ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

କଳିଙ୍ଗରୁ ସିଜନ ଆରମ୍ଭ କରିବ ଓଡ଼ିଶା ଏଫ୍‌ସି, ସନ୍ଧ୍ୟାରେ ଚେନ୍ନାଇନ ଏଫ୍‌ସିକୁ ଭେଟିବ

ଭୁବନେଶ୍ୱର,୧୪/୦୯: ଓଡ଼ିଶା ଏଫ୍‌ସି ଚଳିତ ଆଇଏସ୍‌ଏଲ୍‌-୧୧ରେ  କଳିଙ୍ଗ ଷ୍ଟାଡିୟମରୁ ସିଜନ ଆରମ୍ଭ କରିବାକୁ  ଯାଉଛି । ଶନିବାର ଦଳ ପ୍ରଥମ ଘରୋଇ  ମ୍ୟାଚ୍‌ରେ ଚେନ୍ନାଇନ ଏଫ୍‌ସିକୁ ଭେଟିବ। ମ୍ୟାଚ୍‌ ଅପରାହ୍ଣ ୫ଟାରୁ ଆରମ୍ଭ ହେବ । ଗତ ସଂସ୍କରଣରେ ଓଡ଼ିଶା ଉନ୍ନତ ପ୍ରଦର୍ଶନ କରିଥିଲା। ଶେଷରେ ସେମି ଫାଇନାଲରୁ  ଦଳ ବିଦାୟ ନେଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହି ନକ୍‌ ଆଉଟ୍‌କୁ ଉନ୍ନୀତ  ହୋଇଥିଲା । କୋଚ୍‌ ସର୍ଜିଓ ଲୋବେରାଙ୍କ  ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଥିଲା।  ଚଳିତ ସିଜନରେ ମଧ୍ୟ ଲୋବେରା ଦଳ ସହ ରହିଛନ୍ତି । ଏଥର ଦଳ ପୂର୍ବାପେକ୍ଷା ଆହୁରି ଭଲ ପ୍ରଦର୍ଶନ କରିବାକୁ ନେଇ ଜୋରଦାର ପ୍ରସ୍ତୁତି ମଧ୍ୟ କରିଛି । 

ଚେନ୍ନାଇନ ଏଫ୍‌ସି ଗତ ସଂସ୍କରଣରେ ଗ୍ରୁପ୍‌ରେ  ଷଷ୍ଠ ସ୍ଥାନରେ ରହି ନକ୍‌ ଆଉଟ୍‌ରେ ପ୍ରବେଶ  କରିଥିଲା । ମାତ୍ର ଗୋଆ ଠାରୁ ପରାଜିତ ହୋଇ ଦଳ ବିଦାୟ ନେଇଥିଲା । ଉଭୟ  ଦଳ ଏଥର ସିଜନ ଆରମ୍ଭରୁ ଭଲ ପ୍ରଦର୍ଶନ  କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଘରୋଇ ଗ୍ରାଉଣ୍ଡରେ ଓଡ଼ିଶା ଏଫ୍‌ସି ବେଶ ଶକ୍ତିଶାଳୀ ।  ପୂର୍ବରୁ ଦଳ ଚେନ୍ନାଇନକୁ ତା’ର ୩ଟି  ଯାକ ଘରୋଇ ମ୍ୟାଚ୍‌ରେ  ପରାଜିତ କରିଛି । ତେଣୁ  ଏଥର ମଧ୍ୟ ଦଳ ବିଜୟ  ପାଇଁ ଦାବିଦାର ରହିଛି । 

ଓଡ଼ିଶା ଏଫ୍‌ସି କୋଚ୍‌  ଲୋବେରା କହିଛନ୍ତି,  ‘୨୦୧୭ରୁ ଆଇଏସ୍‌ଏଲ୍‌  ସହ ରହି ଆସିଛି । ପ୍ରତି ବର୍ଷ ଲିଗରେ  ଉନ୍ନତି ଘଟୁଛି । ପ୍ରତି ଦଳ ପ୍ରତି  ସଂସ୍କରଣରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ।  ଭଲ ଭଲ ବିଦେଶୀ ଖେଳାଳି ଆସୁଛନ୍ତି ।  ଭାରତୀୟ ଖେଳାଳିମାନେ ମଧ୍ୟ ଭଲ  ପ୍ରଦର୍ଶନ କରୁଛନ୍ତି । ତେଣୁ ପ୍ରତ୍ୟେକ  ମ୍ୟାଚ୍‌ ଚିତାକର୍ଷକ ହେଉଛି । ମୁଁ ଭାବୁଛି ଏ  ସିଜନ ମଧ୍ୟ ଆମ ପାଇଁ ଚମକପ୍ରଦ ରହିବ ।  ଏକାଧିକ ଶକ୍ତିଶାଳୀ ଦଳ ଏଥର ରହିଛନ୍ତି ।  ଆଶା ସେମାନଙ୍କ ବିପକ୍ଷରେ ଆମେ ଆମର  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବୁ ।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.