ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ୍‌ର ଚର୍ଚ୍ଚିତ ତାରକା ଫେଲ୍, ନୈରାଶ୍ୟଜନକ ପ୍ରଦର୍ଶନ ଦଳ ପାଇଁ ଚିନ୍ତାରେ ପ୍ରାଞ୍ଚାଇଜ୍

କୋଲକାତା, ୧୫ା୪(ଏଜେନ୍ସି): ଆଇପିଏଲ୍‌ ଲିଗ୍‌  ପର୍ଯ୍ୟାୟର ୬ରାଉଣ୍ଡ ଖେଳ ଶେଷ ହୋଇଛି । ସୀମିତ  ସମୟ ମଧ୍ୟରେ ଅନେକ ରେକର୍ଡ ଭଙ୍ଗ ହୋଇ  ସାରିଲାଣି । ବିଶାଳ ସ୍କୋର ଠାରୁ ଆରମ୍ଭ କରି ଆକାଶ  ଚୁମ୍ବି ଛକା ଓ ନାଟକୀୟ ବିଜୟ ସବୁ ଦର୍ଶକଙ୍କ ମନ ମୋହିବାରେ ଲାଗିଛି । ଦୁଇ ମହାନ ତାରକା ବିରାଟ  କୋହଲି ଓ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ଭାରତୀୟ  କ୍ରିକେଟ୍‌ ପ୍ରେମୀଙ୍କୁ ମତୁଆଲା କରିଥିବାବେଳେ ରିଷଭ  ପନ୍ତ, ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ପ୍ରିୟ ଖେଳାଳିଙ୍କ  ପ୍ରଦର୍ଶନ ଆଇପିଏଲ୍‌ର ରୋମାଞ୍ଚକୁ ଶିଖରରେ ପହଞ୍ଚାଇ  ଦେଇଛି । ମାତ୍ର ଏତେ ସବୁ ଆନନ୍ଦ ମଧ୍ୟରେ କିଛି ତାରକା  ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର  କାରଣ ହୋଇଛି । ଗତ ନିଲାମରେ ବହୁ ଦାମରେ ବିକ୍ରି  ହୋଇଥିବା କିଛି ଖେଳାଳିଙ୍କ ବିଫଳତା ଜାରି ରହିଛି ।  

ଗ୍ଲେନ ମ୍ୟାକ୍ସୱେଲ୍‌: ଷ୍ଟାର୍‌ ଖେଳାଳି ମ୍ୟାକ୍ସୱେଲ୍‌ଙ୍କ  ବିଫଳତା ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ଚିନ୍ତାର କାରଣ  ହୋଇଛି । ମ୍ୟାକ୍ସୱେଲଙ୍କୁ ୧୧କୋଟି ଟଙ୍କା ମୂଲ୍ୟରେ  କିଣିଥିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ । ମାତ୍ର ତାଙ୍କ ବ୍ୟାଟ୍‌ରୁ  ଏପର୍ଯ୍ୟନ୍ତ ଉପଯୋଗୀ ଇନିଂସଟିଏ ମଧ୍ୟ ଦେଖିବାକୁ  ମିଳିନାହିଁ । ୬ଟି ମ୍ୟାଚ୍‌ରେ ସେ ଏପର୍ଯ୍ୟନ୍ତ ମାତ୍ର ୩୨ ରନ୍‌  କରିଛନ୍ତି । ୩ଟି ମ୍ୟାଚ୍‌ରେ ସେ ଖାତା ଖୋଲିପାରି ନାହାନ୍ତି ।  ଗତ ଦିନିକିଆ ବିଶ୍ୱକପ୍‌ରେ ମ୍ୟାକ୍ସୱେଲ୍‌  ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଦ୍ୱିଶତକୀୟ  ଇନିଂସ ଖେଳିଥିଲେ । ଏହି ବିଜୟ ଫଳରେ ଅଷ୍ଟ୍ରେଲିଆ  ନକ୍‌ ଆଉଟ୍‌କୁ ଉନ୍ନୀତ ହୋଇଥିଲା ଓ ପରେ ଚାମ୍ପିଅନ୍‌  ହୋଇଥିଲା । ମ୍ୟାକ୍ସୱେଲ୍‌ ଏହି ଇନିଂସ ବଳରେ  ଅଗଣିତ ପ୍ରଶଂସକ ସୃଷ୍ଟି କରିଥିଲେ । ଦର୍ଶକ ଏଥର  ଆଇପିଏଲ୍‌ରେ ତାଙ୍କ ବ୍ୟାଟିଂ ଦେଖିବାକୁ ଅପେକ୍ଷା  କରିଥିଲେ । ମାତ୍ର ତାଙ୍କ ବିଫଳତା ରୟାଲ୍‌ ଚ୍ୟାଲେଞ୍ଜର୍ସ  ପାଇଁ ଚିନ୍ତାର କାରଣ ହୋଇଛି । 

