ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

କୁଜି ନେତାଙ୍କ ଦାଦାଗିରି: ଟଙ୍କା ଦିଅ ନ ହେଲେ ବୋତଲ...ପ୍ରାର୍ଥୀଙ୍କ ପ୍ରତିନିଧି କହି ବୁଲୁଛନ୍ତି

ଭୁବନେଶ୍ୱର,୨୪/୦୫: ଭାଇ ପଠାଇଛନ୍ତି... । ତମର ଭଲ ବେପାର ରହୁଛି । ୫ ଦିଅ ନ ହେଲେ ୫୦ ପେଟି ମଦ ଦିଅ । ଯଦି ନ ଦେବ ଇଲେକ୍ସନ୍‌ ପରେ ଯାହା ହେବ ତମେ ସମ୍ଭାଳିବ ଆଉ... । ରାଜଧାନୀ ଓ ତାର ଉପକଣ୍ଠରେ ଥିବା ଠିପି ବନ୍ଦ ମଦ ଦୋକାନୀଙ୍କୁ ଏମିତି ଧମକ ଦେଇ ମଦ, ଟଙ୍କା ମାଗୁଛନ୍ତି ପ୍ରାର୍ଥୀଙ୍କ ସହଯୋଗୀ । ଦୋକାନୀ ମଧ୍ୟ କାନମୁଣ୍ଡ ଆଉଁସି ସେମାନଙ୍କ କୁଜି ନେତାଙ୍କ ଦାବି ମାନିଯାଉଛନ୍ତି । 

ଭୁବନେଶ୍ୱରରେ  ୫୦ରୁ ଅଧିକ ଠିପି ବନ୍ଦ ମଦ ଦୋକାନ ରହିଛି । ନିର୍ବାଚନ ପାଇଁ  ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଥିବା ମଦ ଦୋକାନଗୁଡିକୁ ତାଙ୍କ ଖାସ୍‌ ସହଯୋଗୀଙ୍କୁ ପଠାଉଛନ୍ତି । ୫ ଲକ୍ଷ ଟଙ୍କା ନ ହେଲେ ୫୦ ପେଟି ମଦ ମାଗୁଛନ୍ତି । ଦୋକାନୀ ଡରି ମରି ଟଙ୍କା ବଦଳରେ ମଦ ଦେଉଛନ୍ତି । ଯଦି କୌଣସି ଦୋକାନୀ ୩୦ ପେଟିରୁ କମ୍‌ ମଦ ଦେଉଛନ୍ତି ତା’ହେଲେ ପ୍ରାର୍ଥୀଙ୍କ ସହଯୋଗୀ ମଦ ନେଉ ନାହାନ୍ତି । 

ସବୁଠାରୁ ଆଶ୍ଚାର୍ଯ୍ୟ କଥା  ହେଲା ଯଦି କୌଣସି ଦୋକାନୀ ଦେବାକୁ ମନା କରୁଛନ୍ତି, ଏମାନେ ଧମକ ଦେଉଛନ୍ତି ନିର୍ବାଚନ ସରିଲେ ତମ ଦୋକାନ ଆଗରେ ମହିଳାଙ୍କୁ ଲଗାଇ ଧାରଣ ଦେବୁ । ୫ ଦିନ ଧାରଣା ଦେଲେ କେତେ କ୍ଷତି ହେବ ସେତେବେଳେ ଜାଣିପାରିବ। ଭୟରେ ଦୋକାନୀମାନେ ସେମାନଙ୍କ ଦାବି ମାନି ନେଉଥିବା କିଛି ମଦ ଦୋକାନୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.