ନୂଆଦିଲ୍ଲୀ- କର୍ଣ୍ଣାଟକର ଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ସ୍ଥିତ ପରପ୍ପନା ଅଗ୍ରହାରା କେନ୍ଦ୍ରୀୟ ଜେଲ୍ରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପା ବନ୍ଦୀ ଅଛନ୍ତି। ଏବେ ତାଙ୍କୁ ଅନ୍ୟ ଏକ ଜେଲ୍କୁ ଶିଫ୍ଟ କରାଯାଇ ପାରେ। ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଉଭୟ ମଙ୍ଗଳବାର ଏହି ପ୍ରକାରର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ଅଧିକାରୀ ଏହିପରି ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ଅଛନ୍ତି। ଦର୍ଶନଙ୍କୁ ଜଣେ ଅପରାଧି ସମେତ ଆଉ ୩ ଜଣ ଲୋକଙ୍କ ସହ ଜେଲ୍ ପରିସରରେ ଚୌକିରେ ବସିବାର ଦେଖିବାକୁ ମିଳିଥିଲ। ଭାଇରାଲ ଫଟୋରେ ସେ ହାତରେ ଚା ପିଇବାର ନଜର ଆସୁଥିଲେ। ଏହାପର ଠାରୁ ବିବାଦ ଘନେଇ ଥିଲା।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି , ଦର୍ଶନଙ୍କ ମାମଲାରେ ଆମେ ଯାଞ୍ଚ କରିବାକୁ କହିଛୁ। ଜେଲ୍ ମୁଖ୍ୟ ଅଧିକ୍ଷକଙ୍କ ସହ ୯ଜଣ ଲୋକଙ୍କୁ ନିଲମ୍ୱିତ କରାଯାଇଛି। ଯଦି ଯାଞ୍ଚ ବେଳେ ଆଉ କାହାକୁ ନିଲମ୍ୱିତ କରିବାକୁ ହେଲେ କରିବୁ। ସିଏମ୍ କହିଛନ୍ତି , ଯାଞ୍ଚ ରିପୋର୍ଟ ଆଧାରରେ ଯଦି ଦର୍ଶନ ଓ ଅନ୍ୟଙ୍କୁ ଆଉ କେଉଁଠାକୁ ପଠାଇବାକୁ ହେବ ତ, ଆମେ ତାଙ୍କୁ ପଠାଇବୁ। ତାଙ୍କୁ ପଚରା ଯାଇଥିଲା କି , ଦର୍ଶନଙ୍କୁ କଣ ଜେଲ୍ରୁ ସ୍ଥାନାନ୍ତର କରାଯିବ ? ଏହାକୁ ନେଇ ସେ କହିଛନ୍ତି ତାଙ୍କୁ କେଉଁଠିକୁ ପଠାଯିବ , ଏହାର ନିଷ୍ପତ୍ତି ପୁଲିସ କରିବ।
ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ, ଭାରତୀୟ ପୁଲିସ ସେବା (ଆଇପିଏସ)ର ଜଣେ ଅଧିକାରୀଙ୍କୁ ରାଜ୍ୟର ଜେଲ୍ ଗୁଡ଼ିକରେ ସବୁ ବ୍ୟବସ୍ଥାର ସମୀକ୍ଷା ପାଇଁ ନିଯୁକ୍ତି କରାଯାଇଛି। ସେ କହିଛନ୍ତି କି ସରକାର ଦର୍ଶନଙ୍କୁ ଅନ୍ୟ କୌଣସି ଜେଲ୍କୁ ସ୍ଥାନାନ୍ତର କରିବା ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ। ପରମେଶ୍ୱର ଏକ ପ୍ରଶ୍ନର ଜବାବରେ ସାମ୍ୱାଦିକଙ୍କୁ କହିଛନ୍ତି ,ଜେଲ୍ ଅଧିକାରୀ କୋର୍ଟ ଓ ଅନ୍ୟ ଅଧିକାରୀଙ୍କ ସହ ବିଚାରବିମର୍ଶ କରି ଏହା ଉପରେ ନିଷ୍ପତ୍ତି ନେବେ। ସରକାର ଏହା ଉପରେ ନିଷ୍ପତ୍ତି ନିଅନ୍ତି ନାହିଁ। କିଛି ନିୟମ ଅଛି , କାରଣ ଦର୍ଶନ ଓ ଅନ୍ୟ ସହ ଅଭିଯୁକ୍ତ ବିଚାରାଧିନ କଏଦୀ। ଏହି ଆଧାରରେ ନିଷ୍ପତ୍ତି ନିଆଯିବ।