ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୋକାନୀ ଚାଉମିନକୁ ନଦୀ ପାଣିରେ ବୁଡ଼ାଇଲେ ! ଭିଡ଼ିଓ ଦେଖି ଲୋକେ ଆଶ୍ଚର୍ଯ୍ୟ, ଦେଲେ ଏମିତି କମେଣ୍ଟ

ନୂଆଦିଲ୍ଲୀ – ଅନେକ ସମୟରେ ଲୋକେ ଷ୍ଟ୍ରିଟ୍‌ ଫୁଡ୍ସରେ ନୁଡଲ୍ସକୁ ଖୁବ୍‌ ପସନ୍ଦ କରିଥାନ୍ତି। ପିଲା ଓ ବଡ଼ ମାନଙ୍କୁ ନୁଡଲ୍ସ ଖାଇବା ବହୁତ ଭଲ ଲାଗିଥାଏ। ହେଲେ ସେମାନେ ଜାଣନ୍ତି କି ନୁଡଲ୍ସ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇ ନଥାଏ,  ତଥାପି ସେମାନେ ସ୍ୱାଦିଷ୍ଟ ପାଇଁ ସ୍ୱାସ୍ଥ୍ୟକୁ ପଛ କରି ନୁଡଲ୍ସର ଲାଭ ଉଠାଇଥାନ୍ତି। ଏହି ନୁଡଲ୍ସ ସହ ଜଡ଼ିତ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଏହି ଭିଡ଼ିଓକୁ ଦେଖିବା ପରେ ନୁଡଲ୍ସ ପସନ୍ଦ କରୁଥିବା ଲୋକ ଥରୁଟିଏ ଖାଇବା ପୂର୍ବରୁ ନିଶ୍ଚୟ ଭାବିବେ। 

ଫାଷ୍ଟ ଫୁଡ୍‌ ସେଣ୍ଟରରେ ନୁଡଲ୍ସ ମଧ୍ୟ ସବୁଠୁ ଅଧିକ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ଗୁଡ଼ିକ ମଧ୍ୟରୁ ଗୋଟିଏ। ଚୀନ୍‌ରୁ ଆସିଥିବା ଏହି ନୁଡଲ୍ସ ସମସ୍ତଙ୍କୁ ପସନ୍ଦ ହୋଇଥାଏ। ମ୍ୟାଗି ଓ ୟେପ୍ପି ଭଳି ବ୍ରାଣ୍ଡେଡ୍‌ ନୁଡଲ୍ସର ବିପରୀତ , ଦେଶୀ ଭଳି ପ୍ରସ୍ତୁତ ହେଉଥିବା ନୁଡଲ୍ସକୁ ଲୋକେ ଖୁବ୍‌ ପସନ୍ଦ କରିଥାନ୍ତି। ଏହାକୁ ଚାଉମିନ୍‌ ନୁଡଲ୍ସ କୁହନ୍ତି। ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ଭିଡ଼ିଓକୁ ଯଦି ଦେଖିବା ତ ସେଥିରେ ଜଣେ ବ୍ୟକ୍ତି ନଦୀ ପାଣିକୁ ଯାଉଛନ୍ତି ନଜର ଆସୁଛି ଏବଂ ହାତରେ ସେ ପ୍ଲାଷ୍ଟିକର ଝୁଡ଼ି ଧରିଛନ୍ତି , ଆଉ ଏହାକୁ ନଦୀ ପାଣିରେ ବୁଡ଼ାଉଛନ୍ତି। ଏହି ଝୁ଼ଡ଼ିରେ କଣ ଅଛି ପ୍ରଥମେ ତ ଏହା ଜଣାପଡ଼ୁନି, କିନ୍ତୁ ଯେବେ ସେ ପାତ୍ରକୁ ୩ଥର ପାଣିରେ ବୁଡ଼ାଉଛନ୍ତି ଏବଂ ବାହାରକୁ ଆଣୁଛନ୍ତି , କିଛି ଫ୍ରାଏ ନୁ଼ଡଲ୍ସ ପାତ୍ରର ଛିଦ୍ର ଦେଇ ବାହାରକୁ ଆସୁଥିବାର ଦେଖିବାକୁ ମିଳୁଛି। 

ଏମିତି ଲାଗୁଛି କି ,ବୋଧହୁଏ ଦୋକାନୀ ନୁଡଲ୍ସକୁ ଫ୍ରାଏ ପରେ ପାଣିରେ ପକାଇ ଚିପ୍‌ଚିକାକୁ ରୋକିବା ଲକ୍ଷ୍ୟରେ ଏମିତି କରାଯାଉଛି। ଏହାଠାରୁ ଆହୁରି ଆଶ୍ଚର୍ଯ୍ୟକର କଥା ଏହା କି, ଆଖପାଖର ଥିବେ ଏତେ ସବୁ ଲୋକଙ୍କୁ ଏହାକୁ ନେଇ କିଛି ଚିନ୍ତା ନାହିଁ। ଜଣେ ବ୍ୟକ୍ତି ଏହି ଘଟଣାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଅପଲୋଡ କରି ଦେବା ପରେ ଏହା ଭାଇରାଲ ହୋଇଛି। 


ଭିଡ଼ିଓ ଏବେ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର ଆଶ୍ଚର୍ଯ୍ୟ ହୋଇଛନ୍ତି। ଲୋକେ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି। ଜଣେ ବ୍ୟକ୍ତି ବ୍ୟଙ୍ଗ କରି କହୁଛନ୍ତି ସେ ବ୍ୟକ୍ତି ନୁଡଲ୍ସକୁ ଗଙ୍ଗା ସ୍ନାନ କରାଉଛନ୍ତି। ଆଉ ଜଣେ କମେଣ୍ଟରେ ଲେଖିଛନ୍ତି , ଷ୍ଟ୍ରୀଟ୍‌ ଭେଣ୍ଡର ଖାଦ୍ୟ ପ୍ରସ୍ତୁତିରେ ବହୁତ ଅସ୍ୱାସ୍ଥ୍ୟକର ହୋଇଥାଏ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.