ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ନୌସେନାରେ ସାମିଲ୍ ହେବ ୬ଟି ରୋମିୟୋ ହେଲିକପ୍ଟର, ଜାଣନ୍ତୁ ଏହା କେତେ ଶକ୍ତିଶାଳୀ…

ନୂଆଦିଲ୍ଲୀ, ୦୧/୦୩: ବଢ଼ିବ ନୌସେନାର ଶକ୍ତି । ସମୁଦ୍ର ଭିତରେ ବୁଡ଼ାଜାହଜକୁ ଖୋଜି ଖୋଜି ମାରି ପାରିବ ଭାରତୀୟ ନୌସେନା । ପାଣି ଭିତରେ ହିଁ ବୁଡ଼ାଜାହାଜକୁ ଖୋଜି ଧ୍ୱଂସ କରି ପାରୁଥିବା ହେଲିକପ୍ଟର ଏମ୍ଏଚ୍ ୬୦ ଆର୍ ଭାରତୀୟ ନୌସେନାରେ ସାମିଲ୍ ହେବ । ଏହାକୁ ରୋମିୟୋ ହେଲିକପ୍ଟର ମଧ୍ୟ କୁହାଯାଏ ।

ଏହି ହେଲିକପ୍ଟର ନୌସେନାରେ ସାମିଲ୍ ହେବା ଦ୍ୱାରା ସମୁଦ୍ରରେ ଭାରତ ଆହୁରି ଶକ୍ତିଶାଳୀ ହେବ । ଏମ୍ଏଚ୍ ୬୦ ଆର୍ ହେଲିକପ୍ଟର ସ୍ୱଦେଶୀ ବିମାନବାହକ ଯୁଦ୍ଧପୋତ ଆଇଏନଏସ୍ ଭିକ୍ରାନ୍ତର ଶକ୍ତିକୁ ଆହୁରି ବଢ଼ାଇବ । ଭାରତୀୟ ନୌସେନାରେ ଏହି ହେଲିକପ୍ଟରକୁ ମାର୍ଚ୍ଚ ୬ରେ ସାମିଲ୍ କରାଯିବ ।

ଏହି ହେଲିକପ୍ଟର ନିର୍ମାଣ କରିଛି ଆମେରିକାର ସ୍କୋରସ୍କ ଏୟାରକ୍ରାଫ୍ଟ କମ୍ପାନୀ । ଏହି ରୋମିୟୋ ହେଲିକପ୍ଟରର ୫ଟି ଭ୍ୟାରିଆଣ୍ଟ ରହିଛି । ଏହାଛଡ଼ା ରପ୍ତାନୀ ହିସାବରେ ଏଥିରେ ପରିବର୍ତ୍ତନ ଅଣା ଯାଇଥାଏ । ଏହାର ଉପଯୋଗ ସୁରକ୍ଷା, ଭିଆଇପି ମୁଭମେଣ୍ଟ, ଆକ୍ରମଣ ଓ ବୁଡ଼ାଜାହଜକୁ ଖୋଜିବା ଏବଂ ତାକୁ ଧ୍ୱଂସ କରିବା ଲାଗି କରା ଯାଇଥାଏ ।

ରୋମିୟୋ ହେଲିକପ୍ଟରରେ ଏକାଧିକ ସେନସର ସହ ରାଡାର ଲାଗିଛି । ଏହି ସେନସର ଶତ୍ରୁ ପକ୍ଷର ସମସ୍ତ ଆକ୍ରମଣ ନେଇ ସୂଚନା ଦେଇଥାଏ । ଏହା ଆକାଶରେ ଉଡ଼ିବା ଲାଗି ୩ରୁ ୪ ଜଣ କ୍ରୁ ମେମ୍ବର୍ସ ଆବଶ୍ୟକ କରେ । ଏହାଛଡ଼ା ଏଥିରେ ୫ ଜଣ ବସି ଯାତ୍ରା କରି ପାରିବେ ।

ଅସ୍ତ୍ରଶସ୍ତ୍ର, ସୈନିକଙ୍କ ସହ ଏହା ସର୍ବାଧିକ ୧୦ ହଜାର ୪୩୩ କିଲୋଗ୍ରାମ ଓଜନ ନେଇ ଉଡ଼ାଣ ଭରି ପାରିବ । ଏହି ହେଲିକପ୍ଟର ୬୪.୮ ଫୁଟ୍ ଲମ୍ବା ହୋଇଥିବା ବେଳେ ଉଚ୍ଚତା ୧୭.୨୩ ଫୁଟ୍ । ଏମ୍ଏଚ୍ ୬୦ ଆର୍ ମଲ୍ଟି-ରୋଲ୍ ହେଲିକପ୍ଟରରେ ୨ଟି ଜେନେରାଲ୍ ଇଲେକ୍ଟ୍ରିକ୍ ଟର୍ବୋଶେଫ୍ଟ ଇଞ୍ଜିନ୍ ଲାଗିଛି । 

ଏହି ରୋମିୟୋ ହେଲିକପ୍ଟର ଗୋଟିଏ ଥରରେ ୮୩୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ କରି ପାରିବ । ସର୍ବାଧିକ ୧୨ ହଜାର ଫୁଟ୍ ଉଚ୍ଚତାରେ ଉଡ଼ି ପାରିବ । ଘଣ୍ଟାପ୍ରତି ସର୍ବାଧିକ ୨୭୦ କିଲୋମିଟର ବେଗରେ ଏହା ଗତି କରି ପାରେ । ତେବେ ଆବଶ୍ୟକ ସ୍ଥଳେ ହେଲିକପ୍ଟରର ବେଗକୁ ଘଣ୍ଟାପ୍ରତି ୩୩୦ କିଲୋମିଟରକୁ ବଢ଼ାଇ ଦିଆଯାଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.