ଗାଜା ସିଟି,୩୧/୦୮: ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ଗାଜାରେ ପୋଲିଓ ଟିକାକରଣ ପାଇଁ ୩ ଦିନ ଲାଗି କିଛି ଅଞ୍ଚଳରେ ଯୁଦ୍ଧ ବିରତି ନିମନ୍ତେ ସହମତି ହୋଇଛି । ଏହି ସମୟରେ ଆକ୍ରମଣ ବନ୍ଦ ରଖିବା ଲାଗି ଇସ୍ରାଏଲ ରାଜି ହୋଇଛି । ଗାଜାରେ ୨୫ ବର୍ଷ ପରେ ଗତ ୨୩ ତାରିଖରେ ପ୍ରଥମ ପୋଲିଓ ଭୂତାଣୁ ଚିହ୍ନଟ ହୋଇଛି । ଜଣେ ୧୦ ମାସର ଶିଶୁଠାରେ ଏହି ଭୂତାଣୁ ମିଳିଛି । ତେଣୁ ସେଠାରେ ପ୍ରାୟ ୬ ଲକ୍ଷ ୪୦ ହଜାର ଶିଶୁଙ୍କ ପୋଲିଓ ଟିକାକରଣ କରାଯିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଅଧିକାରୀ ରିକ୍ ପିପରକର୍ନ କହିଛନ୍ତି, ପାଲେଷ୍ଟାଇନର କେତେକ ସ୍ଥାନରେ ସେପ୍ଟେମ୍ବର ୧ରୁ ପୋଲିସ ଟିକାକରଣ ଅଭିଯାନ ଆରମ୍ଭ ହେବ । ସ୍ଥାନୀୟ ସମୟ ଅନସୁାରେ ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ ।