ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ

ନୂଆଦିଲ୍ଲୀ, ୨୮/୦୩: ମାଫିଆ ଡନ୍ ମୁଖତାର ଅଂସାରୀର ମୃତ୍ୟୁ ହୋଇଛି । ବାନ୍ଦା ଜେଲରେ ବନ୍ଦୀ ଥିବା ମୁଖତାର ଅଂସାରୀର ସ୍ୱାସ୍ଥ୍ୟ ଗୁରୁବାର ସନ୍ଧ୍ୟାରେ ବିଗିଡ଼ି ଥିଲା । ବାରାକରେ ମୁଖତାର ଅଂସାରୀ ହଠାତ୍ ବେହୋସ୍ ହୋଇ ପଡ଼ିଥିଲା ।

ଏହା ପୂର୍ବରୁ ମଙ୍ଗଳବାର ମୁଖତାର ଅଂସାରୀଙ୍କୁ ମଙ୍ଗଳବାର ରାନୀ ଦୁର୍ଗାବତୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ୧୪ ଘଣ୍ଟା ଆଇସିୟୁରେ ରଖା ଯାଇ ଚିକିତ୍ସା କରା ଯାଇଥିଲା । ସୂଚନାଯୋଗ୍ୟ, କୋର୍ଟରେ ମୁଖତାର ଅଭିଯୋଗ କରିଥିଲା, ଜେଲରେ ତାକୁ ସ୍ଲୋ ପଏଜନ୍ ଦିଆ ଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଜେଲର ଡାକ୍ତରଙ୍କ ଆଗରେ ମୁଖତାର ଅଂସାରୀ ଅସୁସ୍ଥ ହୋଇ ପଡ଼ିଥିଲା । ତୁରନ୍ତ ମେଡିକାଲ୍ କଲେଜ ନିଆ ଯାଇଥିବା ବେଳେ ୨ଥର ପେଟର ଏକ୍ସରେ କରା ଯାଇଥିଲା । ରକ୍ତ ନମୁନା ସଂଗ୍ରହ କରାଯିବା ସହ ଅନ୍ୟ ପରୀକ୍ଷା କରା ଯାଇଥିଲା । ରିପୋର୍ଟ ଠିକ୍ ଆସିବାରୁ ଜେଲକୁ ପଠାଇ ଦିଆ ଯାଇଥିଲା ।

ଗୁରୁବାର ଖାଦ୍ୟ ଖାଇବା ବେଳେ ପୁଣି ଅସୁସ୍ଥ ହୋଇ ପଡ଼ିଥିଲା ମୁଖତାର ଅଂସାରୀ । ବାନ୍ଦା ଜେଲରେ ହୃଦଘାତ ହୋଇଥିବା ବେଳେ ବାନ୍ଦା ମେଡିକାଲ କଲେଜରେ ମୃତ୍ୟୁ ହୋଇଛି । ମୁଖତାରର ମୃତ୍ୟୁ ପରେ ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାନ୍ଦା ସହ ଗାଜୀପୁରରେ ଲାଗୁ ହୋଇଛି ୧୪୪ ଧାରା ।

ସୂଚନା ଅନୁସାରେ, ଗୁରୁବାର ରାତି ୮ଟା ୨୫ ସମୟରେ ମୁକତାର ଅଂସାରୀକୁ ମେଡିକାଲ୍ ନିଆ ଯାଇଥିଲା । ସେଠାରେ ୯ ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ ମଧ୍ୟ ବଞ୍ଚାଇ ପାରି ନଥିଲେ । ମୁଖତାରଙ୍କ ମୃତ୍ୟୁରେ ସମାଜବାଦୀ ପାର୍ଟି ଦୁଃଖ ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.