ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ମସ୍କ-ମେଲୋନି ଡେଟିଂ! ଫଟୋ ଭାଇରାଲ୍

ନୂଆଦିଲ୍ଲୀ,୨୬/୦୯: ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ଅରବପତି ଏଲନ ମସ୍କଙ୍କୁ ନେଇ ଚର୍ଚ୍ଚା । ଉଭୟଙ୍କ ଡେଟିଂକୁ ନେଇ ସୋସିଆଲ ମିଡିଆରେ ଉଠିଛି ଗୁଜବ । ନିକଟରେ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଦୁହିଁଙ୍କର ଏକ ଫଟୋ ଭାଇରାଲ ହେବା ପରଠୁ ସେମାନେ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ ମଙ୍ଗଳବାର ନ୍ୟୁୟର୍କରେ ଅନୁଷ୍ଠିତ ଏକ ସମାରୋହରେ ମସ୍କ ଓ ମେଲୋନି ଯୋଗ ଦେଇଥିଲେ । ଏ ଅବସରରେ ମସ୍କ ମେଲୋନିଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ମସ୍କ ମେଲୋନିଙ୍କୁ ଆଟ୍‌ଲାଣ୍ଟିକ୍‌ କାଉନ୍‌ସିଲ ଗ୍ଲୋବାଲ ସିଟିଜେନ୍‌ ସମ୍ମାନ ପ୍ରଦାନ କରିଥିଲେ । 

ଏଥିସହିତ କହିଥିଲେ ‘ବାହ୍ୟ ସୌନ୍ଦର୍ଯ୍ୟ ତୁଳନାରେ ଆନ୍ତରିକ ସୌନ୍ଦର୍ଯ୍ୟର ଅଧିକାରିଣୀ ଭାବେ ଜଣେ ସୁନ୍ଦର ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବା ବାସ୍ତବରେ ସମ୍ମାନାସ୍ପଦ । ଜର୍ଜିଆ ମେଲୋନିଙ୍କୁ ମୁଁ ପ୍ରଶଂସା କରେ । ଇଟାଲିର ପ୍ରଧାନମନ୍ତ୍ରୀ ଭାବେ ସେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିଛନ୍ତି । ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ସଚ୍ଚୋଟ ଓ ସତ୍ୟବାଦୀ, ଯାହା ରାଜନେତାଙ୍କ ବିଷୟରେ ସର୍ବଦା କୁହାଯାଇ ନ ଥାଏ ।’ ମସ୍କଙ୍କର ପ୍ରଶଂସା ନିମନ୍ତେ ମେଲୋନି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ପରେ ଟେସ୍‌ଲା ଫ୍ୟାନ୍‌ କ୍ଲବ୍‌ ମସ୍କ ଓ ମେଲୋନିଙ୍କର ଏକ ଫଟୋ ପୋଷ୍ଟ୍‌ କରି ଲେଖିଲା ‘ଆପଣ ଭାବୁଛନ୍ତି କି ସେମାନେ ଡେଟ୍‌ କରିବେ?’ ୫୩ ବର୍ଷୀୟ ଅରବପତି ମସ୍କ ଏହି ପୋଷ୍ଟ୍‌ର ପ୍ରତିକ୍ରିୟାରେ ଲେଖିଛନ୍ତି ‘ଆମେ ଡେଟିଂ କରୁନାହୁଁ ।’ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୟୁରୋପୀୟ ସଂଘ ପ୍ରତି ଦୃଢ଼ ସମର୍ଥନ ପାଇଁ ମେଲୋନିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଜାତିସଂଘ ସାଧାରଣ ସଭାର ବାର୍ଷିକ ଉଚ୍ଚ ସ୍ତରୀୟ ବୈଠକ ନିମନ୍ତେ ଯୋଗ ଦେଇଥିବା ୧୯୦ରୁ ଅଧିକ ଦେଶର ନେତାଙ୍କ ସହିତ ମେଲୋନି ନ୍ୟୁୟର୍କରେ ଯୋଗ ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.