କାମାକ୍ଷାନଗର, ୫।୧୧ ଫାଟିଲା ମୋବାଇଲର ବ୍ୟାଟେରୀ। ଅଳ୍ପକେ ବର୍ତ୍ତିଲା ନାବାଳକ। ଶନିବାର ରାତି ପ୍ରାୟ ୮ ଟା ବେଳେ କାମାକ୍ଷାନଗର ଏନଏସି ସ୍ଥିତ କଲେଜ ରୋଡରେ ଥିବା ଏକ ମୋବାଇଲ ଦୋକାନରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା।
ମୋବାଇଲର ଦୋକାନୀ ମୋବାଇଲରୁ ବ୍ୟାଟେରୀଟି ଖୋଲିକି ତଳେ ରଖିଥିଲେ। ସେଠାରେ ଉପସ୍ଥିତ ଥିବା ନାବାଳକ ଜଣଙ୍କ ସେହି ବ୍ୟାଟେରୀକୁ ଧରିବା କ୍ଷଣି ହଠାତ ହାତରେ ବ୍ୟାଟରିଟି ଫାଟିବା ସାଙ୍ଗକୁ ଜଳି ଯାଇଥିଲା।ଏହି ସମୟରେ ଦୋକାନୀ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟାଟେରୀକୁ ବାହାରକୁ ଫିଙ୍ଗି ଦେଇଥିଲେ।ଯାହା ଫଳରେ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନୀ।ଏହି ସମୟରେ ଦୋକାନରେ ୫ଜଣ ଲୋକ ଛିଡା ହୋଇଥିବା ବେଳେ ବ୍ୟାଟେରୀ ଫାଟିବା ଦେଖି ଭୟଭିତ ହୋଇଯାଇଥିଲେ।ତେବେ କେଉଁ କାରଣରୁ ବ୍ୟାଟେରୀଟି ଫାଟିଲା ତାହା ଜଣାପଡିନାହିଁ। ନାବାଳକର ଆଙ୍ଗୁଳିରେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।