ପ୍ରମୂଖ ଖବର
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

‘ଟକ୍ସିକ୍’ରେ ବଲିଉଡ୍‌ର ଏହି ହସିନାଙ୍କ ଏଣ୍ଟ୍ରି, ଫିଲ୍ମରେ ୟଶ୍‌ଙ୍କ ଲେଡି ଲଭ୍‌କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର ୨୨/୦୩: ଫରହାନ ଅଖତରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡନ୍‌-୩’ର ଲିଡ୍‌ ଲେଡି ଭାବେ ଯୋଗ ଦେଇ ନିକଟରେ ଚର୍ଚ୍ଚାକୁ ଆସିଥିଲେ କିଆରା ଆଡ଼ଭାନି । ଏବେ ଆଉ ଏକ ଦମ୍‌ଦାର ଭୂମିକାରେ ନଜର ଆସିବେ ସେ । ଅପ୍‌କମିଙ୍ଗ ଫିଲ୍ମ ‘ଟକ୍ସିକ୍‌’ରେ ‘କେଜିଏଫ୍‌’ ଷ୍ଟାର୍‌ ୟଶ୍‌ଙ୍କ ଅପୋଜିଟ୍‌ରେ ଲିଡ୍‌ ଲେଡି ଭୂମିକା ପ୍ଲେ କରିବେ କିଆରା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୀତୁ ମୋହନସାସ । ପୂର୍ବରୁ ଫିଲ୍ମ ନିର୍ମାତା ‘ଆନିମଲ୍‌’ ଫେମ୍‌ ତୃପ୍ତି ଦିମ୍‌ରିଙ୍କୁ ଏହି ଭୂମିକା ପାଇଁ କାଷ୍ଟ୍‌ କରିବାକୁ ଇଚ୍ଛୁକ ଥିବା ଚର୍ଚ୍ଚା ହେଉଥିଲା । ଏବେ କିଆରାଙ୍କ ନାଁ ଆଗକୁ ଆସିବା ପରେ ସିନେପ୍ରେମୀଙ୍କ ଉତ୍ସାହ ବଢ଼ିଛି । 

ତେବେ ଗତ କିଛି ମାସ ହେବ ‘ଟକ୍ସିକ୍‌’କୁ ନେଇ ସିନେ ଦୁନିଆରେ ଚର୍ଚ୍ଚା ଚାଲିଛି । ୟଶ୍‌ଙ୍କ ଅପୋଜିଟ୍‌ରେ ଲିଡ୍‌ ଲେଡି ଭୂମିକା ପାଇଁ ଅନେକ ନାୟିକାଙ୍କ ନାଁ ସାମ୍ନାକୁ ଆସିଛି । ନିକଟରେ କରୀନା କପୁରଙ୍କ ନାଁ ବି ଶୁଣିବାକୁ ମିଳୁଥିଲା । ଆକ୍ସନ୍‌-ପ୍ୟାକ୍‌ଡ ‘ଟକ୍ସିକ୍‌’ ଦର୍ଶକଙ୍କୁ ଗୋଆର ଡ୍ରଗ୍ସ ମାଫିଆଙ୍କ ଦୁନିଆକୁ ନେଇଯିବ । ବଡ଼ ବଜେଟ୍‌ର ଏହି ପ୍ରୋଜେକ୍ଟ ଦର୍ଶକଙ୍କୁ ରୋମାଞ୍ଚକର ଅନୁଭବ ପ୍ରଦାନ କରିବ । ଭେଙ୍କଟ କେ ନାରାୟଣଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ଏହି ଫିଲ୍ମର ଟିଜର୍‌ ଗତ ଡିସେମ୍ବରରେ ଜାରି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.