ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

‘ଅଗ୍ନିବୀର ଉପରେ ପୁଣି ବିଚାର କରିବା ଦରକାର, ଓ୍ବାନ ନେସନ୍ ଓ୍ବାନ ଇଲେକ୍ସନକୁ ସମର୍ଥନ: ୟୁସିସି ଉପରେ...ଜେଡିୟୁର ବଡ଼ ବୟାନ

ନୂଆଦିଲ୍ଲୀ,୬।୬: ଏନ୍‌ଡିଏର ସହଯୋଗୀ ପାର୍ଟି ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ) ଏବେ ୟୁନିଫର୍ମ ସିଭିଲ କୋଡ୍  (ୟୁସିସି)କୁ ନେଇ ଦେଇଛି ବଡ ବୟାନ । ଜେଡିୟୁ କହିଛି ୟୁସିସିକୁ ନେଇ ଆମର ଆଭିମୁଖ୍ୟ ପୂର୍ବ ଭଳି ରହିଛି। ଜେଡିୟୁ ମହାସଚିବ ଓ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି, ଆମେ ସେତେବେଳେ ବି କହିଥିଲୁ ଯେ, ଏହି ମାମଲାରେ ଉପରେ ସବୁ ଷ୍ଟେକ୍ ହୋଲ୍ଡରଙ୍କୁ ସାଙ୍ଗରେ ନେଇ ଚାଲିବା ଦରକାର।

କେସି ତ୍ୟାଗି କହିଛନ୍ତି, ଆମେ ସେତେବେଳେ ବି କହୁଥିଲୁ ଏହି ମାମଲାରେ ସବୁ ଷ୍ଟେଟ୍‌ ହୋଲ୍ଡରଙ୍କୁ ଏକାଠି ନେଇ ତାଙ୍କ ବିଚାରକୁ ବୁଝିବା ଦରକାର। ୟୁସିସି ଉପରେ ନୀତୀଶ କୁମାର ନିତି ଆୟୋଗଙ୍କ  ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ଓ କହିଥିଲେ ଆମେ ଏହା ବିରୋଧରେ ନାହୁଁ, କିନ୍ତୁ ଏଥିରେ ବ୍ୟାପକ ବିଚାର ବିମର୍ଷ ହେବା ଦରକାର।’

ସେଭଳି ଅଗ୍ନିବୀର ଯୋଜନା ବିଷୟରେ ଆଲୋଚନା କରି କେସି ତ୍ୟାଗୀ କହିଛନ୍ତି, ଅଗ୍ନିବୀର ଯୋଜନାକୁ ନେଇ ବହୁ ବିରୋଧ ହୋଇଛି ଓ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହା ଉପରେ ପୁଣିଥରେ ବିଚାର କରିବା ଦରକାର। ଅଗ୍ନିବୀର ଯୋଜନାକୁ ନୂଆ ଢଙ୍ଗରେ ଭାବିବା ଦରକାର। ଯେଉଁ ସୁରକ୍ଷାକର୍ମୀ ସେନାରେ ଥିଲେ ସେମାନେ ଅଗ୍ନିବୀର ଯୋଜନାରେ ଅସନ୍ତୋଷ ବ୍ୟକ୍ତି କରିଥିଲେ। ମୋ ମତରେ ତାଙ୍କ ପରିବାର ଲୋକ ମଧ୍ୟ ନିର୍ବାଚନରେ ବିରୋଧ ଜାରି ରଖିଥିଲେ, ତେଣୁ ନୂଆ ଭାବରେ ବିଚାର ବିମର୍ଷ କରିବା ଦରକାର। ସେଭଳି ଓ୍ବାନ ନେସନ୍, ଓ୍ବାନ୍ ଇଲେକ୍ସନକୁ ସମର୍ଥନ କରି ତ୍ୟାଗୀ କହିଛନ୍ତି, ଏହାକୁ ଆମେ ସମର୍ଥନ କରୁଛୁ। ଆମେ ଏନ୍‌ଡିଏର ମଜବୁତ ସହଯୋଗୀ। ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲୁ। ଆମେ ଦୀର୍ଘ ଦିନ ହେବ ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ନେଇ ଦାବି କରି ଆସୁଛୁ। ତେଣୁ ଆମକୁ ଏହା ମିଳିବା ଦରକାର।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.