ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ମାଲକାନଗିରି ଜିଲ୍ଲାରେ ଶିକ୍ଷା ଗ୍ରହଣ କରୁଥିବା ବହୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସଠିକ୍ ସୁବିଧା ପାଇପାରୁନାହାନ୍ତି । ଫଳରେ ଏହି ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାଲକାନଗିରି ଜିଲ୍ଲାରେ ଛାତ୍ର ସଂସଦ ନିର୍ବାଚନ କରାଯାଉ । ମାଲକାନଗିରି ମହାବିଦ୍ୟାଳୟ ଓ ଆଦର୍ଶ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକଙ୍କ ପଦବୀ ପୁରଣ କରାଯାଉ । ମାଲକାନଗିରି ମହାବିଦ୍ୟାଳୟରେ ପାଠାଗାର ଅର୍ଧ ନିର୍ମିତ ହୋଇ ରହିଅଛି । ତାହା ତୁରନ୍ତ ସମ୍ପୂର୍ଣ ଭାବେ ନିର୍ମାଣ କରିବା ସହ କାର୍ଯ୍ୟକାରୀ କରାଯାଉ । ଆଜକୁ ପ୍ରାୟ ୪୫ ବର୍ଷରୁ ଉର୍ଦ୍ଧ ହେଲା ମାଲକାନଗିରି ମହାବିଦ୍ୟାଳୟ ଚାଲିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳି ପାରିଲା ନାହିଁ । ତେଣୁ ତୁରନ୍ତ ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ । ମାଲକାନଗିରି ମହାବିଦ୍ୟାଳୟର ଶ୍ରେଣୀଗୃହ ମରାମତି କରାଯାଉ । ମାଲକାନଗିରି ମହାବିଦ୍ୟାଳୟରେ ଭିତ୍ତିପ୍ରସ୍ତର ଥାଇ ମଧ୍ୟ ଖେଳ ପଡିଆ ନଥିବାରୁ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡାରୁ ବଞ୍ଚିତ ହେଉଛନ୍ତି । ତେଣୁ ମହାବିଦ୍ୟାଳୟ ନିମନ୍ତେ ଖେଳପଡିଆ ଗାଲେରି ନିର୍ମାଣ କରାଯାଉ ।
ସେହିଭଳି ଆଦର୍ଶ ମହାବିଦ୍ୟାଳୟରେ ଜିଲ୍ଲାର ଆଖପାଖ ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ ଦୈନନ୍ଦିନ ଆସି ଶିକ୍ଷା ଗ୍ରହଣ କରୁଛନ୍ତି । କିନ୍ତୁ ତାଙ୍କୁ ବଷ୍ଟାଣ୍ଡ ଠାରୁ ଆଦର୍ଶ ମହାବିଦ୍ୟାଳୟ ବହୁ ଦୂର ରାସ୍ତା ହେଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ବସଷ୍ଟାଣ୍ଡ ଠାରୁ ଆଦର୍ଶ ମହାବିଦ୍ୟାଳୟକୁ ଏକ ବସ୍ ସୁବିଧା କରାଯାଉ । ମାଲକାନଗିରି ଜିଲ୍ଲା ୩୨୬ ନଂ ଜାତୀୟ ରାଜପଥ ଠାରୁ ଆଦର୍ଶ ମହାବିଦ୍ୟାଳୟ ପ୍ରାୟ ଦୁଇ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ଥିବାବେଳେ ଏହି ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ତେଣୁ ମୁଖ୍ୟ ରାସ୍ତା ଠାରୁ ଆଦର୍ଶ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରାଯାଉ ବୋଲି ମାଲକାନଗିରି ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ୮ଦଫା ଦାବି ନେଇ ମାଲକାନଗିରି ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଛନ୍ତି।