ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିକିରି ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁରେ ତଦନ୍ତ ଆରମ୍ଭ

କାଶୀପୁର- କାଶୀପୁର ବ୍ଲକ ଟିକିରି ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ସୁମନ ନାଏକଙ୍କ ମୃତ୍ୟୁରେ ଆଜି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଚଳିତ ମାସ ୧୮ ତାରିଖ ଗୁରୁବାରରେ ସୁମନ ନାଏକଙ୍କ ଦେହ ଖରାପ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରାଥମିକ ଚିକିତ୍ସା କରାଇବା ପରେ ଘରକୁ ପଠାଇ ଦେଇଥିଲେ।

ତେବେ ଗତକାଲି ଛାତ୍ର ସୁମନ ନାଏକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଛାତ୍ର ସୁମନଙ୍କ ମୃତ୍ୟୁକୁ ନେଇ ଆଜି ଅପରାହ୍ନରେ ଡିଡବ୍ଲ୍ୟୁଓ ରାୟଗଡା ସହିତ ଶିକ୍ଷା ବିଭାଗର ଡ଼ିଇଓ ବସନ୍ତ କୁମାର ନାୟକ, କାଶୀପୁର ବିଇଓ ଦୀପ୍ତି ମୟୀ ସିଂ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ହୋଇଛି, ଏ ସମ୍ପର୍କରେ ତଦନ୍ତ  ଆରମ୍ଭ କରିଛନ୍ତି। 

ଟିକିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ରହି ପାଠ ପଢୁ ଥିବା କୁଚେଇପଦର ପଞ୍ଚାୟତ ତୁଜେର ଗ୍ରାମର ସୁମନ ନାଏକକୁ ଜ୍ଵର ହେବାରୁ ଗୁରୁବାର ସକାଳେ ସ୍ଥାନୀୟ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ଚିକିତ୍ସା ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ ସମ୍ପର୍କରେ ଡିଡବ୍ଲ୍ୟୁଓଙ୍କୁ ପଚରା ଯିବାରୁ ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ, ଏଥିପାଇଁ ଦାୟୀ ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.