ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

G20 ପାଇଁ ଭାରତ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, କହିଲେ ଜ୍ବାଇଁ ଭାବେ ଭାରତ ଆସିବା କିଛି ସ୍ବତନ୍ତ୍ର...

ନୂଆଦିଲ୍ଲୀ: G20 ଶିଖର ସମ୍ମିଳନୀ ପାଇଁ ଭାରତ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଏହି ସମୟରେ ଋଷି ସୁନକ ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ଭାରତର ଜ୍ବାଇଁ ଭାବରେ ଜି -20 ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପ୍ରକୃତରେ ସ୍ୱତନ୍ତ୍ର । ସୂଚନାଥାଉକି, ସୁନକ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ ବିବାହ କରିଛନ୍ତି ।

ସୂଚନାଥାଉକି, ଚଳିତ ବର୍ଷ G20ରେ ଭାରତ ଅଧ୍ୟକ୍ଷତା କରୁଛନ୍ତି । ଏଭଳି ପରିସ୍ଥିତିରେ ସେପ୍ଟେମ୍ବର ୯ ଏବଂ ୧୦ ରେ ହେବାକୁ ଥିବା G20 ଶିଖର ସମ୍ମିଳନୀ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ନେତା ଦିଲ୍ଲୀରେ ଏକାଠି ହେବେ । ଏହି ସମ୍ମିଳନିରେ ଅଂଶଗ୍ରହଣ କରିବା ପାଇଁ ୪୩ ବର୍ଷୀୟ ବ୍ରିଟିଶ ଭାରତୀୟ ନେତା ସୁନକ ଆଜି (ଶୁକ୍ରବାର) ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀରେ ପହଞ୍ଚିଥିଲେ । 

ଏହି ସମୟରେ ତାଙ୍କ ସହ ଯାତ୍ରା କରୁଥିବା ସାମ୍ବାଦିକ ମାନଙ୍କୁ ସେ କହିଛନ୍ତି ଯେ ସେ ଭାରତ ଯିବାକୁ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଯେ ଏହା ଏପରି ଏକ ଦେଶ ଯାହା ମୋ ହୃଦୟର ଅତି ନିକଟତର ହୋଇ ରହିଛି । ତଥାପି, କିଛି ବର୍ଷ ଧରି ମୁଁ ଫେରି ପାରିନଥିଲି । ସେ କହିଛନ୍ତି ଯେ ପୂର୍ବରୁ ସେ ସାଧାରଣତଃ ପ୍ରତିବର୍ଷ ଫେବୃଆରୀରେ ନିଜ ପରିବାର ସହିତ ଭାରତ ଯାଉଥିଲେ, କିନ୍ତୁ ୨୦୨୦ରେ ଚାନସଲର ହେବା ପରେ ସେ ସମୟ ଅଭାବରୁ ଯାଇ ପାରିନଥିଲେ । 

 ସେ ଆହୁରି କହିଛନ୍ତି ଯେ ମୁଁ କିଛି ସ୍ଥାନରେ ଦେଖିଲି ଯେ ମୋତେ ଭାରତର ଜ୍ୱାଇଁ ବୋଲି କୁହାଯାଇଛି, ମୁଁ ଆଶା କରେ ଯେ, ଏହା ସ୍ନେହପୂର୍ଣ୍ଣ ଭାବରେ କୁହାଯାଇଥିଲା । ସେ କହିଛନ୍ତି ଯେ ମୁଁ ଭାରତ ଫେରି ଆସିବାକୁ ଉତ୍ସାହିତ ଅଛି । ଅକ୍ଷତା ମଧ୍ୟ ମୋ ସହିତ ରହିବା ଭଲ ହେବ । 

 ତିନି ଦିନିଆ ଗସ୍ତରେ ଆସିବା ପୂର୍ବରୁ ସୁନକ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ G 20 ଶିଖର ସମ୍ମିଳନୀକୁ ଯାଉଛି। ଏଥି ମଧ୍ୟରେ ବିଶ୍ବର ଅର୍ଥନୀତି, ଆନ୍ତର୍ଜାତୀୟ ସମ୍ପର୍କ ଗଢିବା ଏବଂ ଦୁର୍ବଳ ଲୋକଙ୍କୁ ସମର୍ଥନ କରିବା ନେଇ ଆଲୋଚନା ହେବ । ତେବେ ଶିଖର ସମ୍ମିଳନୀ ଆଲୋଚନା ସମୟରେ ବ୍ରିଟେନର ଏଜେଣ୍ଡା ଉପରେ ଋଷ-ୟୁକ୍ରେନ ଯୁଦ୍ଧ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଚିହ୍ନିତ ହୋଇଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କାର୍ଯ୍ୟକ୍ରମରେ ଯୋଗ ନଦେବା ଉପରେ ସେ କହିଛନ୍ତି ଯେ ସେ ପୁଣି ଥରେ ମୁହଁ ଲୁଚାଉଛନ୍ତି । ସେ ନିଜକୁ ସମସ୍ତଙ୍କଠାରୁ ଅଲଗା କରୁଛନ୍ତି । ସେ କହିଛନ୍ତି ଯେ ବାକି G20 ସଦସ୍ୟମାନେ ପୁଟିନଙ୍କ ବିରୋଧରେ ଏକଜୁଟ ହେବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.