ନୂଆଦିଲ୍ଲୀ,୦୯/୮: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଉଭୟ ସିବିଆଇ ଓ ଇଡି ମାମଲାରେ ଆଜି ତାଙ୍କୁ ଜାମିନ ମିଳିଛି । ଏଥିସହ ତାଙ୍କୁ ନିଜର ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ୧୭ ମାସ ପରେ ତାଙ୍କୁ ମିଳିଛି ଜାମିନ । ତେବେ ଆପଣ ଜାଣିଛନ୍ତି କି ମନୀଷ ସିସୋଦିଆଙ୍କ ମୋଟ ସମ୍ପତି କେତେ ରହିଛି? ଆସନ୍ତୁ ଜାଣିବା..
ମନୀଷ ସିସୋଦିଆ ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢିଥିଲେ । ସେହି ସମୟରେ ସେ ନିଜର ଆଫିଡେବିଟରେ ସମ୍ପତ୍ତିର ବିବରଣୀ ଦେଇଥିଲେ। ମନୀଷଙ୍କ ଆଫିଡେଭିଟ୍ ଅନୁଯାୟୀ ସେ ସୁନାରେ ସୁନାରେ କିମ୍ବା ସେୟାରରେ ସଞ୍ଚୟ କରିନାହାଁନ୍ତି। କେବଳ ତାଙ୍କ ପତ୍ନୀଙ୍କର ୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ରହିଛି। ମନୀଷ ସିସୋଦିଆଙ୍କ ମୁଖ୍ୟ ସଞ୍ଚୟ ବୀମା ଯୋଜନାରେ ଅଛି । ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ପାଇଁ ତାଙ୍କର ମୋଟ ବୀମା ପଲିସି ୫୨ ହଜାର ୬୩୫ ଟଙ୍କା ରହିଛି।
ମନିଷ ସିସୋଦିଆଙ୍କ ପାଖରେ ୩୦ ହଜାର ଟଙ୍କା ମୂଲ୍ୟର ନଗଦ ଟଙ୍କା ଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଟ ୪ ଲକ୍ଷ ୬୭ ହଜାର ଟଙ୍କା ରହିଛି। ମନୀଷ ଏହି ଆଫିଡେଭିଟରେ ୨ଟି ସମ୍ପତ୍ତି ବିଷୟରେ କରିଛନ୍ତି ଉଲ୍ଲେଖ । ଏଥିରେ ଗାଜିଆବାଦରେ ଥିବା ଭାସୁନ୍ଦରା ସମ୍ପତ୍ତିର ମୂଲ୍ୟ ୨୧ ଲକ୍ଷ ଟଙ୍କା ଏବଂ ଦିଲ୍ଲୀର ମୟୂର ବିହାରରେ ଥିବା ଫ୍ଲାଟର ମୂଲ୍ୟ ୬୫ ଲକ୍ଷ ଟଙ୍କା ରହିଛି। ମନୀଷ ସିସୋଦିଆଙ୍କ ଆଫିଡେଭିଟ୍ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୯୩.୫୦ ଲକ୍ଷ ଟଙ୍କା ରହିଥିବା ସୂଚନା ମିଳିଛି ।