ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶରୀରରେ ବଢିଯାଇଛି କି ୟୁରିକ୍‌ ଏସିଡ୍‌? ଜାଣନ୍ତୁ ଏହାକୁ କମାଇବାର ଘରୋଇ ଉପାୟ

ଭୂବନେଶ୍ୱର ୧୮/୦୫: ଶରୀରରେ ୟୁରିକ ଏସିଡ୍‌ର ମାତ୍ରା ଅଧିକ ହେଲେ ଅନ୍ତନଳୀ ଓ  କିଡ୍‌ନୀରେ ଷ୍ଟୋନ୍‌ ହେଇଥାଏ । ସାମଗ୍ରିକ ଶରୀରର ସୁସ୍ଥତା ପାଇଁ  ୟୁରିକ ଏସିଡ୍‌ ସ୍ତର ନିୟନ୍ତ୍ରିତ ରହିବା ଆବଶ୍ୟକ । କିଛି ନିର୍ଦ୍ଦିଷ୍ଟ   ଖାଦ୍ୟରେ ଥିବା ପ୍ୟୁରିନ୍‌ ହଜମ ହେଲା ପରେ ସେଥିରୁ ୟୁରିକ୍‌  ଏସିଡ୍‌ ମିଳିଥାଏ । ଅତ୍ୟଧିକ ମାତ୍ରାରେ ପ୍ୟୁରିନ୍‌ ଜାତୀୟ ଖାଦ୍ୟ  ଖାଇବା ଦ୍ୱାରା କିଡ୍‌ନୀ ୟୁରିକ୍‌ ଏସିଡ୍‌ ଛାଣିବାରେ ଅସମର୍ଥ ହୁଏ ।  ଫଳରେ ୟୁରିକ୍‌ ଏସିଡ୍‌ ରକ୍ତରେ ଜମା ହୋଇ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି   କରେ  । କେତେକ ଘରୋଇ ଉପାୟରେ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରଣ  କରାଯାଇପାରିବେ । 

କମ୍‌ ପ୍ୟୁରିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ:- ଅଧିକ ପ୍ୟୁରିନ୍‌ଯୁକ୍ତ   ଖାଦ୍ୟ ଶରୀରରେ ୟୁରିକ୍‌ ଏସିଡ୍‌ ସ୍ତର ବଢାଇଥାଏ । ତେଣୁ କମ୍‌  ପ୍ୟୁରିନ୍‌ଯୁକ୍ତ ଖାଦ୍ୟ ଯଥା କାକୁଡି, ଗାଜର, ଶାଗ, ସବୁଜ  ପନିପରିବା, କ୍ଷୀର, ଦହି ଆଦି କମ୍‌ ପ୍ୟୁରିନ୍‌ଯୁକ୍ତ  ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ୍‌ ।

ଓଜନ ନିୟନ୍ତ୍ରଣ ରଖନ୍ତୁ:- ଅଧିକ  ଓଜନ ରହିଲେ ୟୁରିକ୍‌ ଏସିଡ୍‌ ସ୍ତର ବଢିଥାଏ ।  ମାଂସପେଶୀ କୋଷ ତୁଳନାରେ ଫ୍ୟାଟ୍‌ କୋଷ ଅଧିକ ୟୁରିକ୍‌ ଏସିଡ୍‌ ଉତ୍ପାଦନ କରନ୍ତି । ଓଜନ ହ୍ରାସ କରିବା  ଦ୍ୱାରା ୟୁରିକ୍‌ ଏସିଡ ସ୍ତର ଯଥେଷ୍ଟ କମିଯାଏ । ତେଣୁ  ଯଥାସମ୍ଭବ ଓଜନକୁ କମ୍‌ ରଖନ୍ତୁ ।  

