ଭୁବନେଶ୍ୱର,୦୯/୦୮: ବିଶ୍ୱ ଜନଜାତି ଦିବସ ଅବସରରେ ଚଳିତ ମାସ ୯ ଓ ୧୦ ତାରିଖ ୨ ଦିନ ବ୍ୟାପି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଞ୍ଚି ସ୍ଥିତ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ସମୀକ୍ଷା କରିଥିଲେ । ଏହି ମହୋତ୍ସବକୁ ଗରିମାମୟ ଏବଂ ଭବ୍ୟ ଭାବେ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଝାଡଖଣ୍ଡ ସରକାର । ଏଠାରେ ଖ୍ୟାତି ସମ୍ପନ୍ନ କଳାକାରଙ୍କ ସହ ନୂଆ କଳାକାରଙ୍କ ସମାଗମ ହେବ । କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା ଲାଗି ଅଧିକାରୀଙ୍କୁ ଶ୍ରୀ ସୋରେନ ବିଭିନ୍ନ ପରାମର୍ଶ ଦେଇଥିଲେ । ଝାଡଖଣ୍ଡର କଳା ସଂସ୍କୃତିର ପ୍ରଦର୍ଶନ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ସୋରେନ କହିଛନ୍ତି । ସମୀକ୍ଷା ବୈଠକରେ ଝାଡଖଣ୍ଡ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରି ମାନେ ଉପସ୍ଥିତ ଥିଲେ।
‘ଟିକଟକ୍କୁ ରକ୍ଷା କରିବାକୁ ଚାହୁଁଥିଲେ ମୋତେ ଜିତାନ...