ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଦିଲ୍ଲୀରେ ବୁଲଡୋଜର ଆଗରେ ମହିଳାଙ୍କ ଆତଙ୍କ , ରୋକିବାକୁ ପଡ଼ିଲା ପୁଲିସର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ - ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଏକ ମସଜିଦ୍‌ ସହ ଜଡ଼ିତ ଅବୈଧ ଅତିକ୍ରମଣକୁ ହଟାଇବାର ଚେଷ୍ଟାରେ ମଙ୍ଗଳବାର ଖୁବ୍‌ ହଙ୍ଗାମା ହୋଇଛି। ଖୁବ୍‌ ଜୋରରେ ଗର୍ଜନ କରୁଥିବା ବୁଲଜୋଡର ଆଗରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ। ଖାଲି ଏତିକି ନୁହେଁ ଅବୈଧ ନିର୍ମାଣ ଉପରେ ବହୁ ସଂଖ୍ୟାରେ ବୁର୍ଖାପିନ୍ଧା ମହିଳାମାନେ ଯାଇ ବସି ଯାଇଥିଲେ। ବାଧ୍ୟ ହୋଇ ଏମସିଡିକୁ ବୁଲଡୋଜର ଆକ୍ସନକୁ ରୋକିବାକୁ ପଡ଼ିଲା। ହେଲେ ଏହା ପୂର୍ବରୁ କିଛି ଭାଗକୁ ଭାଙ୍ଗି ଦିଆଯାଇ ଥିଲା।

କଞ୍ଜାବଲା ରୋଡ୍‌ ସ୍ଥିତ ମଙ୍ଗୋଲପୁରୀର ୱାର୍ଡ ନମ୍ୱର ୪୨ରେ ପେଟ୍ରୋଲ ପମ୍ପ ପାଖରେ ଅବୈଧ ଅତିକ୍ରମଣ ରହିଛି। ଏଠାରେ ଏକ ମସଜିଦ୍‌କୁ ଅବୈଧ ଷ୍ଟ୍ରକଚରରେ ତିଆରି କରାଯାଇଛି। ଅବୈଧ ଧାର୍ମିକ ନିର୍ମାଣକୁ ହଟାଇବାର କ୍ୟାମ୍ପେନକୁ ଆଗକୁ ବଢାଇ ଏମସିଡି ମଙ୍ଗଳବାର ଖୁବ୍‌ ସୁରକ୍ଷା ମଧ୍ୟରେ ଟିମ୍‌କୁ ଘଟଣା ସ୍ଥଳକୁ ପଠାଇଛି। ଦିଲ୍ଲୀ ପୁଲିସର ସୁରକ୍ଷା ମଧ୍ୟରେ ଏମସିଡିର ୫ଟି କମ୍ପାନୀ ସକାଳୁ ସକାଳୁ ଭଙ୍ଗାରୁଜା ଆରମ୍ଭ କରି ଦେଇଛି।

ମସଜିଦ୍‌ର ଅବୈଧ ନିର୍ମାଣକୁ ଭାଙ୍ଗିବା ଆରମ୍ଭ କରାଯାଇଛି। ବିରୋଧ ମଧ୍ୟରେ ପାଖାପାଖି ୨୦ ମିଟର ଭାଗକୁ ହଟାଯାଇ ଥିଲା କି, ସେଠାରେ ହଙ୍ଗାମା ବଢିବାକୁ ଲାଗି ଥିଲା। ବହୁ ସଂଖ୍ୟାରେ ବିକ୍ଷୋଭ ପ୍ରଦର୍ଶନକାରୀ ଜେସିବି ସାମନାକୁ ଆସି ଥିଲେ। ତଳେ ପୁରୁଷ ନାରାବାଜି ଓ ହଙ୍ଗାମା କରିବା ସହ ଅବୈଧ ମସଜିଦ୍‌ ଠାରେ ବହୁ ସଂଖ୍ୟାରେ ମୁସଲିମ୍‌ ମହିଳା ଏକାଠି ହୋଇ ଗଲେ। ଆଇନ ବ୍ୟବସ୍ଥାର ସ୍ଥିତି ବିଗିଡିବାର ଆଶଙ୍କା ବଢିଯାଇ ଥିଲା।

ଏମସିଡି ପକ୍ଷରୁ କୁହାଯାଇଛି କି, ଖୁବ୍‌ ଚେଷ୍ଟା ପରେ ମଧ୍ୟ ଭିଡ଼କୁ ହଟା ଯାଇ ପାରି ନାହିଁ। ନଗର ନିଗମର କହିବାନୁସାରେ, ସ୍ଥିତିକୁ ଦେଖି ପୁଲିସ ଏମସିଡିକୁ କାର୍ଯ୍ୟାନୁଷ୍ଠାନ ରୋକିବାକୁ କହିଥିଲା। ଏମସିଡି କହିଛି କି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.