ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାନଝିଙ୍କୁ MSME, ଚିରାଗ ପାସଓ୍ବାନଙ୍କୁ ଖାଦ୍ୟ ପକ୍ରିୟାକରଣ ମନ୍ତ୍ରଣାଳୟ, ମୋଦି ସରକାରରେ ବିହାର ମନ୍ତ୍ରୀଙ୍କ ବିଭାଗ ଓ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦।୬:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ସରକାରରେ ଆଜି ମନ୍ତ୍ରୀଙ୍କର ହୋଇଛି ବିଭାଗ ବଣ୍ଟନ। ବିହାରରୁ ସାମିଲ ହୋଇଥିବା ୪ କ୍ୟାବିନେଟ୍ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଭାଗ ଓ ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ହମ ଦଳର ନେତା ଏବଂ ଗୟାର ସାଂସଦ ଜିତନ ରାମ ମାନଝିଙ୍କୁ ଲଘୁ, କୁଟୀର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ମନ୍ତ୍ରୀ କରାଯାଇଛି। ସେଭଳି ଏଲଜେପି-ରାମବିଳାଶର ଅଧ୍ୟକ୍ଷ ଓ ହାଜିପୁର ସାଂସଦ ଚିରାଗ ପାସଓ୍ବାନଙ୍କୁ  ଖଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରଣାଳୟ ।

ଗ୍ରାମ ବିକାଶ ମନ୍ତ୍ରୀ ଥିବା ବିଜେପି ନେତା ଓ ବେଗୁସରାୟ ସାଂସଦ ଗିରିରାଜ ସିଂହଙ୍କୁ ବୟନ ଶିଳ୍ପ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି। ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଓ ମୁଙ୍ଗେର ସାଂସଦ ରାଜୀବ ରଞ୍ଜନ ସିଂହ ଓରଫ୍ ଲଲନ୍ ସିଂହଙ୍କୁ ମତ୍ସ୍ୟ ଓ ପଶୁପାଳନ ବିଭାଗ ବଣ୍ଟନ କରାଯାଇଛି।  

ସେଭଳି ନିତ୍ୟାନନ୍ଦ ରାୟ(ରାଷ୍ଟ୍ରମନ୍ତ୍ରୀ)ଙ୍କୁ ଗୃହ ମନ୍ତ୍ରଣାଳୟ, ରାମନାଥ ଠାକୁର(ରାଷ୍ଟ୍ରମନ୍ତ୍ରୀ)ଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ସତୀଶ ଚନ୍ଦ୍ର ଦୁବେ(ରାଷ୍ଟ୍ରମନ୍ତ୍ରୀ) କୋଇଲା ମନ୍ତ୍ରଣାଳୟ ଖନନ ମନ୍ତ୍ରଣାଳୟ ଏବଂ,ରାଜଭୂଷଣ ଚୌଧୁରୀ(ରାଷ୍ଟ୍ରମନ୍ତ୍ରୀ)ଙ୍କୁ  ଜଳଶକ୍ତି ମନ୍ତ୍ରଣାଳୟ ମିଳିଛି।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.