ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦୨ ସିଟ୍‌ ପାଇଁ ଆରମ୍ଭ ହେଲା ନାମାଙ୍କନ; ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୨୦/୦୩: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। କହିରଖୁଛୁ ଯେ, ଏହି ପର୍ଯ୍ୟାୟରେ ୧୭ ଟି ରାଜ୍ୟ ଏବଂ ଚାରୋଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସହିତ ଏହି ସମସ୍ତ ୧୦୨ ଟି ଆସନରେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ମାର୍ଚ୍ଚ ୧୬ ରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ନିର୍ବାଚନ ଘୋଷଣା କରାଯାଇଥିଲା। ଏ‌ଥିର ସମଗ୍ର ଦେଶରେ ୭ ଟି ପର୍ଯ୍ୟାୟରେ ମତଦାନ ହେବ। 

ରାଷ୍ଟ୍ରପତିଙ୍କ ତରଫରୁ ନିର୍ବାଚନ ଆୟୋଗଙ୍କ ଦ୍ବରା ଜାରି ବିଜ୍ଞପ୍ତି ଅନୁଯାୟୀ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୭ ଅଟେ। ତେବେ ବିହାରରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ଲୋକସଭା ପାଇଁ ଭୋଟ୍ ଅନୁଷ୍ଠିତ ହେବ, ସେଥିପାଇଁ ଏକ ଉତ୍ସବ ହେତୁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୮ କୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିହାରର ୪୦ ଟି ଲୋକସଭା ଆସନ ମଧ୍ୟରୁ ଚାରିଟିରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୮ ରେ ନାମାଙ୍କନପତ୍ରର ଯାଞ୍ଚ କରାଯିବ। ବିହାର ପାଇଁ ନାମାଙ୍କନ ଯାଞ୍ଜ କରିବାର ତାରିଖ ୩୦ ମାର୍ଚ୍ଚ ରହିଛି। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୩୦ ହୋଇଥିବାବେଳେ ବିହାରରେ ପ୍ରଥମ ପର୍ଯ୍ୟାୟରେ ଚାରୋଟି ସିଟ୍ ପାଇଁ ନାମାଙ୍କନ ପ୍ରତ୍ୟାହାର କରିବାର ତାରିଖ ଏପ୍ରିଲ୍ ୨ ପର୍ଯ୍ୟନ୍ତ ଜାରି ରହିବ।

ଦେଶରେ ୫୪୩ ଟି ଆସନ ପାଇଁ ମତଦାନ ୧୯ ଏପ୍ରିଲ, ୨୬ ଏପ୍ରିଲ, ୭ ମଇ, ୧୩ ମେ, ୨୦ ମେ, ୨୫ ମେ ଏବଂ ୧ ଜୁନ୍ ରେ ଅନୁଷ୍ଠିତ ହେବ। ଏପ୍ରିଲ ୧୯ ରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ଆସନ, ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ ଟି ଆସନ, ମେ ୭ ରେ ତୃତୀୟ ପର୍ଯ୍ୟାୟରେ ୯୪ ଟି ଆସନ, ମେ ୧୩ ରେ ଚତୁର୍ଥ ପର୍ଯ୍ୟାୟରେ ୯୬ ଟି ଆସନ, ମେ ୨୦ ରେ ପଞ୍ଚମ ପର୍ଯ୍ୟାୟରେ ୪୯ ଟି ଆସନ, ମଇ ୨୫ ରେ ଷଷ୍ଠ ପର୍ଯ୍ୟାୟ ୫୭ ଟି ଆସନରେ ଏବଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଜୁନ୍ ୧ ରେ ୫୭ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.