ମୁମ୍ୱାଇ :୧୯୯୯ ମସିହାର କଥା। ଏହି ସମୟରେ ଏକ ଫିଲ୍ମ ରିଲିଜ ହୋଇଥିଲା, ଏଥିରେ ଜୁହି ଚାୱଲା ଓ ସନି ଦେଓଲଙ୍କ ଯୋଡ଼ି ନଜର ଆସି ଥିଲେ। ଫିଲ୍ମରେ ଭରପୂର ଆକ୍ସନ ସହ ସୁପରହିଟ୍ ଗୀତ ଥିଲା। ଏହି ଫିଲ୍ମର କ୍ଲାଇମାକ୍ସ ଦୃଶ କିଛି ଏମିତି ଥିଲା କି, ଅଭିନେତା ଗୁରୁତର ଭାବେ ଆହତ ହେଉଛନ୍ତି ଏବଂ ହିରୋଇନ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ଲାଇମାକ୍ସ ସିନ୍ର ସୁଟ୍ କରିବା ସମୟରେ ଜୁହି ଚାୱଲା ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ମିଡ଼ିଆର ସୂଚନା ଆଧାରରେ , ଏହି ଫିଲ୍ମର କ୍ଲାଇମାକ୍ସ ସୁଟ୍ କରିବା ସମୟରେ ଜୁହି ଚାୱଲାଙ୍କ ପୂରା ବେକ କଟି ଯାଇଥାନ୍ତି। ଫିଲ୍ମର ନାଁ ଆପଣ ଅନ୍ଦାଜ ଲଗେଇ ପାରୁଛନ୍ତି ତ ? ଯଦି ନୁହେଁ , ତ ଆମେ ଆପଣଙ୍କୁ କହୁଛୁ। ଫିଲ୍ମର ନାଁ ଥିଲା ଅର୍ଜୁନ ପଣ୍ଡିତ। ଫିଲ୍ମକୁ ନିର୍ଦ୍ଦେଶନା ଦେଇ ଥିଲେ ରାହୁଲ ରୱେଲ। ଫିଲ୍ମରେ ସନି ଦେଓଲ ଓ ଜୁହି ଚାୱଲାଙ୍କ ବ୍ୟତୀତ ଅନ୍ନୁ କପୁର, ମୁକେଶ ଋଷି, ଆଶିଷ ବିଦ୍ୟାର୍ଥି ଓ ଯଶପାଳ ଶର୍ମାଙ୍କ ଭଳି ଅଭିନେତା ମାନେ ନଜର ଆସି ଥିଲେ। ସନି ଦେଓଲ ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟାରର ଭୂମିକାରେ ନଜର ଆସି ଥିଲେ।
ଉକ୍ତ ଫିଲ୍ମର କ୍ଲାଇମାକ୍ସ ସିନ୍ରେ ଜୁହିଙ୍କ ଚରିତ୍ର ଓ ସନିଙ୍କ ଚରିତ୍ର ଗୁଣ୍ଡାଙ୍କ ଭିତରେ ଫସି ଯାଉଛନ୍ତି। ସନି ଦେଓଲଙ୍କ ଉପରେ ଗୁଣ୍ଡାମାନେ ଗୁଳି ବର୍ଷା କରୁଛନ୍ତି। ସେପଟେ ଜୁହି ଚାୱଲା ସନିଙ୍କୁ ନେଇ ଯାଇ ଲୁଚାଉଛନ୍ତି ଏବଂ ତାଙ୍କ ଦେହରୁ ଗୁଳି ବାହାର କରିବାକୁ ଚେଷ୍ଟା କରୁଛନ୍ତି।
ଜୁହି ଯେଉଁଠି ସନିଙ୍କୁ ନେଇ ଯାଉଛନ୍ତି , ତାହା ରେଲୱେ ଟ୍ରାକ୍ ତଳେ ଥିବା ସ୍ଥାନ କିଛି ମାତ୍ରାରେ ଗଭୀର ଥିଲା। ଏହାର ଉଚ୍ଚତା ପାଖାପାଖି ୩ ଫୁଟ ଥିଲା। ଫିଲ୍ମର କ୍ଲାଇମାକ୍ସ ସମୟରେ ଜୁହି ଚାୱଲା, ସନି ଦେୱଲ ଓ ଜଣେ କ୍ୟାମେରା ମ୍ୟାନଙ୍କୁ ସେହି ସ୍ଥାନକୁ ଓହ୍ଲାଇ ଦିଆଗଲା। ସିନର ଏହି ଭାଗ ଯାଏ ତ ଜୁହି ଚାୱଲାଙ୍କୁ ସୂଚନା ଥିଲା, ହେଲେ ଯେବେ ସିନ୍ ସୁଟ୍ ହେଉଥିଲା ତ ସେତେବେଳେ ଜୁହି ଚାୱଲାଙ୍କୁ ଟ୍ରେନ୍ର ଚମକିଲା ଲାଇଟ୍ ନଜର ଆସିଲା। ଜୁହି ଦେଖିବା କ୍ଷଣି ଟ୍ରେନର ଟ୍ରାକ୍ ଥରିବାକୁ ଲାଗିଲା। ଜୁହିଙ୍କୁ ଏହା ଜଣା ନଥିଲା କି, ସୁଟ୍ ବେଳେ ରେଲୱେ ଟ୍ରାକ୍ରେ ସତରେ ଟ୍ରେନ୍କୁ ଚଲାଯିବ।
ଯେବେ ଟ୍ରାକ୍ରେ ଟ୍ରେନ୍ ଚାଲିଲା ତ ସବୁ ଲୋକ ତଳେ ନଇଁ ଥିଲେ। ଜୁହି ଏକ ପୁରୁଣା ଇଣ୍ଟରଭ୍ୟୁରେ କହିଥିଲେ କି, ଯଦି ଏହି ସମୟରେ ସେ ନିଜର ଟିକିଏ ବି ମୁଣ୍ଡ ଉପରକୁ କରିଥାନ୍ତେ ତ ପୂରା ବେକ କଟି ଯାଇ ଥାନ୍ତା। ଜୁହି କହିଥିଲେ , ଯଦି ତାଙ୍କୁ ପୂର୍ବରୁ ଜଣାଥାନ୍ତା ଯେ ଏହି ସିନ୍ର ଟ୍ରାକ୍ରେ ଟ୍ରେନ୍ ଚାଲିବ, ସେ କେବେ ବି ଏ ସିନ୍ କରିବାକୁ ରାଜି ହୋଇ ନଥାନ୍ତେ।