ଆନରିଚ ନର୍ଜ: ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା  ଦକ୍ଷିଣ ଆଫ୍ରିକାର ଏହି ଫାଷ୍ଟ ବୋଲର ଏପର୍ଯ୍ୟନ୍ତ ସଫଳ ହେଇପାରି ନାହାନ୍ତି । ସେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି  ୬ଟି ୱିକେଟ୍‌ ନେଇଛନ୍ତି ଓ ପ୍ରଦାନ କରିଛନ୍ତି ୨୧୫ ରନ୍‌ ।  ତାଙ୍କ ବିଫଳତା ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟର ସାମ୍ନା  କରିଛି । ନର୍ଜଙ୍କୁ ୬.୫କୋଟି ଟଙ୍କା ମୂଲ୍ୟରେ କିଣିଥିଲା  ଦିଲ୍ଲୀ କ୍ୟାପିଟାଲ୍ସ । ମାତ୍ର ସେ ଏହାର ମୂଲ୍ୟ ରଖିନାହାନ୍ତି ।  

କାମେରନ ଗ୍ରୀନ: ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ୧୭.୫କୋଟି ଟଙ୍କା ମୂଲ୍ୟରେ କାମେରନ ଗ୍ରୀନଙ୍କୁ ମୁମ୍ବାଇ  ଇଣ୍ଡିଆନ୍ସ ଠାରୁ ଟ୍ରେଡ୍‌ କରିଥିଲା । ସେ ମଧ୍ୟ ଦକ୍ଷତା  ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ।  ୫ଟି ମ୍ୟାଚ୍‌ରେ ସେ ୬୮ ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କ  ପ୍ରଦର୍ଶନ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳକୁ ପ୍ରଭାବିତ କରିଛି ।  

ଜନି ବେୟାରଷ୍ଟୋ: ବେୟାରଷ୍ଟୋ ମଧ୍ୟ ପଞ୍ଜାବ  କିଙ୍ଗ୍‌ସକୁ ନିରାଶ କରିଛନ୍ତି । ସେ ଇତି ମଧ୍ୟରେ ୬ଟି  ମ୍ୟାଚ୍‌ ଖେଳି ମାତ୍ର ୯୬ ରନ୍‌ ସଂଗ୍ରହ କରିଛନ୍ତି । ଲକ୍ଷେ୍ନø  ସୁପରଜାଏଣ୍ଟ୍‌ସ ବିପକ୍ଷରେ ୪୨ ରନ୍‌ର ଏକ ଇନିଂସ  ଖେଳିଥିଲେ । ବାକି ମ୍ୟାଚ୍‌ ଗୁଡ଼ିକରେ ସେ ବିଫଳ  ହୋଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୯ ରନ୍‌  କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ୮  ରନ୍‌, ଗୁଜରାଟ ଟାଇଟନ୍ସ ବିପକ୍ଷରେ ୨୨ ରନ୍‌ ଓ ରାଜସ୍ଥାନ  ରୟାଲ୍ସ ବିପକ୍ଷରେ ୧୫ ରନ୍‌ କରିଥିଲେ । ସନରାଇଜର୍ସ  ବିପକ୍ଷରେ ସେ ଖାତା ଖୋଲିପାରି ନଥିଲେ ।  

ଦେବଦତ୍ତ ପାଡ଼ିକଲ: ଦେବଦତ୍ତ ପାଡ଼ିକଲ ଗତ  ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ତାଙ୍କୁ  ଏଥର ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ୭.୭୫ କୋଟି  ଟଙ୍କାରେ ଟ୍ରେଡ୍‌ କରିଥିଲା । ସେ ମଧ୍ୟ ଦକ୍ଷତା  ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ।  ୫ଟି ମ୍ୟାଚ୍‌ ଖେଳି ସେ ୨୫ ରନ୍‌ ସଂଗ୍ରହ କରିଛନ୍ତି ।  ଏପର୍ଯ୍ୟନ୍ତ ସେ ଦୁଇ ଅଙ୍କରେ ପହଞ୍ଚି ପାରିନାହାନ୍ତି ।  ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ଖାତା  ଖୋଲିବାରେ ବିଫଳ ହୋଇଥିଲେ । ଏହାପରେ ସେ  ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ୯, ରୟାଲ୍‌ ଚ୍ୟାଲେଞ୍ଜର୍ସ  ବିପକ୍ଷରେ ୬, ଗୁଜରାଟ ଟାଇଟନ୍ସ ବିପକ୍ଷରେ ୭ ଓ  ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୩ ରନ୍‌ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.