ନିର୍ବାଚନ ଖବର
  • ଭୁବନେଶ୍ୱର: ଏମ୍‌ସ ନିକଟରେ ଟ୍ରକ୍‌-ବୁଲେଟ୍ ଧକ୍କାରେ ଜଣେ ମୃତ, ଡ୍ରାଇଭର ଫେରାର
  • ||
  • ସୁସ୍ଥ ହୋଇ ଘରକୁ ଫେରିଲେ ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ
  • ||
  • ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଉଦ୍‌ଘାଟନୀ ଉତ୍ସବର ରିହାଲସଲ୍‌ ସ୍ଥଗିତ
  • ||
  • ନୟାଗଡ଼ କୁସୁମୀ ନଦୀରେ ବୁଡି ଭାଇ ଭଉଣୀ ମୃତ,
  • ||
  • ନବ ନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକର, ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ହେବେ ସାମିଲ୍
  • ||
  • କଳାହାଣ୍ଡି: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ବାପା ମୃତ, ପୁଅ ଓ ଅନ୍ୟ ଜଣେ ଗୁରୁତର
  • ||
  • କାଲିମେଳାରୁ ନିଖୋଜ ଡାକ୍ତର କର୍ଣ୍ଣାଟକରେ ଠାବ, ଖୁବ୍‌ଶୀଘ୍ର ମାଲକାନଗିରି ଅଣାଯିବ
  • ||
  • ଏନ୍‌ଡିଏର ନେତା ହେଲେ ନରେନ୍ଦ୍ର ମୋଦି, ୮ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ
  • ||
  • ଆସନ୍ତା ୩ରୁ ୪ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ, ୧୨ରୁ ପୁଣି ବଢ଼ିପାରେ ତାତି
  • ||
  • ନୂଆ ସରକାର ଆସିଲେ କ’ଣ ହେବ ? ଡରରେ ଆଗଧାଡ଼ିଆ ଅଫିସରଙ୍କ ଛାତି ଧଡ଼ଧଡ଼, ଖଣ୍ଡାଧାରରେ ଭାଗ୍ୟ
  • ||

ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୩/୦୫: ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ। ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୯୬ ଆସନରେ ଚାଲିଛି ଭୋଟିଂ ।  ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଯାହା ସନ୍ଧ୍ୟା ୬ଟାରେ ଶେଷ ହେବ । ଏହି ପର୍ଯ୍ୟାୟରେ ମୋଟ ୧,୭୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏମାନଙ୍କ ମଧ୍ୟରେ ୧,୫୪୦ ପୁରୁଷ ଓ ୧୭୦ ପ୍ରାର୍ଥୀ ମହିଳା ରହିଛନ୍ତି । ଅର୍ଥାତ ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ୧୦% ମହିଳା ଅଛନ୍ତି । ୨୦୧୯ରେ ଅନୁଷ୍ଠିତ ନିର୍ବାଚନରେ ଏହି ୯୬ ଆସନ ମଧ୍ୟରୁ ବିଜେପି ସର୍ବାଧିକ ୪୨ରେ ଜିତିଥିଲା ବେଳେ ୱାଇଏସ୍‌ଆର୍‌ କଂଗ୍ରେସ ୨୨, ବିଆର୍‌ଏସ୍‌ ୯ ଏବଂ କଂଗ୍ରେସ ୬ ଆସନରେ ବିଜୟୀ ହୋଇଥିଲା । ଅନ୍ୟମାନଙ୍କୁ ୧୭ ଆସନ ମିଳିଥିଲା ।

ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଲୋକସଭା ଆସନରେ ମତଦାନ ହେବ। ସେହିଭଳି ତେଲଙ୍ଗାନାର ୧୭, ୟୁପିର ୧୩, ମହାରାଷ୍ଟ୍ରର ୧୧, ମଧ୍ୟ ପ୍ରଦେଶ ଓ ପଶ୍ଚିମବଙ୍ଗର ୮ ଲେଖାଏଁ ଆସନରେ ଚାଲି ଭୋଟିଂ । ସେହିଭଳି ବିହାରର ୫, ଓଡ଼ିଶା ଓ ଝାଡ଼ଖଣ୍ଡର ୪ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ମତଦାନ । ଏହାଛଡ଼ା ଆନ୍ଧ୍ର ପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନରେ ମଧ୍ୟ ଏକସଙ୍ଗେ ମତଦାନ ଅନୁଷ୍ଠିତ ହେବ । ଓଡ଼ିଶାର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ୨୮ ଆସନରେ ସେହିଭଳି

ଏହି ପର୍ଯ୍ୟାୟରେ ଦେଶବ୍ୟାପୀ ୧୭.୭୦ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରୁ ୮.୯୭ କୋଟି ପୁରୁଷ ହୋଇଥିବା ବେଳେ ୮.୭୩ କୋଟି ମହିଳା । ୧୨.୪୯ ଲକ୍ଷ ମତଦାତାଙ୍କ ବୟସ ୮୫ ବର୍ଷରୁ ଅଧିକ ହୋଇଥିବା ୧୯.୯୯ ଲକ୍ଷ ଭିନ୍ନକ୍ଷମ ଭୋଟର । ଘରେ ଥାଇ ସେମାନେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ । ଏଥିପାଇଁ ବିକଳ୍ପ ବ୍ୟବସ୍ଥା ରହିଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ ।

