ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL-2024: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ - ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା

କୋଲକାତା,୨୩/୦୩: ଶନିବାର ରାତିରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ସମଗ୍ର କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ ଦୁଇ ଅଷ୍ଟ୍ରେଲୀୟ ପେସ୍‌ ତାରକା ପ୍ୟାଟ୍‌ କମିନ୍ସ ଓ ମିଚେଲ  ଷ୍ଟାର୍କଙ୍କ ଉପରେ । ଏଥର ଆଇପିଏଲ୍‌ରେ  ଉଭୟ ସବୁଠୁ ଦାମୀ ଖେଳାଳି । କମିନ୍ସଙ୍କୁ  ସନରାଇଜର୍ସ ୨୦.୫କୋଟି ଟଙ୍କାରେ କିଣିଛି  ଓ ଅଧିନାୟକ ନିଯୁକ୍ତ କରିଛି । ସେହିପରି  ନାଇଟ ରାଇଡର୍ସ ଷ୍ଟାର୍କଙ୍କୁ ୨୪.୭୫କୋଟି  ଟଙ୍କା ମୂଲ୍ୟରେ କିଣି ସମସ୍ତ୍‌ଙ୍କୁ ଚକିତ  କରିଦେଇଥିଲା । ୯ ବର୍ଷ ପରେ ଷ୍ଟାର୍କ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି ।  

ସନରାଇଜର୍ସ ଗତ ସିଜନରେ  ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏଥର  ଦଳ ବେଶ୍‌ ଶକ୍ତିଶାଳୀ ମନେ ହେଉଛି ।  କମିନ୍ସଙ୍କ ନେତୃତ୍ୱରେ ସନରାଇଜର୍ସ ଦମ୍‌ଦାର  ପ୍ରଦର୍ଶନ କରିବ ବୋଲି କ୍ରିକେଟ୍‌ ପଣ୍ଡିତମାନେ  ମତ ଦେଇଛନ୍ତି । ୨୦୨୩ରେ କମିନ୍ସ ଅନେକ  ସଫଳତା ଅର୍ଜନ କରିଛନ୍ତି । ତାଙ୍କ ନେତୃତ୍ୱରେ  ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ୍‌ ଓ ବିଶ୍ୱ  ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଜିତିଥିଲା । ଏଥର  ସେ ସନରାଇଜର୍ସର ଭାଗ୍ୟ ବଦଳାଇବେ । 

ନାଇଟ୍‌ ରାଇଡର୍ସ ମଧ୍ୟ ବେଶ୍‌ ସନ୍ତୁଳିତ ।  ଅଧିନାୟକ ଶ୍ରେୟାସ ଆୟରଙ୍କ ପ୍ରତ୍ୟାବର୍ତ୍ତନ  ବ୍ୟାଟିଂ ବିଭାଗକୁ ମଜଭୁତ କରିଛି । ଏକାଦଶକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।  ତଥାପି ଭେଙ୍କଟେଶ ଆୟରଙ୍କ ସହ ଫିଲ  ସଲ୍ଟ ପାଳି ଆରମ୍ଭ କରିବା ଏକ ପ୍ରକାର  ନିଶ୍ଚିତ । ଆୟର, ନିତିଶ ରାଣା, ରିଙ୍କୁ ସିଂହ  ଓ ଆନ୍ଦ୍ରେ ରସେଲ ମଧ୍ୟ ଭାଗ ସମ୍ଭାଳିବେ । 

ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବା ନାଇଟ  ରାଇଡର୍ସର ପଲା ଭାରି ରହିବା ସ୍ୱାଭାବିକ୍‌ ।  ତଥାପି ଦର୍ଶକ ସନରାଇଜର୍ସର ପ୍ରଦର୍ଶନ  ଉପରେ ନଜର ରଖିବେ । କାରଣ ଦଳରେ  ଟ୍ରେଭିସ୍‌ ହେଡ୍‌, ଆଡେନ ମାରକ୍ରମ, ହେନରିକ  କ୍ଲାସେନଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି । 

ସମ୍ଭାବ୍ୟ 

ନାଇଟ୍‌ ରାଇଡର୍ସ ଏକାଦଶ:  ଭେଙ୍କଟେଶ ଆୟର, ଫିଲ ସଲ୍ଟ, ଶ୍ରେୟାସ  ଆୟର(ଅଧିନାୟକ), ନିତିଶ ରାଣା,  ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ  ସିଂହ, ସୁନିଲ ନରାଏନ, ମିଚେଲ  ଷ୍ଟାର୍କ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ।  

ସନରାଇଜର୍ସ ଏକାଦଶ: ଅଭିଷେକ  ଶର୍ମା/ମୟଙ୍କ ଅଗରୱାଲ୍‌, ଟ୍ରେଭିସ ହେଡ୍‌,  ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ହେନରିକ  କ୍ଲାସେନ, ଅବଦୁଲ ସମଦ, ୱାସିଂଟନ ସୁନ୍ଦର,  ପ୍ୟାଟ୍‌ କମିନ୍ସ(ଅଧିନାୟକ), ଭୁବନେଶ୍ୱର  କୁମାର, ମୟଙ୍କ ମାର୍କଣ୍ଡେ, ଉମ୍ରାନ ମଲିକ ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.