ଫାଇବରଯୁକ୍ତ ଖାଦ୍ୟ:- ଫଳ, ପନିପରିବାରେ ପ୍ରଚୁର   ପରିମାଣରେ ଫାଇବର ଥାଏ । ଏଣୁ ଦୈନନ୍ଦିନ ଖାଦ୍ୟ ତାଲିକାରେ  ଏସବୁକୁ ସାମିଲ୍‌ କରିବା ଦ୍ୱାରା ୟୁରିକ୍‌ ଏସିଡର ମାତ୍ରା କମ୍‌  କରାଯାଇପାରିବ । ଅନ୍ୟପକ୍ଷରେ  ବିନ୍ସ, ମଟର, ବାଦାମରେ  ମ ଧ୍ୟ ଅଧିକ  ଫାଇବର ଥାଏ   ଓ ଏଗୁଡିକ ମଧ୍ୟ ୟୁରିକ ଏସିଡ ହ୍ରାସ କରାଇବାରେ ସାହାଯ୍ୟ କରିଥାନ୍ତି ।  

ଇନସୁଲିନ୍‌ର ମାତ୍ରା ନିୟନ୍ତ୍ରିତ:- ଶରୀରରେ ଅଧିକ  ଇନ୍‌ସୁଲିନ ୟୁରିକ ଏସିଡ୍‌ କ୍ଷରଣର ମାତ୍ରା ବଢାଇଥାଏ । ଏଣୁ   ନିୟମିତ ଶରୀରରେ ଇନସୁଲିନ ମାତ୍ରା ଯାଞ୍ଚ କରାଇନେବା ଉଚିତ୍‌ । 

କମ୍‌ ଚିନିଯୁକ୍ତ ଖାଦ୍ୟ:- ସୋଢା, ଜୁସ୍‌ ପରି ପାନୀୟରେ   ଅଧିକ ପରିମାଣର ଚିନି ଥାଏ । ଅଧିକ ଚିନି ଶରୀରରେ ୟୁରିକ  ଏସିଡ୍‌ର ମାତ୍ରା ବଢାଇଥାଏ । ଅଧିକ ଫ୍ରୁକ୍ଟୋଜ୍‌ ଥିବା  କର୍ଣ୍ଣ ସିରପ୍‌ ମଧ୍ୟ ଶରୀରରେ ୟୁରିକ ଏସିଡ୍‌ର ମାତ୍ରା  ବଢାଇଥାଏ । ଏଣୁ ଖାଦ୍ୟରେ ଚିନିର ପରିମାଣ କମାଇବା ଦ୍ୱାରା ୟୁରିକ ଏସିଡ୍‌ର ମାତ୍ରାକୁ କମ୍‌  କରାଯାଇପାରିବ ।  ୟୁରିକ ଏସିଡ୍‌ର ମାତ୍ରା ବଢିବା ଦ୍ୱାରା ଆଣ୍ଠୁ  ଗଣ୍ଠି ଫୁଲିବା ଓ ବିନ୍ଧିବା ପରି ସମସ୍ୟା ସୃଷ୍ଟି  ହୁଏ । କେବେ କେବେ ଏଥି ଯୋଗୁଁ ବିନ୍ଧୁଥିବା  ସ୍ଥାନ ଫୁଲିବା ସହ ଲାଲ୍‌ ମଧ୍ୟ ପଡିଯାଇଥାଏ ।  ଏହାବ୍ୟତୀତ ୟୁରିକ ଏସିଡର ପରିମାଣ ବଢିବା  ଦ୍ୱାରା କିଡନି ଷ୍ଟୋନ୍‌ ମଧ୍ୟ ହେଇଥାଏ । ସାମାନ୍ୟ  ସଚେତନ ଓ ଖାଦ୍ୟପାନୀୟରେ ଯତ୍ନବାନ ହେବା ଦ୍ୱାରା ୟୁରିକ ଏସିଡ୍‌ କ୍ଷରଣର ମାତ୍ରା ନିୟନ୍ତ୍ରଣ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.