ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନନ୍ୟ ହନୁମାନ ମନ୍ଦିର; ପ୍ରବେଶ ପାଇଁ ସ୍ୱତନ୍ତ୍ର ନିୟମ, ଭକ୍ତଙ୍କୁ ୧୦୮ ଥର ଲେଖିବାକୁ ପଡ଼େ ‘ରାମନାମ’

ଭୋପାଳ, ୧୬।୪: କେବଳ ଯେ ଅଯୋଧ୍ୟାରେ ରାମ ମନ୍ଦିର ରହିଛି ତା ନୁହେଁ, ଦେଶର ଅନେକ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ରହିଛି । କିଛି ମନ୍ଦିର ଏଭଳି ରହିଛି, ଯେଉଁଠାରେ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶକୁ ନେଇ ରହିଛି ସ୍ୱତନ୍ତ୍ର ନିୟମ । ଠିକ୍ ସେହିଭଳି ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ଶ୍ରୀରାମଚନ୍ଦ୍ରଙ୍କ ଏକ ସ୍ୱତନ୍ତ୍ର ମନ୍ଦିର ରହିଛି । ଯାହାର ନାଁ ‘ଅପନେ ରାମ କା ନିରାଲା ଧାମ’ । କୁହାଯାଏ ଏହି ମନ୍ଦିରର ସୁରକ୍ଷା ଦାୟିତ୍ୱ ସ୍ୱୟଂ ଯମରାମ ତୁଲାନ୍ତି । ସେହିପରି ମନ୍ଦିରର ସମସ୍ତ ଦାୟିତ୍ୱ ମହାବଳି ହନୁମାନ ଉପରେ ନ୍ୟସ୍ତ । ଏହି ମନ୍ଦିରର ବିଶେଷତା ହେଉଛି ଏଠାରେ ଭଗବାନ ରାମ ଓ ହନୁମାନଙ୍କ ସମେତ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦ ମଧ୍ୟ ପୂଜା ପାଆନ୍ତି । ରାମାୟଣରେ ବର୍ଣ୍ଣିତ ସମସ୍ତ ଚରିତ୍ରଙ୍କ ପ୍ରତିମୂର୍ତ୍ତି ଏହି ମନ୍ଦିରରେ ବିରାଜମାନ । ତେବେ ମନ୍ଦିରକୁ ପ୍ରବେଶ କରିବାକୁ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ରହିଛି ସ୍ୱତନ୍ତ୍ର ନିୟମ । ଯାହାକୁ ମାନିବା ବାଧ୍ୟତାମୂଳକ । 

ତେବେ ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ କରିବା ଏତେ ସହଜ ନୁହେଁ । ମନ୍ଦିର ଭିତରକୁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ଲେଖିବାକୁ ପଡ଼େ ରାମନାମ । ସେ ପୁଣି ୧୦୮ ଥର । ଏହାପରେ ମନ୍ଦିର ଭିତରକୁ ଯାଇ ଭଗବାନଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରାମନାମ ଲେଖିବା ଲାଗି ମନ୍ଦିର ପକ୍ଷରୁ କଲମ ଦିଆଯାଏ । ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଟିଏରୁ ଅଧିକ ରାମନାମ ଲେଖିସାରିଛନ୍ତି ଭକ୍ତ । ମନ୍ଦିରକୁ ଦୈନିକ ପାଖାପାଖି ୨୦୦ରୁ ୩୦୦ ଶ୍ରଦ୍ଧାଳୁ ଆସନ୍ତି । ମନ୍ଦିର ପ୍ରାଙ୍ଗଣରେ ୧୨୧ ଫୁଟ୍‌ ବିଶିଷ୍ଟ ହନୁମାନଙ୍କ ବିଶାଳ ପ୍ରତିମୂର୍ତ୍ତି ରହିଥିବାବେଳେ ତାଙ୍କ କାନ୍ଧରେ ପ୍ରଭୁ ରାମ ଏବଂ ଲକ୍ଷ୍ମଣ ବିରାଜମାନ । ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ୧୧ ହଜାର ବର୍ଗ ଫୁଟ୍ ସ୍ଥାନରେ ତିନି ଡର୍ଜନରୁ ଅଧିକ ମନ୍ଦିର ରହିଛି । ମନ୍ଦିରର ସମସ୍ତ ସ୍ଥାନରେ ଲାଲ ରଙ୍ଗରେ ଜୟ ଶ୍ରୀରାମ ଲେଖାହୋଇଛି । ଏଠାରେ ଥିବା ପ୍ରତିଟି ମନ୍ଦିରର କାନ୍ଥ ଓ ଚଟାଣରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଜୟ ଶ୍ରୀ ରାମ ଲେଖିଥାନ୍ତି । 

ସେହିପରି ଏହି ମନ୍ଦିରରେ ତ୍ରିଜଟା, ଶବରୀ, କୈକେୟୀ, ମନ୍ଥରା ଓ ସୂର୍ପଣଖାର ମଧ୍ୟ ମୂର୍ତ୍ତି ସ୍ଥାପନ କରାଯାଇଛି । ଏହା ବ୍ୟତୀତ ଅହିଲ୍ୟା, ରାବଣର ପତ୍ନୀ ମନ୍ଦୋଦରୀ, କୁନ୍ତୀ, ଦ୍ରୈପଦୀ ଓ ତାରାଙ୍କର ମଧ୍ୟ ମୂର୍ତ୍ତି ରହିଛି । ତେବେ ମନ୍ଦିରଟି ୧୯୯୦ ମସିହାରେ ନିର୍ମାଣ କରାଯାଇଥିଲା । ତେବେ ଆପଣ ଭାବୁଥିବେ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରରେ ରାବଣର ମୂର୍ତ୍ତି କାହିଁକି ରହିଛି ? ରାବଣ ମହାପଣ୍ଡିତ ଓ ଜ୍ଞାନୀ ବୋଲି ବିଶ୍ୱାସ କରାଯାଏ । ତେଣୁ ସେ ସର୍ବଦା ପୂଜନୀୟ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ କେହି ପୂଜାରୀ ନାହାନ୍ତି କି ଭଗବାନଙ୍କୁ ପ୍ରସାଦ ମଧ୍ୟ ଚଢ଼ାଯାଏନାହିଁ । ମନ୍ଦିର ଯାଉଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ନେଇ ଯିବାର ମଧ୍ୟ ଆବଶ୍ୟକତା ନଥାଏ । କେବଳ ସେତିକି ନୁହେଁ, ଏହି ମନ୍ଦିରରେ ହୁଣ୍ଡି ମଧ୍ୟ ନାହିଁ । ଏହି ମନ୍ଦିରରେ କେବଳ ମଙ୍ଗଳ ଓ ଶନିବାର ହିଁ ପୂଜାରୀ ଆରତି କରିବା ଲାଗି ଆସିଥାନ୍ତି । ଆଉ ବାକି ୫ ଦିନ ଶ୍ରୀରାମଚନ୍ଦ୍ର ମନ୍ଦିରର ସମସ୍ତ ଦାୟିତ୍ୱ ସମ୍ଭାଳିଥାନ୍ତି ବୋଲି ପୂଜାରୀଙ୍କ ବିଶ୍ୱାସ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.