ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଷ୍ଟର୍‌କ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡ୍‌ର ଦୁରବସ୍ଥା: ସଫା ହେଉନି ଶୌଚାଳୟ, ଅଧିକାରୀଙ୍କ ପାଖେ ନାହିଁ ଉତ୍ତର

ଭୁବନେଶ୍ୱର,୦୮/୦୬: ମାଷ୍ଟରକ୍ୟାଣ୍ଟିନ୍‌ ‘ମୋ ବସ୍‌ଷ୍ଟାଣ୍ଡ୍‌’ । ଏହାର ପ୍ରବେଶ ପଥ ସହ ପରିସରରେ ଖାଲି ଗୋଡ଼ି ଓ ବାଲି ଗଦା ହୋଇଛି । ଯାତ୍ରୀଙ୍କ ବସିବା ପାଇଁ କୌଣସି ଚୌକି ନାହିଁ କି ସୁରକ୍ଷିତ ଭାବେ ଠିଆ ହେବାକୁ ଜାଗା ନାହିଁ । ଯିଏ ଯେଉଁପଟେ ଚାହୁଁଛି ବସ୍‌ ଆଣି ରଖୁଛି । କେବଳ ବସ ନୁହେଁ ଅଟୋ ଚାଳକ  ମଧ୍ୟ ଅଟୋ ଆଣି ମନଇଚ୍ଛା ରଖୁଛନ୍ତି । ଫଳରେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି । ସେହିପରି ଶୌଚାଳୟ କଥା ନ କହିବା  ଭଲ । ଏହା ସଫା ହେଉନଥିବାରୁ ଯାତ୍ରୀମାନେ ଖୋଲାରେ ପରିସ୍ରା କରୁଛନ୍ତି । ଏଭଳି ଦୃଶ୍ୟ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ବସ୍‌ଷ୍ଟାଣ୍ଡରେ  ଦେଖିବାକୁ ମିଳିଛି ।  

ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ବସ୍‌ଷ୍ଟାଣ୍ଡ୍‌ ହେଉଛି  ମାଷ୍ଟରକ୍ୟାଣ୍ଟିନ “ମୋ ବସ୍‌ଷ୍ଟାଣ୍ଡ’ । ପ୍ରତିଦିନ ଶହ ଶହ ଯାତ୍ରୀ  ଏହି ବସ୍‌ଷ୍ଟାଣ୍ଡ୍‌ ଉପରେ ନିର୍ଭରଶୀଳ । ତେବେ ଏହି ବସ୍‌ଷ୍ଟାଣ୍ଡଟି ଏବେ ଅବ୍ୟବସ୍ଥିତ ହୋଇପଡିଛି । ପ୍ରଚଣ୍ଡ ଖରାରେ ଏଠାରେ  ବସିବା ପାଇଁ ଛାଇ ଜାଗାଟିଏ ନାହିଁ । ସେହିପରି ଗୋଟିଏ ମାତ୍ର  ପିଇବା ପାଣି ମେସିନ୍‌ ରହିଛି । ତାହା ପୁଣି ଅନେକ ସମୟରେ  ଅଚଳ ହୋଇପଡ଼ୁଛି । ଫଳରେ ପାଣି ପାଇଁ ଲୋକେ ହଇରାଣ  ହେଉଛନ୍ତି । ଗତବର୍ଷ ଏହି ବସ୍‌ଷ୍ଟାଣ୍ଡ୍‌ରେ ପେଭର୍‌ ବ୍ଲକ ପଡ଼ିଥିଲା । ହେଲେ ବସ୍‌ଷ୍ଟାଣ୍ଡ୍‌ର ବିଭିନ୍ନ ସ୍ଥାନରେ ଏହା ଫାଟିଗଲାଣି । ଫଳରେ ବାଲିଗୋଡ଼ି ଉପରକୁ ଉଠିଗଲାଣି । କେବଳ ଭିତରେ ନୁହେଁ,  ଏହାର ଉଭୟ ପ୍ରବେଶ ଓ ପ୍ରସ୍ଥାନ ପଥରେ ବଡ଼ ବଡ଼ ଖାଲ  ସୃଷ୍ଟି ହୋଇଛି ।  

କେବଳ ସେତିକି ନୁହେଁ, ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବସ୍‌ଷ୍ଟାଣ୍ଡକୁ  ଆସୁଥିବା ବେଳେ ପ୍ରବେଶ ପଥରେ ଚାଲିଥିବା ଫାଟକ କାମ ଆଜି  ପର୍ଯ୍ୟନ୍ତ ସରିନାହିଁ । ଚାରିପଟ ଡ୍ରେନ୍‌ ମୁକୁଳା ପଡ଼ିଛି । ଡ୍ରେନ୍‌ରେ  ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା । ସ୍ଥାନୀୟ ହୋଟେଲ୍‌ଗୁଡ଼ିକର  ଆବର୍ଜନା ଓ ଅପରିଷ୍କାର ପାଣି ଡ୍ରେନରେ ଜମି ରହୁଛି ।  ଉକ୍ତ ଆବର୍ଜନା ଜଳ ନିଷ୍କାସନ ହୋଇପାରୁନାହିଁ । ଫଳରେ  ପଚାଗନ୍ଧରେ ନାକ ଫାଟିପଡ଼ୁଛି । ସନ୍ଧ୍ୟା ହେଲେ ଉକ୍ତ  ଅଞ୍ଚଳରେ ମଶାଙ୍କ ଉପଦ୍ରବ ବଢ଼ୁଛି । ସେହିପରି  ଶୌଚାଳୟ ଠିକ୍‌ ଭାବେ ସଫା ହେଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବସଷ୍ଟାଣ୍ଡ ପରିସରରେ  ଗଦାଗଦା ଆବର୍ଜନା ସାଙ୍ଗକୁ ପରିସ୍ରା ସମଗ୍ର ଅଞ୍ଚଳକୁ  ଦୁର୍ଗନ୍ଧରେ ଫଟାଉଛି । ପାଖରେ ଏକ ଆହାର  କେନ୍ଦ୍ର ରହିଛି । ହେଲେ ସେଠାରେ ବି ଲୋକେ  ପରିସ୍ରା କରୁଥିବା ଅଭିଯୋଗ ହେଉଛି । ତେଣୁ  ଲୋକମାନେ ଦୁର୍ଗନ୍ଧରେ ଖାଇ ପାରୁନାହାନ୍ତି । ପୂର୍ବରୁ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣ  ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତା  ଓ ଡ୍ରେନ୍‌ ମରାମତି କରିବାକୁ ଦାବି କରିଆସୁଥିଲେ । ହେଲେ ପୂର୍ତ୍ତ ବିଭାଗ  ଏ ଦିଗରେ ଧ୍ୟାନ ଦେଉନାହିଁ । ଏ  ନେଇ ପୂର୍ତ୍ତ ବିଭାଗର ଜଣେ  ଅଧିକାରୀଙ୍କୁ ପଚାରିବାରୁ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ  ଦାୟିତ୍ୱ ତାଙ୍କର ନୁହେଁ ବୋଲି ସେ କହିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.