ଦେବଗଡ,୧୧।୬ ପାରିବାରିକ କଳହରୁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଗତକାଲି ବିଳମ୍ବିତ ରାତିରେ ଦେବଗଡ ଜିଲ୍ଲା ରିଆମାଳ ଥାନା କତ୍ରାପାଲି ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ମୃତ ମହିଳା ହେଲେ ସେହି ଗ୍ରାମର କୁନ୍ତଳା କିଶାନ।
ସବୁଦିନ ଭଳି ଗତକାଲି ରାତିରେ ମାଆ କୁନ୍ତଳା ନିଜ ଘର ମଧ୍ୟରେ ଶୋଇଥିଲେ। ବିଳମ୍ବିତ ରାତିରେ ସାନପୁଅ ସୁରେଶ କିଶାନ କୌଣସି କାରଣରୁ ମାଆ ଙ୍କ ସହ ଝଗଡା କରିଥିଲା। ପରେ ସେ ଟାଙ୍ଗିଆରେ ମାଆକୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ଗ୍ରାମବାସୀ ଏକଥା ଜାଣିବା ପରେ ଅଭିଯୁକ୍ତକୁ ଅଟକ ରଖିବା ସହ ରିଆମାଳ ଥାନାକୁ ଜଣାଇଥିଲେ । ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ସୁରେଶକୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଛନ୍ତି । ରିଆମାଳ ଥାନା ପୋଲିସ ତଦନ୍ତ ଆରମ୍ଭ ହୋଇଛି।