ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ

ଭୁବନେଶ୍ଵର, ୦୫/୦୭ : ଓଡ଼ିଶା ହାଇକୋର୍ଟର  ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଚୌଧୁରୀ ପ୍ରତାପ  କେଶରୀ ମିଶ୍ରଙ୍କର ଗୁରୁବାର ରାତିରେ ପରଲୋକ  ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ  ହୋଇଥିଲା । ସେ କର୍କଟ ରୋଗରେ ପୀଡ଼ିତ ହୋଇ  ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ  ଚିକିତ୍ସାଧୀନ ଥିଲେ ।  ଶେଷ ଶଯ୍ୟା ନିକଟରେ ବଡ଼ପୁଅ ଚୌଧୁରୀ ପ୍ରସନ୍‌ଜିତ୍‌ ମିଶ୍ର, ସାନପୁଅ  ଆଇନିଜୀବୀ ସତ୍ୟଜିତ୍‌ ମିଶ୍ର, ଝିଅ  ସୁନୀତା ରଥ ଓ ପୂର୍ବୀ ପାଢୀ ଓ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ । 

୧୯୪୨ ମସିହାରେ କଟକ ଜିଲ୍ଲା  ମାହାଙ୍ଗାରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍‌ ମିଶ୍ର ୧୯୭୧ରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ୨୮ ବର୍ଷ ଧରି ଆଇନଜୀବୀ ଭାବେ ବହୁ ମାମଲା ପରିଚାଳନା  କରିବା ପରେ ସେ ୧୯୯୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଥିଲେ । ୨୦୦୪ରେ ଜଷ୍ଟିସ୍‌  ମିଶ୍ର ଅବସର ଗ୍ରହଣ କରିଥିଲେ । ବିଚାରପତି ଭାବେ  ସେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । କଟକର  ସୂର୍ଯ୍ୟବିହାରରେ ରହୁଥିବା ଜଷ୍ଟିସ୍‌ ମିଶ୍ରଙ୍କ ପରଲୋକ  ଖବର ଶୁଣି ବିଭିନ୍ନ ମହଲରୁ ଶୋକପ୍ରକାଶ ପାଇଛି । ଶୁକ୍ରବାର ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.