ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେବା ପରେ କୋଲକାତା ନାଇଟ୍‌ ରାଇଡର୍ସରେ ସାମିଲ ହେଲେ ଅଲରାଉଣ୍ଡର ଡ୍ରାଓନେ ବ୍ରାଭୋ !

ନୂଆଦିଲ୍ଲୀ,୨୭/୦୯: ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ଏହାର ନୂତନ ମେଣ୍ଟର ଘୋଷଣା କରିଛି। ଆପଣଙ୍କୁ କହିରଖୁଛୁ ଯେ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର କୋଚ୍ ହେବା ପରେ କେକେଆର ମେଣ୍ଟର ପଦ ଖାଲି ପଡ଼ିଛି। ବର୍ତ୍ତମାନ ପରବର୍ତ୍ତୀ ଆଇପିଏଲ୍‌ ସିଜନ୍‌ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜ୍ ଡ୍ରୱେନ ବ୍ରାଭୋଙ୍କୁ ଏହାର ନୂତନ ମେଣ୍ଟର ଭାବରେ ନିଯୁକ୍ତ କରିଛି।

ପୂର୍ବତନ କାରାବିୟାନ ଅଲରାଉଣ୍ଡର ଡ୍ରୱେନ ବ୍ରାଭୋ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ରେ ଗୌତମ ଗମ୍ଭୀରଙ୍କ ସ୍ଥାନ ନେବେ। ଗମ୍ଭୀର ଭାରତୀୟ ରାଷ୍ଟ୍ରୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ କେକେଆର୍‌ ମେଣ୍ଟର ପଦରୁ ଇସ୍ତଫା ଦେଇସାରିଥିଲେ। ପୂର୍ବତନ ୱେଷ୍ଟଇଣ୍ଡିଜ୍ ତାରକା ସମସ୍ତ ପ୍ରକାର କ୍ରିକେଟ୍ ରୁ ଅବସର ଘୋଷଣା କରିବାର କିଛି ସମୟ ପରେ କୋଲକାତା ଫ୍ରାଞ୍ଚାଇଜ୍ ଦ୍ୱାରା ତାଙ୍କୁ କେକେଆର୍‌ ମେଣ୍ଟର ଭାବେ ଘୋଷଣା କରାଯାଇଛି।

ସୂଚନାଥାଉକି, ବ୍ରାଭୋ ତାଙ୍କର ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଘୋଷଣା କରିଥିଲେ। ସେ ଲେଖିଥିଲେ ଯେ,' ମୋତେ ଯେଉଁ କ୍ରିଡ଼ା ସବୁକିଛି ଦେଇଛି, ମୁଁ ଏହାର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରୁଛି। ପାଞ୍ଚ ବର୍ଷ ବୟସରୁ ମୁଁ ଜାଣି‌ଥିଲି ଯେ, ମୁଁ ଏହି ଦିଗରେ ଯିବାକୁ ଚାହିଁଛି। କ୍ରିକେଟ ହିଁ ମୋ ଭାଗ୍ୟରେ ଲେଖା ଥିଲା। ମୋର ଅନ୍ୟ କୌଣସି ପ୍ରତି ଇଛା ନଥିଲା, ତେଣୁ ମୁଁ ମୋର ସମ୍ପୁର୍ଣ୍ଣ ଜୀବନ କ୍ରିକେଟ ପାଇଁ ଉତ୍ସର୍ଗ କରିଛି। ଏହା ପ୍ରତିବଦଳରେ ଆପଣମାନେ ସେହି ସବୁ ଜିନିଷ ଦେଇଛନ୍ତି, ଯାହାକି ମୁଁ, ମୋର ଏବଂ ମୋ ପରିବାର ପାଇଁ ସ୍ବପ୍ନ ଦେଖିଥିଲି ଏଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଇପାରୁନି, କାରଣ ଆପଣଙ୍କ ଭଲପାଇବା ଆଗରେ, ମୋର ପ୍ରଶଂସା କମ୍‌ ପଡ଼ିଯିବ।'

କେକେଆର ସିଇଓ ଭେଙ୍କି ମୈସୁର ସ୍ପଷ୍ଟ କରିଛନ୍ତି ଯେ, ବ୍ରାଭୋ ବିଶ୍ୱର ବିଭିନ୍ନ ଲିଗରେ ଥିବା ନାଇଟ୍ ରାଇଡର୍ସର  ଅନ୍ୟ ଫ୍ରାଞ୍ଚାଇଜ୍ ସହିତ ମଧ୍ୟ କାର୍ଯ୍ୟ କରିବେ। ମୈସୁର ଏକ ବିବୃତ୍ତିରେ କହିଛନ୍ତି, 'ଡିଜେ ବ୍ରାଭୋ ଆମ ସହ ଯୋଗଦେବା ଏକ ଉତ୍ସାହଜନକ କଥା ଅଟେ। ସେ ଯେଉଁଠାରେ ବି ଖେଳନ୍ତି, ଜିତିବାର ଗଭୀର ଇଚ୍ଛା, ତାଙ୍କ ଅଭିଜ୍ଞତା ଓ ଜ୍ଞାନ, ଫ୍ରାଞ୍ଚାଇଜ୍ ଏବଂ ସମସ୍ତ ଖେଳାଳିଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଛି ଏବଂ ହେବ ମଧ୍ୟ। ଆମେ ମଧ୍ୟ ବହୁତ ଖୁସି ଯେ ସେ ଆମର ଅନ୍ୟ ସମସ୍ତ ଫ୍ରାଞ୍ଚାଇଜ୍ - ସିପିଏଲ୍‌, ଏମ୍‌ସିଏଲ୍‌ ଏବଂ ଆଇଏଲ୍‌ଟି୨୦ ରେ ଯୋଗଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.