ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ କିଭଳି ରୁହନ୍ତି ମହାକାଶଚାରୀ, ଦିନରେ ଦେଖନ୍ତି ୧୬ ଥର ସୂର୍ଯ୍ୟଦୋୟ ଏବଂ ୧୬ ଥର ସୂର୍ଯ୍ୟାସ୍ତ

ନୂଆଦିଲ୍ଲୀ,୧୦।୭: ମହାକାଶର ଅଜଣା ରହସ୍ୟ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ। ପୃଥିବୀ ଓ ଅନ୍ୟ ଗ୍ରହ ବା ନକ୍ଷତ୍ର ବିଷୟରେ ଜାଣିବାକୁ ମହାକାଶ ବିଜ୍ଞାନୀଙ୍କ ରିସର୍ଚ୍ଚ ସବୁବେଳେ ଜାରି ରହିଛି। ଏଥିପାଇଁ ତିଆରି ହୋଇଛି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର।ବିଭିନ୍ନ ଦେଶର ମହାକାଶ ବିଜ୍ଞାନୀ ନିଜର ରିସର୍ଚ୍ଚ ପାଇଁ ସେଠାକୁ ଯାଇଥାନ୍ତି। ତେବେ ଆସନ୍ତୁ ଜାଣିବା  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର କିଛି ରୋଚକ କଥା। ସେଠାରେ ମହାକାଶ ବିଜ୍ଞାନୀଙ୍କ କିଭଳି ରହିଥାଏ ଚ୍ୟାଲେଞ୍ଜ ?

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପୃଥିବୀର ନିକଟତମ କକ୍ଷପଥରେ ଥିବା ବାସଯୋଗ୍ୟ ଏକ କୃତ୍ରିମ ଉପଗ୍ରହ ବା ମହାକାଶ ଯାନ। ଏହି ମହାକାଶ କେନ୍ଦ୍ର  ଆମେରିକା,ରୁଷିଆ,ଜାପାନ,ୟୁରୋପ ଓ କାନାଡାର ମହାକାଶ ଗବେଷଣା ସଂସ୍ଥାମାନଙ୍କର ଏକ ମିଳିତ ଉଦ୍ୟମ। ଏଠାରେ ୫ଟି ବେଡରୁମ୍, ଦୁଇଟି ବାଥରୁମ୍‌ ଏବଂ ଗୋଟିଏ ଜିମ୍ ଓ ଗୋଟିଏ ଝରକା ରହିଛି। ଯଦି ମହାକାଶ କେନ୍ଦ୍ରରେ ଲାଗିଥିବା ସୋଲାର ପ୍ୟାନେଲର କଡରୁ ମପାଯାଏ, ତେବେ ଏହା ଏକ ଫୁଟବଲ୍ ପଡିଆ ଭଳି ସମାନ। ମହାକାଶ କେନ୍ଦ୍ରରେ ୬ ଜଣ ରହିପାରିବେ, କିନ୍ତୁ କେବେ କେବେ ଏହାର ସଂଖ୍ୟା ଅଧିକ ହୋଇପାରେ। ମଇ ୨୦୨୨ ପର୍ଯ୍ୟନ୍ତ ୨୦ ଦେଶର ୨୫୮ ମହାକାଶ ଯାତ୍ରୀ ଯାଇସାରିଛନ୍ତି। ଏଥିରେ ସବୁଠାରୁ ଅଧିକ ଆମେରିକାର ୧୫୮ ଓ ଋଷର ୫୪ ମହାକାଶ ଯାତ୍ରୀ ରହିଛନ୍ତି। 

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉପରେ ରହିଛି। ୨୮, ୦୦୦ କିଲୋମିଟର ବେଗରେ ପୃଥିବୀର ଚାରିପଟେ ଘୂରିଥାଏ। ୯୦ ମିନିଟ୍‌ରେ ମହାକାଶ କେନ୍ଦ୍ର ପୃଥିବୀକୁ ଗୋଟିଏ ଥର ପରିକ୍ରମା କରିଥାଏ। ଏହାର ଅର୍ଥ ଏଠାରେ ପ୍ରତିଦିନ ମହାକାଶ ଯାତ୍ରୀ ୧୬ଟି ସୂର୍ଯେ୍ୟାଦୟ ଏବଂ ୧୬ଟି ସୂର୍ଯ୍ୟାସ୍ତ ଦେଖିଥାନ୍ତି।

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯାଉଥିବା ମହାକାଶ ଯାତ୍ରୀଙ୍କ ବୟସ ପୃଥିବୀ ତୁଳନାରେ କମ୍‌ ଗତିରେ ବଢିଥାଏ। ୟୁରୋପିଆନ୍ ମହାକାଶ ଏଜେନ୍ସିର କହିବା ଅନୁସାରେ, ଏହାକୁ ବିଜ୍ଞାନ ଭାଷାରେ ଟାଇମ୍ ଡିଲେସନ୍ କୁହାଯାଏ। କୌଣସି ବ୍ୟକ୍ତି ୧୬ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରହିଥିଲେ ତାଙ୍କ ବୟସ ପୃଥିବୀରେ ଥିବା ଲୋକଙ୍କଠାରୁ ଗୋଟେ ସେକେଣ୍ଡ କମ୍ ରହିଥାଏ।

ମହାକାଶ କେନ୍ଦ୍ରର ବାତାବରଣ ପୃଥିବୀଠାରୁ ଅଲଗା। ସେଠାରେ ମାଇକ୍ରୋ ଗ୍ରାଭିଟି ଓ ରେଡିଏସନ୍ ବିପଦ ଏକ ବଡ ଚ୍ୟାଲେଞ୍ଜ। ଅଧିକ ସମୟ ରହିବା ବିପଦ ହୋଇପାରେ।  ଗୁରୁତ୍ବକର୍ଷଣ ନହେବା କାରଣରୁ ଶରୀରର ତରଳ ପଦାର୍ଥ ଶରୀର ଉପର ଭାଗକୁ ଚାଲି ଯାଇଥାଏ। ଏହି କାରଣରୁ ମୁହଁ, ଫୁଲିବା ନାକ ବନ୍ଦ ହେବା ଏବଂ ବ୍ଲଡ ପ୍ରେସର ଠିକ୍ ରହିନଥାଏ। ପୃଥିବୀକୁ ଫେରିବା ପରେ ତା’ର ପ୍ରଭାବ ରହଥାଏ। ଠିଆ ହେବା ମାତ୍ରେ ମହାକାଶ ଯାତ୍ରୀଙ୍କ ମୁଣ୍ଡ ବୁଲାଇ ହୋଇଥାଏ।  ମାଧ୍ୟାକର୍ଷଣ ଶକ୍ତି କମ୍ ଥିବା କାରଣରୁ ହାଡର ମଧ୍ୟ କ୍ଷତି ହୋଇଥାଏ। ବିଶେଷ ଭାବରେ ମେରୁଦଣ୍ଡ ଅଧିକ ପ୍ରଭାବିତ ହୁଏ। ସେଥିପାଇଁ ମହାକାଶ ଯାତ୍ରୀଙ୍କ ପାଇଁ ଏକ ସମୟ ସୀମା ନିର୍ଦ୍ଧାରିତ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.