ପ୍ରମୁଖ ଖବର
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ସ୍ୱାଧୀନ ଭାବେ ଲଢ଼ିବେ ଖାରବେଳ ସ୍ୱାଇଁ

ବାଲେଶ୍ୱର,୦୪/୦୫: କିଛି ଦିନର ବ୍ୟବଧାନ  ପରେ ପୂର୍ବତନ ସାଂସଦ ମହାମେଘବାହନ ଐର  ଖାରବେଳ ସ୍ୱାଇଁ ପୁନଶ୍ଚ ନିରବତା ଭଙ୍ଗ କରିଛନ୍ତି ।  ଆଗାମୀ ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢ଼ିବେ ।  ଏନେଇ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା  ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଶ୍ରୀ  ସ୍ୱାଇଁଙ୍କ ଏଭଳି ପ୍ରତିକ୍ରିୟା ପରେ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ଆରମ୍ଭ ହୋଇଛି ।  ଶ୍ରୀ ସ୍ୱାଇଁ କହିଛନ୍ତି, ବିଜେପିରୁ ସାଂସଦ ଟିକଟ୍‌ ପାଇବା ନେଇ ଆଶାବାଦୀ ଥିଲି ।  ନୀଳଗିରିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦଳ ବିଧାୟକ ଟିକଟ୍‌ ଦେଇ ମତେ ସାଂସଦ ଟିକଟ୍‌  ଦେବ ବୋଲି ଆଶା କରୁଥିଲି । ମାତ୍ର ଦଳ ତାହା କଲାନି । ସେଠାରେ ସନ୍ତୋଷ ଖଟୁଆକୁ  ଦଳ ବିଧାୟକ ଟିକଟ୍‌ ଦେଲା । ସୁତରାଂ ଶ୍ରୀ ଷଡ଼ଙ୍ଗୀ ଏଥର ମଧ୍ୟ ସାଂସଦ ଭାବେ ନିର୍ବାଚନ  ଲଢ଼ିବେ । ଦଳ ନିରାଶ କରିଥିବାରୁ ଏଥର ନିର୍ବାଚନରେ ମୁଁ ସ୍ୱାଧୀନ ଭାବେ ନିର୍ବାଚନ  ଲଢ଼ିବି ବୋଲି କହିଛନ୍ତି । ଏ ନେଇ ମୁଁ ମୋ ସମର୍ଥକଙ୍କ ସହ ଆଲୋଚନା କରିବି ।  ନିର୍ବାଚନ ଲଢ଼ିବା ନେଇ ଆବଶ୍ୟକ ଖର୍ଚ୍ଚ କେମିତି ଯୋଗାଡ଼ କରାଯିବ³ ସେନେଇ କଥା  ହେବି । ପରେ ନାମାଙ୍କନ ତାରିଖ ସ୍ଥିର କରିବି ବୋଲି କହିଛନ୍ତି ।  

ସୂଚନାଯୋଗ୍ୟ, ଶ୍ରୀ ସ୍ୱାଇଁ ୧୯୯୮, ୧୯୯୯, ୨୦୦୪ରେ ବିଜେପି ଟିକଟରୁ  ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୯ରେ କନ୍ଧମାଳରୁ  ସାଂସଦ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଏଥର ପୁଣି ବିଜେପି ଟିକଟ୍‌ରୁ  ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚନ ଲଢ଼ିବା ନେଇ ଆଶାୟୀ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.