ନୂଆଦିଲ୍ଲୀ – କୋଲକାତାର ଆରଜି କର ମେଡିକାଲ କଲେଜ୍ ଓ ହସ୍ପିଟାଲର ମାମଲା। ୯ ଅଗଷ୍ଟରେ ମହିଳା ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲା ଏକ ନୂଆ ମୋଡ ନେଇଛି। ଏହି ମାମଲା ସଂପର୍କିତ ୩ଟି ଅଡିଓ କ୍ଲିପ୍ସ ସାର୍ବଜନିକ ହୋଇଛି, ଯେଉଁଥିରେ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ପୀଡ଼ିତା( ମୃତ ମହିଳା ଡାକ୍ତର)ଙ୍କ ମାତା ପିତାଙ୍କୁ ବାରମ୍ୱାର ଫୋନ୍ କରୁଛନ୍ତି। ଏହି ଫୋନ୍ କଲ ଏହି କଥାକୁ ସ୍ପଷ୍ଟ କରୁଛି କି, ବାରମ୍ୱାର ପଚରା ଯିବା ସତ୍ତ୍ୱେ ହସ୍ପିଟାଲ ପୀଡ଼ିତାଙ୍କ ସ୍ଥିତି ବିଷୟରେ ମାତା-ପିତାଙ୍କୁ ଭ୍ରମିତ ସୂଚନା ଦେଇ ଥିଲା।
ପ୍ରଥମେ କଲ୍ରେ , ହସ୍ପିଟାଲର ସହାୟକ ଅଧିକ୍ଷକ ପୀଡ଼ିତାଙ୍କ ମାତାପିତାଙ୍କୁ ତୁରନ୍ତ ହସ୍ପିଟାଲ ଆସିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ , ଆପଣଙ୍କର ଝିଅର ସ୍ୱାସ୍ଥ୍ୟ ଠିକ୍ ନାହିଁ। ଦୟାକରି ତୁରନ୍ତ ହସ୍ପିଟାଲ ଆସନ୍ତୁ। ଯେବେ ତାଙ୍କ ବାପା ଅଧିକ ଜାଣିବାକୁ ଚାହିଁଲେ , ତ କର୍ମଚାରୀ କହିଲେ କି, ତାଙ୍କ ଝିଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ଏବଂ ଅଧିକ ସୂଚନା ଡାକ୍ତର ହିଁ ଦେବେ।
ଅଡିଓର ଶେଷରେ ମହିଳା ଜଣଙ୍କ ବାରମ୍ୱାର ମାତା ପିତାଙ୍କୁ ହସ୍ପିଟାଲ ଆସିବାକୁ କହୁଥିଲେ। ଦ୍ୱିତୀୟ କଲ୍ରେ , କର୍ମଚାରୀ ପୀଡ଼ିତାଙ୍କ ସ୍ଥିତି ଗୁରୁତର ଥିବା କହିଥିଲେ। ୩ୟ କଲ୍ରେ ମହିଳା କହିଥିଲେ , ସେ ଆତ୍ମହତ୍ୟା କରି ଥାଇ ପାରନ୍ତି , ନୁହେଁତ ମରି ଯାଇଛନ୍ତି। ପୁଲିସ ଏଠାରେ ଅଛି। ଆମେ ହସ୍ପିଟାଲରେ ଅଛୁ ଏବଂ ସମସ୍ତଙ୍କ ସାମନାରେ କଲ୍ କରୁଛୁ।
ଏହି ମାମଲାରେ ପୀଡ଼ିତାଙ୍କ ମାତା ପିତା ହସ୍ପିଟାଲ ବିରୋଧରେ ଅଭିଯୋଗ ଲଗେଇଛନ୍ତି କି, ତାଙ୍କୁ ପ୍ରଥମେ ଭୁଲ୍ ତଥ୍ୟ ଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି କି କାହିଁକି ତାଙ୍କୁ କୁହାଯାଇଛି କି ଝିଅ ଅସୁସ୍ଥ ଏବଂ ପରେ କୁହାଗଲା କି ସେ ଆତ୍ମହତ୍ୟା କରିଛନ୍ତି। ପ୍ରଥମେ କୁହାଯାଇ ଥିଲା କି କୋଲକାତା ପୁଲିସ ପୀଡ଼ିତାଙ୍କ ମାତାପିତାଙ୍କୁ ଫୋନରେ ଜଣାଇ ଥିଲା, କିନ୍ତୁ ପୁଲିସ ଏହାକୁ ଖାରଜ କରି କହିଥିଲା ସେ ଏମିତି କୌଣସି କଲ୍ କରି ନାହିଁ। ଏହାପରେ ପୀଡ଼ିତାଙ୍କ( ମୃତ ମହିଳା ଡାକ୍ତର) ମାତା ପିତା କହିଛନ୍ତି କି, ନିଜକୁ ଆସିଷ୍ଟାଣ୍ଟ ସୁପର କହୁଥିବା ମହିଳା ତାଙ୍କୁ ଫୋନ୍ କରି ଥିଲେ। ସେ ପ୍ରଥମେ କହି ଥିଲେ ଝିଅ ଅସୁସ୍ଥ ଏବଂ ପରେ କହିଲେ ସେ ଆତ୍ମହତ୍ୟା କରି ଦେଇଛନ୍ତି।
ଅନ୍ୟପଟେ ଫୋନ୍ରେ କଣ କୁହାଗଲା , ଏ ବିଷୟରେ ରାଜ୍ୟ ସରକାର କୋର୍ଟରେ କିଛି କହି ନାହାଁନ୍ତି। ସାମନାକୁ ଆସିଥିବା ୩ଟି ଅଡିଓ କ୍ଲିପ୍ସରେ ଦୁଇଟି ଫୋନ୍ କଲ୍ ୩ଟି ଭାଗରେ କୁହାଯାଉଛି , କିନ୍ତୁ ଏହା ସ୍ପଷ୍ଟ ନାହିଁ କି ଏହି କଲ୍ ଅଲଗା ଅଲଗା ଥିଲା ନା ଗୋଟିଏ ହିଁ କଲ୍ର ୩ଟି ପାର୍ଟ ଏହା।