ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

INDIA ନା ଭାରତ? କ'ଣ ପରିବର୍ତ୍ତନ ହୋଇପାରିବ ଦେଶର ନାଁ? କ'ଣ କହୁଛି ସମ୍ବିଧାନ?

ନୂଆଦିଲ୍ଲୀ,୦୬/୦୯: ଆମ ଦେଶର ନାଁ କେବଳ ଭାରତ ରହିବ କି? INDIA ଶବ୍ଦକୁ ଦେଶର ନାଁରୁ ହଟାଯାଇପାରିବ କି? ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଏହି ଆଲୋଚନା ତୀବ୍ର ହୋଇଛି। ପ୍ରଶ୍ନ ଉଠୁଛି କି ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶେଷ ଅଧିବେଶନରେ ସରକାର INDIA କୁ ଦେଶର ନାଁରୁ ହଟାଇବା ପାଇଁ ଏକ ବିଲ୍ ଆଣି ପାରନ୍ତି? ପ୍ରକୃତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ପରେ ଏହି ଆଲୋଚନା ତୀବ୍ର ହୋଇଛି।

ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆସୁଥିବା ସମସ୍ତ ଦେଶର ପ୍ରତିନିଧୀଙ୍କ ନିକଟକୁ ରାତ୍ରୀ ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ନିମନ୍ତ୍ରଣ ପତ୍ର ପଠାଯାଇଛି। ଏଥିରେ ଇଂରାଜୀରେ 'ପ୍ରେସିଡେଣ୍ଟ ଅଫ୍‌ ଭାରତ' ଲେଖା ଯାଇଥିବାବେଳେ ସାଧାରଣତଃ ଏହିପରି ନିମନ୍ତ୍ରଣ କାର୍ଡରେ 'ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ' ଲେଖାଯାଏ ଏବଂ 'भारत के राष्ट्रपति' ହିନ୍ଦୀରେ ଲେଖାଯାଏ।

ପଢ଼ନ୍ତୁ: ଦେଶର ନାଗରିକ ଇଣ୍ଡିଆ କିମ୍ବା ଭାରତ କହିବାକୁ ସ୍ବାଧୀନ, ୨୦୧୬ରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ ସୁପ୍ରିମକୋର୍ଟ

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ 'ଭାରତ' ଶବ୍ଦକୁ ନେଇ ରାଜନୀତି ତୀବ୍ର ହୋଇଛି: 

ରାଷ୍ଟ୍ରପତିଙ୍କ ଏହି ନିମନ୍ତ୍ରଣ ପତ୍ର ଆସିବାର ଚାରି ଦିନ ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ, ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ଭାରତ ଶବ୍ଦକୁ ଦେଶର ନାମ ଭାବରେ ବ୍ୟବହାର କରିବାକୁ ଜିଦ୍ ଧରିଥିଲେ। ଏହି ବିବୃତ୍ତିର ତିନି-ଚାରି ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଓ ବିରୋଧୀ ଦଳର ନେତାମାନେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତୀ ମମତା ବାନାର୍ଜୀ ପ୍ରମୁଖ ବିରୋଧୀ ଦଳ ନେତା ଏହାକୁ ତିବ୍ର ବିରୋଧ କରିଥିଲେ। ତେବେ ପରେ ବିରୋଧିଙ୍କୁ ମୁହଁତୋଡ଼ ଜବାବ ଦେଇଥିଲା ବିଜେପି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, କଂଗ୍ରେସର 'ଇଣ୍ତିଆ' ମିଳିତ ମେଣ୍ଟ ତା ସ୍ଥାନରେ ଅଛି, କିନ୍ତୁ ପ୍ରାଚୀନ କାଳରୁ ଭାରତଅଛି ଏବଂ ଯେତେଦିନ ପର୍ଯ୍ୟନ୍ତ ଚନ୍ଦ୍ର-ସୂର୍ଯ୍ୟ ଅଛନ୍ତି, ସେ ପର୍ଯ୍ୟନ୍ତ ମଧ୍ୟ ଭାରତ ରହିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଭାରତରେ ଅସୁବିଧା କଣ? ବିରୋଧୀଙ୍କୁ ଏବେ କ'ଣ ନାଁକୁ ନେଇ ସମସ୍ୟା କି?

