ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଲଞ୍ଚ୍ ହେଲା ଜିଓ ଏୟାର ଫାଇବର, ୫୯୯ ଟଙ୍କାରେ ୩୦ mbps ସ୍ପିଡ୍ ମିଳିବ

ନୂଆଦିଲ୍ଲୀ ୧୯/୯: ରିଲାଏନ୍ସ ଜିଓ ଆଜି ୧୯ ସେପ୍ଟେମ୍ବରରେ ଗଣେଷ ପୂଜା ଅବସରରେ ନିଜ ଏୟାର ଫାଇବର ସର୍ଭିସ୍ ଲଞ୍ଚ୍ କରିଦେଇଛି । ବର୍ତ୍ତମାନ ଏହି ସର୍ଭିସ୍ ୮ ସହର ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଏବଂ ପୁଣେରେ ମିଳିବ । ଏୟାର ଫାଇବର ପାଇଁ ୧୦୦୦ ଟଙ୍କା ଇନ୍ଷ୍ଟଲେସନ ଚାର୍ଜ ଦେବାକୁ ହେବ । ୧୦୦ ଟଙ୍କାରେ ଏହାକୁ ବୁକ୍ କରିପାରିବେ ଗ୍ରାହକ । ଏହା ଆମାଉଣ୍ଟ ବିଲରେ ଆଡଜଷ୍ଟ ହୋଇଯିବ । ଏୟାର ଫାଇବରର ବୁକିଂ ପାଇଁ ଜିଓର ଅଫିସିଆଲ୍ ୱେବସାଇଟକୁ ଯିବାକୁ ହେବ । କନେକ୍ସନ ସହିତ ଲାଟେଷ୍ଟ ୱାଇ-ଫାଇ ରାଉଟର, ଟିଭି ପାଇଁ 4K ସେଟ୍ ଟପ୍ ବକ୍ସ ଏବଂ ଭଏସ୍ ଆକ୍ଟିଭ୍ ରିମୋଟ୍ ମିଳିବ । ସମସ୍ତ ପ୍ଲାନ୍ ୬ ଏବଂ ୧୨ ମାସର ଅପ୍ସନରେ ଉପଲବ୍ଧ । ଯଦି ୧୨ ମାସର ପ୍ଲାନ୍ ନେବାକୁ ଚାହୁଁଛନ୍ତି ତେବେ ଗ୍ରାହକଙ୍କୁ ୧୦୦୦ ଟଙ୍କାର ଇନଷ୍ଟଲେସନ ଚାର୍ଜ ଦେବାକୁ ପଡିବନି । 

 

ଏୟାର ଫାଇବରର ଖାସ୍ ଫିଚର୍ ହେଉଛି ଏହାର ପୋର୍ଟେବିଲିଟି । ୟୁଜର ଏହାକୁ କୌଣସି ବି ଲୋକେସନକୁ ନେଇ ବ୍ୟବହାର କରିପାରିବେ । ତେବେ ସେଠାରେ 5G କନେକ୍ଟିଭିଟି ହେବା ଉଚିତ୍ । ରିଲାଏନ୍ସ ଜିଓ ଅନୁସାରେ ତାର ଏୟାର ଫାଇବର ଚଳନ୍ତା ବ୍ରଡବ୍ୟାଣ୍ଡ୍ ଭଳି ସ୍ପିଡ୍ ଦେବାରେ ସକ୍ଷମ । ଏବେ ଜିଓ, ଏୟାରଟେଲ୍ ସମେତ ଅନ୍ୟ କମ୍ପାନୀମାନଙ୍କ ଆପ୍ଟିକ୍ ୱାୟର ଟେକ୍ନୋଲୋଜିରେ ବେଷ୍ଟ୍ଡ ଫାଇବର ଅନେକ ସହର ପର୍ଯ୍ୟନ୍ତ ସୀମିତ । କିନ୍ତୁ ଏୟାର ଫାଇବର ବିନା କୌଣସି ୱେୟାରରେ ଇଣ୍ଟରନେଟ୍ ପ୍ରୋଭାଇଡ୍ କରିଥାଏ । ଏଭଳି କ୍ଷେତ୍ରରେ ଏୟାର ଫାଇବର ଜରିଆରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସହଜରେ ଦୂର ଅଞ୍ଚଳରେ ପହଞ୍ଚି ପାରିବ । 


 

ଜିଓ ଫାଇବର ଅପ୍ଟିକ୍ ୱେୟାର ଟେକ୍ନୋଲୋଜିରେ ବେଷ୍ଟ୍ଡ । ଏହା ଜରିଆରେ ଇଣ୍ଟରନେଟ୍ ପ୍ରୋଭାଇଡ୍ କରିବା ପାଇଁ କମ୍ପାନୀ ଘର/ଅଫିସରେ ଏକ ରାଉଟର ଇନଷ୍ଟଲ୍ କରିଥାଏ । ସେହି ରାଉଟର ପର୍ଯ୍ୟନ୍ତ ଅପ୍ଟିକ୍ ୱେୟାରକୁ କନେକ୍ଟ କରିଥାଏ । ଏହା ପରେ ଫାଇବର ଷ୍ଟେବଲ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରୋଭାଇଡ୍ କରିଥାଏ । ଏୟାର ଫାଇବର ଜରିଆରେ କମ୍ପାନୀ ୱେୟାରଲେସ୍ ବ୍ରଡବ୍ୟାଣ୍ଡ ସର୍ଭିସ୍ ପ୍ରୋଭାଇଡ କରୁଛି । ଏହା ଅନେକାଂଶରେ ୱେୟାରଲେସ୍ ଡଙ୍ଗଲ ଭଳି କାମ କରେ । କିନ୍ତୁ ଇଣ୍ଟରନେଟ ସ୍ପିଡ୍ ବହୁତ ଅଧିକ । ଏଥିପାଇଁ କୌଣସି ବି ପ୍ରକାର ଇନଫ୍ରାଷ୍ଟ୍ରକ୍ଚରକୁ ମଧ୍ୟ ଆବଶ୍ୟକ ପଡେନି । ଏହା ସହଜରେ ଇନଷ୍ଟଲ୍ ହୋଇଯାଏ ।

Copyright © 2022 - Summa Real Media Private Limited. All Rights Reserved.