ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବାଲିମେଳା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଯୁବକ ନିଖୋଜ ଘଟଣା : ୨୪ ଘଣ୍ଟା ପରେ ମଧ୍ୟ ମିଳୁନି ପତ୍ତା

ମାଲକାନଗିରି ,୧୦।୯(ଆପ୍ର): ଶନିବାର ଅପରାହ୍ନ ରେ ହାଟ ସାରି ଘରକୁ ଫେରୁଥିବା ବେଳେ ବାଲିମେଳା ଜଳଭଣ୍ଡାର ରେ ଡ଼ଙ୍ଗା ବୁଡି ଚିତ୍ରକୋଣ୍ଡା ସ୍ୱାଭିମାନ ଆଞ୍ଚଳର ଅଞ୍ଚଳ ରାମଗୁଡ଼ା ଗ୍ରାମର  ରାମଚନ୍ଦ୍ର ମୁଦୁଲି(୪୭) ନିଖୋଜ ହୋଇଥିଲେ। ଶନିବାର ଅପରାହ୍ନ ଠାରୁ ଅଗ୍ନିଶମ ବିଭାଗ ଓ ଯୋଡ଼ାମ୍ବ ଥାନା ପୁଲିସ ଓ ଗ୍ରାମ ବାସୀଙ୍କ ପକ୍ଷରୁ ଜଳଭଣ୍ଡାର ରେ ଖୋଜା ଖୋଜି ଜାରୀ ରହିଛି। ୨୪ ଘଣ୍ଟା ଧରି ଖୋଜା ଚାଲିଥିଲେ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କ କିଛି ପତ୍ତା ମିଳିନାହିଁ।  ସୋମବାର ମଧ୍ୟ ଜଳଭଣ୍ଡାର ରେ ଖୋଜା ଜାରି ରହିବ ବୋଲି ଯୋଡ଼ାମ୍ବ ଥାନା ଅଧିକାରୀ ସଞ୍ଜୟକୁମାର ପୋଡାସେଠୀ ଓ ଚିତ୍ରକୋଣ୍ଡା ତହସିଲଦାର ସୂଚନା ଦେଇଛନ୍ତି।

  ଘଟଣାରୁ ପ୍ରକାଶ ଯେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାମଗୁଡ଼ା ଗ୍ରାମର  ରାମଚନ୍ଦ୍ର ମୁଦୁଲି(୪୭) ଶନିବାର ଅପରାହ୍ନରେ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଡା ହାଟକୁ ଯାଇଥିଲେ। ହାଟରୁ କାମ ସାରି ଡଙ୍ଗାରେ ବସି ଫେରିବା ବେଳେ ଜଳଭଣ୍ଡାର ରେ ଡ଼ଙ୍ଗାବୁଡି ରାମଚନ୍ଦ୍ର ନିଖୋଜ ହୋଇଯାଇଥିଲେ। ୨୪ ଘଣ୍ଟା ପରେ ମଧ୍ୟ ରାମଚନ୍ଦ୍ର ଙ୍କ  କିଛି ଖବର ମିଳୁନଥିବାରୁ ଶନିବାର ଠାରୁ ତାଙ୍କ ପରିବାର ଲୋକ ଙ୍କ ଆଖିରୁ ଲୁହ ଶୁଖୁନାହିଁ।ଗତ କାଲି ଠାରୁ ଉପାସ ଭୋକ ରେ ଜଳ ଭଣ୍ଡାର ନିକଟ ରେ ପରିବାର ଲୋକେ ଜଗିରହିଛନ୍ତି । 

 ଆହୁରି ପଢନ୍ତୁ : କୀଟନାଶକ ପିଇ ପୁଅ-ଝିଅ ମୃତ, ମା’ ଗୁରୁତର : ୪ ଦିନ ତଳେ ଚାଲି ଯାଇଥିଲା ବାପାର ଜୀବନ

Copyright © 2022 - Summa Real Media Private Limited. All Rights Reserved.