କୋଣାର୍କ,୧୧।୭ : କୋଣାର୍କରେ ଦିନକୁ ଦିନ ବଢି ଚାଲିଛି ଚୋରି ଡକାୟତି। କୋଣାର୍କ ରିଙ୍ଗ୍ ରୋଡ ନିକଟ ବିୟର ପାର୍ଲରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏକ ଲକ୍ଷ ୨୨ହଜାର ଟଙ୍କା ଓ ବିୟର ଚୋରି ହୋଇଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କିଛି ମୁଖା ପିନ୍ଧି ଅଜଣା ଦୁର୍ବୃତ୍ତ କୋଣାର୍କ ରିଙ୍ଗ୍ ରୋଡ ନିକଟ ବିୟର ପାର୍ଲରରେ ପଶିଥିଲେ। ଏହାପରେ କ୍ୟାସ୍ ବାକ୍ସରୁ ଏକ ଲକ୍ଷ ୨୨ହଜାର ଟଙ୍କା ଓ କିଛି ବିୟର ଲୁଟ କରି ନେଇଥିଲେ। ସକାଳେ ଦୋକାନ ମାଲିକ ଜାଣିବା ପରେ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ।
କୋଣାର୍କ ଓ ଚନ୍ଦ୍ରଭାଗା ମେରାଇନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୋକାନର ସିସିଟିଭି ସମେତ କୋଣାର୍କର ମୁଖ୍ୟ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ୍ କରାଯାଉଛି।