ନୂଆଦିଲ୍ଲୀ,୨୫/୮ : ମଲୟାଲମ ସିନେମାର ମହାନ ନିର୍ଦ୍ଦେଶକ ରଞ୍ଜିତ ରବିବାର କେରଳ ସରକାର ଦ୍ବାରା ପରିଚାଳିତ ହେଉଥିବା ‘କେରଳ ଚଳଚ୍ଚିତ୍ର ଏକାଡେମୀ’ର ମୁଖ୍ୟ ପଦରୁ ଦେଲେ ଇସ୍ତଫା । ରଞ୍ଜିତଙ୍କ ଇସ୍ତଫା ଏଭଳି ସମୟରେ ଆସିଛି ଯେତେବେଳେ କିଛି ଦିନ ପୂର୍ବରୁ ବଙ୍ଗଳା ଅଭିନେତ୍ରୀ ଶ୍ରୀଲେଖା ମିତ୍ରା ତାଙ୍କ ଉପରେ ଅଭିଯୋଗ ଲଗାଇଥିଲେ କି ୨୦୦୯ରେ ତାଙ୍କ ଉପରେ ଦୁର୍ବ୍ୟବହାର ହୋଇଥିଲା । ଅଭିଯୋଗ ପରେ ରଞ୍ଜିତଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।