ରାଷ୍ଟ୍ରପତିଙ୍କ ପକ୍ଷରୁ ବିଦେଶୀ ଅତିଥିଙ୍କ ପାଇଁ ରାତ୍ରି ଭୋଜନ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ରହିଛି ' ପ୍ରେସିଡେଣ୍ଟ ଅଫ୍‌ ଭାରତ'

ସମ୍ବିଧାନରେ ଭାରତ ଓ ଇଣ୍ଡିଆ ଉଭୟ ବ୍ୟବହାର ହୋଇଛି: 

ତେବେ ଏହି ପ୍ରସଙ୍ଗରେ ଆଲୋଚନାକୁ ଆଗକୁ ନେବା ପୂର୍ବରୁ ଦେଶର ନାଁ ସମ୍ବନ୍ଧରେ ସମ୍ବିଧାନରେ କଣ କୁହାଯାଇଛି ତାହା ବୁଝିବା ଜରୁରୀ ଅଟେ। ସରକାରୀ କିମ୍ବା ଅଣଆନୁଷ୍ଠାନିକ ଉଦ୍ଦେଶ୍ୟରେ ଦେଶର ନାମ କଣ ହେବ ସମ୍ବିଧାନର ଧାରା ୧.୧ ରେ କୁହାଯାଇଛି। ଏହି ଅନୁଚ୍ଛେଦରେ କୁହାଯାଇଛି ଯେ  'India , that is Bharat, shall be an union of states' ଏବଂ ହିନ୍ଦିରେ ଲେଖାଯାଇଛି ଯେ, भारतअर्थात इंडिया, ରାଜ୍ୟମାନଙ୍କର ଏକ ସଂଘ ହେବ ବୋଲି ଲେଖାଯାଇଛି।

ପଢ଼ନ୍ତୁ: ‘ଭାରତ’କୁ ନେଇ ମହାଭାରତ; ଜି-୨୦ ଡିନର୍‌ କାର୍ଡରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାରୁ ବିବାଦ

ତେବେ ଭାରତ ଶବ୍ଦର ବ୍ୟବହାର ପାଇଁ ଏହି ଦାବି ନୂଆ ନୁହେଁ। ଅନେକ ଥର ଏହି ଦାବି ବିଭିନ୍ନ ରୂପରେ ଆଗକୁ ଆସିଛି। ୧୩ ମାର୍ଚ୍ଚ ୨୦୧୫ ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ଲୋକସଭା ସଦସ୍ୟ ଭାବରେ ମଧ୍ୟ ସମ୍ବିଧାନର ଧାରା ୧ ସଂଶୋଧନ ପାଇଁ ଲୋକସଭାରେ ଏକ ଘରୋଇ ସଦସ୍ୟଙ୍କ ବିଧେୟକ ଉପସ୍ଥାପନ କରିଥିଲେ।

ସୁପ୍ରିମକୋର୍ଟଙ୍କ ପାଖକୁ ମଧ୍ୟ ଯାଇଛି ଦେଶର ନାଁ ମାମଲା: 

