ନୂଆଦିଲ୍ଲୀ: ନିକଟରେ ମଣିପୁର ପାର୍ଟି ୟୁନିଟ୍ ସଭାପତିଙ୍କ ସହ ହୋଇଥିବା ଆକ୍ରମଣ ଘଟଣାର ଉଦାହରଣ ଦେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଶନିବାର ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଏହି ଉତ୍ତର-ପୂର୍ବ ରାଜ୍ୟରେ ଗଣତନ୍ତ୍ର ଏବଂ ଆଇନ ଶୃଙ୍ଖଳା ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । ଖଡଗେ ଚିଠିରେ କହିଛନ୍ତି ଯେ, ଜାନୁଆରୀ ୨୪ରେ ଇମ୍ଫାଲରେ ସାଂସଦ, ବିଧାୟକ ଓ ମନ୍ତ୍ରୀମାନଙ୍କର ଏକ ବୈଠକ ଡକାଯାଇଥିଲା, ଯେଉଁଥିରେ ମଣିପୁର କଂଗ୍ରେସ କମିଟି ସଭାପତି ଏବଂ ବିଧାୟକ କେଶମ ମେଘଚନ୍ଦ୍ରଙ୍କୁ ମାଡ଼ ମରାଯାଇଥିଲା ।
ସେ ଦାବି କରିଛନ୍ତି କି, ଏହା ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା, “କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ଗୁପ୍ତଚର ସେବା କର୍ମଚାରୀଙ୍କ ଉପସ୍ଥିତି ପରେ ବି ଏହି ଘଟଣା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
'ଭାରତ ଯୋଡୋ ନ୍ୟାୟ ଯାତ୍ରା' ପାଇଁ ନିକଟରେ ମଣିପୁର ଗସ୍ତ ବିଷୟରେ ଉଲ୍ଲେଖ କରି ଖଡଗେ କହିଛନ୍ତି ଯେ, ମଣିପୁରର ସମାଜ ସମ୍ପୂର୍ଣ୍ଣ ବିଭାଜିତ ହୋଇଛି ଏବଂ ସେଠାରେ ଥିବା ଲୋକମାନେ "ଆଶ୍ବସ୍ତି, ଶାନ୍ତି ଏବଂ ନ୍ୟାୟ" ପାଇଁ କୌଣସି ସମାଧାନ ଖୋଜି ପାଇ ନାହାଁନ୍ତି । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେ ଚିଠିରେ ମଧ୍ୟ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଣିପୁରକୁ ନେଇ ନିରବତା ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ ଅଟେ । ମଣିପୁରରେ ଗଣତନ୍ତ୍ର ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କଂଗ୍ରେସ ସଭାପତି ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।