାର ସମ୍ମାନ ଆମ ପାଇଁ ସବୁଠୁ ଉର୍ଦ୍ଧ୍ୱରେ। ଆମେ ଏହାର ସମର୍ଥନ କରୁଛୁ। କିଛି ଦିନ ପୂର୍ବେ ଯେବେ ମୁଁ ଏହାର ସମର୍ଥନରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ଥିଲି, ତ ମୁଁ ତାଙ୍କୁ କହି ଥିଲି କି, ଏହା ଯୁଦ୍ଧର ସମୟ ନୁହେଁ। ଗତ ଦିନରେ ଯେବେ ମୁଁ ଏକ ବୈଠକ ପାଇଁ ରୁଷ୍‌ ଯାଇଥିଲି, ତ ମୁଁ ସେଠାରେ ମଧ୍ୟ ସ୍ପଷ୍ଟ ଶବ୍ଦରେ କହି ଥିଲି ଯେ କୌଣସି ବି ସମସ୍ୟାର ସମାଧାନ କେବେ ବି ରଣଭୂମିରେ ହୋଇ ନଥାଏ । 

ସମାଧାନ କେବଳ କଥାବାର୍ତ୍ତା , ଓ କୂଟନୀତିକ ମାଧ୍ୟମରେ ହୋଇଥାଏ। ଆମେ ସମୟ ନଷ୍ଟ ନକରି ସେହି ଦିଗରେ ଆଗକୁ ବଢିବା ଉଚିତ୍‌। ଉଭୟ ପକ୍ଷକୁ ଏକା ସାଥିରେ ବସିବା ଉଚିତ୍‌ ଏବଂ ଏହି ସଙ୍କଟରୁ ବାହାରି ରାସ୍ତା ଖୋଜିବାକୁ ହେବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.