ଏହି ମାମଲା ସୁପ୍ରିମକୋର୍ଟକୁ ମଧ୍ୟ ଯାଇଛି। ୨୦୧୪ ରେ, ସୁପ୍ରିମକୋର୍ଟ ଏ ବାବଦରେ ଏକ ଜନହିତ ଆବେଦନର ବିଚାର କରିବାକୁ ମନା କରିଦେଇଥିଲେ। 'ଇଣ୍ଡିଆ ନାଁ ବଦଳାଇ ଭାରତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଏହି ଆବେଦନରେ ଦର୍ଶାଯାଇଥିଲା। ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଏଚ୍.ଏଲ୍ ଦତ୍ତୁ ଏବଂ ଜଷ୍ଟିସ୍ ଏ.କେ ସିକ୍ରି ଆବେଦନକାରୀ ନିରଂଜନ ଭଟୱାଲଙ୍କୁ ଏହି ପ୍ରସଙ୍ଗରେ ପ୍ରଥମେ ସରକାରଙ୍କ ସମ୍ପୃକ୍ତ ବିଭାଗ ନିକଟକୁ ଯିବାକୁ କହିଥିଲେ।

କେନ୍ଦ୍ର ସରକାର ଏସସିଙ୍କୁ କହିଥିଲେ, ଦେଶକୁ ଇଣ୍ଡିଆ ବଦଳରେ ଭାରତ ବୋଲି କହିବାର କୌଣସି ଆବଶ୍ୟକତା ନାହିଁ:

ଏହି ମାମଲାରେ, ୨୦୧୫ ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଇଣ୍ଡିଆ ବଦଳରେ ଦେଶକୁ ଭାରତ ବୋଲି କହିବାର କୌଣସି ଆବଶ୍ୟକତା ନାହିଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୋର୍ଟଙ୍କୁ କହିଥିଲେ ଯେ, ଦେଶର ନାମ ପ୍ରସଙ୍ଗରେ ବିଧାନସଭାରେ ବିସ୍ତୃତ ଭାବେ ବିତର୍କ ହୋଇଥିଲା ଏବଂ ଧାରା ୧ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଏହା ମଧ୍ୟ କୁହାଯାଇଛି ଯେ, ସମ୍ବିଧାନର ମୂଳ ଡ୍ରାଫ୍ଟରେ ଭାରତ ନାମ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ସମ୍ବିଧାନ ସଭାରେ ଚର୍ଚ୍ଚା ମଧ୍ୟରେ ଭାରତ, ଭାରତଭୂମୀ, ଭାରତବର୍ଷ,  INDIA that is Bharat ଏବଂ Bharat that is India ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ର କହିଛି ଯେ, ସମ୍ବିଧାନସଭାରେ ଆଲୋଚନା ପରଠାରୁ ପରିସ୍ଥିତିରେ ଏପରି ପରିବର୍ତ୍ତନ ହୋଇନାହିଁ ଯେ, ନାଁ ସମୀକ୍ଷା କରାଯିବ।

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ବିକାଶ ସିଂ କହିଛନ୍ତି ଯେ ଭାରତ ଶବ୍ଦ ବ୍ୟବହାର କରିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାର କୌଣସି ଆବଶ୍ୟକତା ନାହିଁ ଅନ୍ୟପକ୍ଷରେ ସମ୍ବିଧାନ ପ୍ରସଙ୍ଗରେ ବିଶେଷଜ୍ଞ ତଥା ଲୋକସଭାର ପୂର୍ବତନ ସେକ୍ରେଟେରୀ ଜେନେରାଲ୍ ପିଡିଟି ଆଚାର୍ଯ୍ୟ କହିଛନ୍ତି ଯେ, ଯଦି ଇଣ୍ଡିଆ ବଦଳରେ ଭାରତ ସବୁଆଡ଼େ କରାଯାଏ ତେବେ ସମ୍ବିଧାନରେ ସଂଶୋଧନ ଆବଶ୍ୟକ ହେବ

You can also read:

ଦେବତାଙ୍କ ନାମ ଅନୁସାରେ ରଖାଯାଇଥିଲା ନାଁ; ହେଲେ ଯୁବାବସ୍ଥାରେ କିପରି ନାସ୍ତିକ ପାଲଟିଯାଇଥିଲେ ଉଦୟନିଧୀଙ୍କ ଜେଜେ କରୁଣାନିଧି


 

india became bharat
india

Copyright © 2022 - Summa Real Media Private Limited. All Rights Reserved.