ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି , ସାମ୍ନାରୁ ଆସୁଥିଲା ଟ୍ରେନ୍ !

ପ୍ରୟାଗରାଜ : ଜଣେ ବ୍ୟକ୍ତିଙ୍କ ଜୀବନ ମୃତ୍ୟୁ ମୁଖରୁ ଫେରି ଆସିଛି। ଯାହାକି ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏମିତି ଏକ ଆଶ୍ଚର୍ଯ୍ୟକର ଖବର ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ସାମନାକୁ ଆସିଛି। ଜଣେ ବ୍ୟକ୍ତି ରେଲୱେ ଟ୍ରାକ୍‌ରେ ଛତା ଲଗେଇ ନିଘୋଡ଼ ନିଦରେ ଶୋଇ ଯାଇଥିଲେ। ସୌଭାଗ୍ୟର କଥା ଏହା କି, ଲୋକଟି ଟ୍ରାକ୍‌ରେ ଶୋଇ ଥିବାର ଲୋକୋ ପାଇଲଟ ଦେଖି ଟ୍ରେନ୍‌ର ବ୍ରେକ୍‌ ମାରି ଦେଇଥିଲେ। ଯାହା ଫଳରେ ଲୋକଟିର ଜୀବନ ବଞ୍ଚି ଯାଇଥିଲା।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍‌ ଜୋରରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଗୋଟିଏ ଟ୍ରେନ୍‌ ଠିଆ ହୋଇଛି ଏବଂ ଏହା ସାମନାରେ ଜଣେ ବ୍ୟକ୍ତି ଛତା ଲଗେଇ ଶୋଇବାର ନଜର ଆସୁଛି। ଲୋକୋ ପାଇଲଟ ତାଙ୍କୁ ନିଦରୁ ଉଠାଇ ଟ୍ରେନ୍‌କୁ ଆଗକୁ ନେଉଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍‌ ପ୍ରତିକ୍ରିୟା ଆସୁଛି। ଲୋକେ ଭିଡ଼ିଓ ସେୟାର କରି ବିଭିନ୍ନ ପ୍ରକାରର ପ୍ରଶ୍ନ କରୁଛନ୍ତି । କହୁଛନ୍ତି ଟ୍ରେନ୍‌ର ଟ୍ରାକ୍ ମଝିରେ ଏତେ ଆରାମରେ କିଏ ଶୋଇପାରେ ? ଏହି ବ୍ୟକ୍ତିଙ୍କୁ ଜୀବନ ପ୍ରତି ଟିକିଏ ବି ଚିନ୍ତା ନାହିଁ। 

ଲାଇଭ୍‌ ହିନ୍ଦୁସ୍ତାନୀରେ ପ୍ରକାଶିତ ରିପୋର୍ଟ ମୁତାବିକ ,ଏହି ଭାଇରାଲ ଭିଡ଼ିଓ ପ୍ରୟାଗରାଜର ମଉଆଇମା ରେଲୱେ କ୍ରସିଂ ପାଖର ଥିବା କୁହାଯାଉଛି। ଗୁରୁବାର ଦ୍ୱିପ୍ରହରରେ ଏକ ଟ୍ରେନ୍‌ ପ୍ରୟାଗରାଜରୁ ମଉଆଇମା ମଧ୍ୟ ଦେଇ ପ୍ରତାପଗଡ଼ ଅଭିମୁଖେ ଯାଉଥିଲା। ଯେବେ ଟ୍ରେନ୍‌ ରେଲୱେ କ୍ରସିଂ ପାଖ ଦେଇ ଫ୍ଲାଇଓଭର ପାଖରେ ପହଞ୍ଚିଲା ତ ଲୋକୋ ପାଇଲଟ ଜଣେ ବ୍ୟକ୍ତିଙ୍କୁ ଟ୍ରାକ୍‌ରେ ଶୋଇ ଥିବାର ଦେଖି ଥିଲେ। ଡ୍ରାଇଭର ସମୟ ପୂର୍ବରୁ ଟ୍ରେନ୍‌ ରୋକି ତାଙ୍କ ପାଖରେ ପହଞ୍ଚି ଗଲେ। ସେଠାରେ ବ୍ୟକ୍ତି ଜଣଙ୍କ କାମରେ କ୍ଲାନ୍ତ ହୋଇ ରେଲୱେ ଟ୍ରାକ୍‌ରେ ତଉଲିଆ ବିଛେଇ ଛତା ଲଗେଇ ଶୋଇ ଯାଇ ଥିଲେ। 

ଡ୍ରାଇଭର ତାଙ୍କୁ ଟ୍ରାକ୍‌ରୁ ଉଠାଇ ଥିଲେ। ତାପରେ ଟ୍ରେନ୍‌ ନେଇ ଚାଲି ଯାଇ ଥିଲେ। ସେପଟେ ଏହି ମାମଲାରେ ମଉଆଇମା ରେଲୱେ ଷ୍ଟେସନ ଅଧିକ୍ଷକଙ୍କର କହିବା ହେଲା କି, ତାଙ୍କୁ ଏହି ମାମଲାରେ କୌଣସି ସୂଚନା ନାହିଁ। ଏହାସହ ରେଲୱେ ଟ୍ରାକ୍‌ରେ ଶୋଇଥିବା ବ୍ୟକ୍ତିଙ୍କର ମଧ୍ୟ ପରିଚୟ ମିଳି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.