ଚତୁର୍ଥ ପର୍ଯ୍ୟାୟରେ ୫ କେନ୍ଦ୍ରମନ୍ତ୍ରୀ ଏବଂ ଦୁଇଜଣ ପୂର୍ବତନ କ୍ରିକେଟରଙ୍କ ଭାଗ୍ୟ ପରୀକ୍ଷା ହେବ । ୫ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ନିତ୍ୟାନନ୍ଦ ରାୟ (ଉଜିୟାରପୁର), ଗିରିରାଜ ସିଂହ (ବେଗୁସରାଇ), ଅଜୟ ମିଶ୍ର ଟେନି (ଲକ୍ଷ୍ମୀପୁର ଖେରି), ଅର୍ଜୁନ ମୁଣ୍ଡା (ଖୁଣ୍ଟି) ଏବଂ ଜି କିଷନ ରେଡ୍ଡୀ (ସିକନ୍ଦରାବାଦ) ରହିଛନ୍ତି । ପୂର୍ବତନ କ୍ରିକେଟର୍‌ ୟୁସୁଫ୍‌ ପଠାନ ଟିଏମ୍‌ସିରୁ ପଶ୍ଚିମବଙ୍ଗର ବରହମପୁରରେ ପ୍ରାର୍ଥୀ ହୋଇଥିବା ବେଳେ କୀର୍ତ୍ତି ଆଜାଦ ବର୍ଦ୍ଧମାନରୁ ପ୍ରାର୍ଥୀ ହୋଇଛନ୍ତି । ଏହାଛଡ଼ା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କର ଭାଗ୍ୟ ମଧ୍ୟ ପରୀକ୍ଷା ହେବ । ସେ ୟୁପିର କନ୍ନୌଜରୁ ପ୍ରାର୍ଥୀ ହୋଇଛନ୍ତି । ଟିଏମ୍‌ସି ଟିକଟରେ ଆସନସୋଲ୍‌ରୁ ପ୍ରାର୍ଥୀ ହୋଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ ।

ବିଜେପିର ସର୍ବାଧିକ ୭୦ ପ୍ରାର୍ଥୀ ଲଢ଼ୁଥିବା ବେଳେ କଂଗ୍ରେସର ୬୧, ୱାଇଏସ୍‌ଆର୍‌ସିପିର ୨୫, ସପାର ୧୯, ବିଆର୍‌ଏସ୍‌ ଓ ଟିଡିପିର ୧୭ ଲେଖାଏଁ, ଟିଏମ୍‌ସିର ୮, ବିଜେଡି ଓ ଆରଜେଡିର ୪ ଲେଖାଏଁ, ଏଆଇଏମ୍‌ଆଇଏମ୍‌ର ୩, ଶିବସେନା ସିନ୍ଦେ ଗୋଷ୍ଠୀର ୩ ଏବଂ ଉଦ୍ଧବ ଗୋଷ୍ଠୀର ୪ ପ୍ରାର୍ଥୀ ରହିଛନ୍ତି । ବିଜେପିର ୬୫ ପ୍ରାର୍ଥୀ କୋଟିପତି ଥିବା ବେଳେ କଂଗ୍ରେସର ୫୬, ୱାଇଏସ୍‌ଆର୍‌ସିପିର ୨୪, ବିଆର୍‌ଏସ୍‌ର ୧୭, ଟିଡିପିର ୧୭, ସପାର ୧୧ ପ୍ରାର୍ଥୀ କୋଟିପତି ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ୩ ଜଣ ପ୍ରମୁଖ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରେ ଟିଡିପିର ଚନ୍ଦ୍ରଶେଖର ପେମ୍ମାସାନି (୫,୭୦୫ କୋଟି), ବିଜେପିର କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀ (୪,୫୬୮ କୋଟି) ଏବଂ ଟିଡିପିର ପ୍ରଭାକର ରେଡ୍ଡୀ (୭୧୬ କୋଟି) ରହିଛନ୍ତି ।

ଚତୁର୍ଥ ପର୍ଯ୍ୟାୟରେ ୧୨ ହଟ୍‌ ସିଟ୍‌ ଉପରେ ଦେଶବାସୀଙ୍କ ନଜର ରହିବ । ଏହି ଆସନଗୁଡ଼ିକ ମଧ୍ୟରେ ୟୁପିର କନ୍ନୌଜ, ଲକ୍ଷ୍ମୀପୁର ଖେରି, ଉନ୍ନାଓ, ତେଲଙ୍ଗାନାର ହାଇଦ୍ରାବାଦ, ସିକନ୍ଦରାବାଦ, ବିହାରର ବେଗୁସରାଇ, ବିହାରର ଉଜିଆରପୁର, ଝାଡ଼ଖଣ୍ଡର ଖୁଣ୍ଟି, ପଶ୍ଚିମବଙ୍ଗର କୃଷ୍ଣାନଗର, ବରହମପୁର, ଆସନସୋଲ ଏବଂ ବର୍ଦ୍ଧମାନ ରହିଛି ।

ଚତୁର୍ଥ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ୪୭୬ ଜଣ ବା ୨୮% କୋଟିପତି । ୨୭୪ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା, ଅପହରଣ ଭଳି ମାମଲା ରହିଛି । ୫୦ ପ୍ରାର୍ଥୀଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି । ୫ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ବି ରହିଥିବା ଜଣାପଡ଼ିଛି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.