ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ଜେଲ୍‌ ଫେରନ୍ତା ବାବାଜୀ

ପୁରୀ,୦୪/୧୨: ନାବାଳିକାକୁ ଦୁଷ୍କର୍ମ କରି ବନ୍ଧାହେଲେ ଜଣେ ଜେଲ୍‌ ଫେରନ୍ତା ବାବାଜୀ । ଅଭିଯୁକ୍ତ ବାବାଜୀ ଜଣକ ବଳିଆପଣ୍ଡା ଥାନା ଅଧୀନ ରାଘବମହାରାଜ୍‌ ଲେନ୍‌ର ଅଭୟ ଦାସ  (୫୦) । ଜଣେ ନାବାଳିକାକୁ ଦୁଷ୍କର୍ମ  କରି ଗର୍ଭବତୀ କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ତାକୁ ଗିରଫ  କରିଛି । ରବିବାର ତାକୁ କୋର୍ଟ ଚାଲାଣ  କରାଯାଇଛି । ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଛି । 

ଅଭିଯୋଗ ହୋଇଛି ଯେ, ୧୭ ବର୍ଷିୟା ନାବାଳିକାକୁ ଅଭୟ ଭୟଭୀତ କରାଇଥିଲା । ଶାରୀରୀକ ସମ୍ପର୍କ ନରଖିଲେ ପରିବାର ଲୋକଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା । ୫୦ ବର୍ଷିୟ ବାବାଜୀ ଜଣକ ନାବାଳିକାକୁ ଦୀର୍ଘଦିନ ଧରି ଦୁଷ୍କର୍ମ କରି ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ନାବାଳିକା ଏବେ ୯ ମାସର ଗର୍ଭବତୀ ।  ଏ ସମ୍ପର୍କରେ ନାବାଳିକାର ପରିବାର ଲୋକେ କେହି ଜାଣି ପାରିନଥିଲେ । ଜଣାପଡ଼ିବା ପରେ ଏନେଇ ଥାନାରେ  ଏତଲା ଦେଇଥିଲେ ପରିବାର ଲୋକେ । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଦଫା ୩୭୬, ୫୦୬ ଆଇପିସି  ଓ ୬ ପୋକ୍‌ସୋ ଆକ୍ଟ ବଳରେ ମାମଲା  (୧୮୬/୨୬) ରୁଜୁ କରିଥିଲା । ପୂର୍ବରୁ  ଅଭୟ ଜଣେ ବ୍ୟକ୍ତିଙ୍କୁ ଗରମ ତେଲ  ଫିଙ୍ଗି ହତ୍ୟା ଉଦ୍ୟମ କରିଥିବା ପୁଲିସ  କହିଛି । ଏହି ମାମଲାରେ ସେ ଜେଲ୍‌  ଯାଇ ଜାମିନ୍‌ରେ ଫେରିଥିଲା ବୋଲି  କହିଛନ୍ତି ଆଇଆଇସି ସସ୍ମିତା ବେହେରା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.