ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ଡ୍‌ ରୁଲ୍‌ କଡ଼ାକଡ଼ି, ସରକାରୀ ହସ୍ପିଟାଲରେ ୨ବର୍ଷ ଚାକିରି କରିବାକୁ ବାଧ୍ୟ

ଭୁବନେଶ୍ୱର, ୩୧।୧: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଣିଲା ବଣ୍ଡ୍‌ ରୁଲ୍‌ । ବଣ୍ଡ୍‌ ରୁଲ୍‌ ଅନୁସାରେ ସରକାରୀ ମେଡିକାଲ କଲେଜରେ ପିଜି ପଢ଼ା ସରିଲାପରେ କୌଣସି ଏକ ସରକାରୀ ଚିକିତ୍ସାଳୟରେ ଦୁଇବର୍ଷ ଚାକିରି କରିବାକୁ ବାଧ୍ୟ ହେବେ । ଯଦି ଏପରି ନହୁଏ ତେବେ ପାଠପଢ଼ା (ଇଣ୍ଟର୍ଣ୍ଣସିପ୍‌) ବେଳେ ମିଳୁଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇଗୁଣ ଟଙ୍କା ଫେରସ୍ତ କରିବାକୁ ପଡ଼ିବ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି । 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟସ୍ତରୀୟ କୋଟାରେ ଏମବିବିଏସ୍‌ ଓ ବିଡିଏସ୍‌ ପଢିବାକୁ ହେଲେ ଏକ ନୂଆ ବଣ୍ଡ ଦାଖଲ କରିବାକୁ ପଡ଼ିବ । ଯଦି ଏହି ବଣ୍ଡ ଦାଖଲ କରାନଯିବ ତେବେ କଲେଜରେ ଭର୍ତ୍ତି ହେବାକୁ ନାଁ ଯିବ ନାହିଁ । ତେବେ ଏହାକୁ ଡାଇରେକ୍ଟୋରେଟ୍‌ ଅଫ୍‌ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଂ (ଡିଏମଇଟି) ସୁନିଶ୍ଚିତ କରିବେ । ଅନ୍ୟପକ୍ଷରେ ଯିଏ ଉଚ୍ଚଶିକ୍ଷା କରିବ ତାଙ୍କ ପାଇଁ ବଣ୍ଡ ନିୟମ ଲାଗୁ ହେବନି । ହେଲେ ଉଚ୍ଚଶିକ୍ଷା ପରେ ସମ୍ପୃକ୍ତ ବିଦ୍ୟାର୍ଥୀ ଦୁଇବର୍ଷ ପାଇଁ ସରକାରୀ ଚିକିତ୍ସାଳୟରେ କାମ କରିବେ । ଏଥିପାଇଁ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ।    ଡିଏମ୍‌ଇଟିଙ୍କ ଠାରୁ ଏହି ବଣ୍ଡ ବାବଦରେ କୌଣସି ସୂଚନା ନ ଆସିବା ପର୍ଯ୍ୟନ୍ତ ରାଜ୍ୟ ମେଡିକାଲ ପରିଷଦ ଏନ୍‌ଓସି ଦେଇପାରିବ ନାହିଁ । ଯଦି ପାଠ ସରିବାର ପରବର୍ତ୍ତୀ ୬ମାସ ମଧ୍ୟରେ ସରକାର ଚାକିରି ଦେବାରେ ବିଫଳ ହୁଅନ୍ତି, ତା ହେଲେ ଉକ୍ତ ବଣ୍ଡ ସର୍ତ୍ତାବଳୀ ବାତିଲ ହୋଇଯିବ । 

ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ରୁଲ୍‌ ମୁତାବକ, ପଞ୍ଜୀକୃତ ହୋଇଥିବା ଘରୋଇ ପ୍ରତିଷ୍ଠାନ ମଧ୍ୟ କୋର୍ଟ ସତ୍ୟପାଠ ବିନା ସମ୍ପୃକ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ । ଯିଏ କୋର୍ସ ସରିବା ପୂର୍ବରୁ ପାଠ ଛାଡ଼ିବେ ସେ ୧୦ଲକ୍ଷ ଟଙ୍କା ଦେବେ ନଚେତ୍‌ ଷ୍ଟାଇପେଣ୍ଡ ଫେରାଇବାକୁ ବାଧ୍ୟ ହେବେ । ଯଦି ଏହି ନିୟମକୁ ଅମାନ୍ୟ କରି ଟଙ୍କା ଫେରସ୍ତ ନ କରିବେ ତେବେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ରୁଲ ଅନୁଯାୟୀ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଡିଏମ୍‌ଇଟି ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ରାଜ୍ୟରେ ୫ରୁ ୧୦ବର୍ଷ ପର୍ଯ୍ୟନ୍ତ ବଣ୍ଡ ବ୍ୟବସ୍ଥା ରହିଥିବା ବେଳେ ଓଡ଼ିଶାରେ ଏହାକୁ କୋହଳ କରାଯାଇ ମାତ୍ର ଦୁଇବର୍ଷ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଯଦ୍ଦ୍ୱାରା ଲୋକେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ । ବର୍ତ୍ତମାନ ଡାକ୍ତରଙ୍କ ତୁଳନାରେ ବିଶେଷଜ୍ଞ ପଦବୀ ଖାଲି ରହିଛି । ଏହି ନୂତନ ନିୟମ ମାଧ୍ୟମରେ ବିଶେଷଜ୍ଞ ଅଭାବ ପୂରଣ ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.