ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟସଭା ସାଂସଦ କରାଇବାକୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ କେଜ୍ରିଓ୍ବାଲ ! ଏସପିଙ୍କ ନିକଟରେ ଅଭିଯୋଗ କଲେ ସନ୍ଥ ଆଶୁତୋଷ

Image Courtesy: naidunia

ଭୋପାଳ: ନିରସିଂହପୁର ଜିଲ୍ଲାର ବରମାନରେ ରହୁଥିବା ଡ. ଆଶୁତୋଷ ମାହାରାଜ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୁଦ୍ଧରେ ଏସପିଙ୍କ ପାଖରେ ଫେରାଦ ହୋଇଛନ୍ତି । କେଜ୍ରିଓ୍ବାଲ ତାଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ବୋଲି ଆଶୁତୋଷ ମହାରାଜ ଅଭିଯୋଗ କରିଛନ୍ତି । ତେବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲ୍‌ ଯାଇଥିବା କେଜ୍ରିଓ୍ବାଲଙ୍କୁ ନେଇ ବିବାଦ ବୃଦ୍ଧି ପାଉଥିବା ବେଳେ ଏବେ ସନ୍ଥ ଆଶୁତୋଷଙ୍କ ଏଭଳି ସଙ୍ଗୀନ୍‌ ଅଭିଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 ସେ ଅଭିଯୋଗ କରିଛନ୍ତି ଯେ, କିଛି ବର୍ଷ ପୂର୍ବରୁ ଦିଲ୍ଲୀର ଆନ୍ନା ହଜାରେଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ଯେତେବେଳେ କେଜ୍ରିଓ୍ବାଲ ଏବଂ ଅନ୍ୟ କେତେ ଜଣ ବ୍ୟକ୍ତି ଆମ ଆଦମୀ ପାର୍ଟିର ଗଠନ କରିଥିଲେ ସେବେ ସେ ମଧ୍ୟ ସାମିଲ ଥିଲେ ବୋଲି କହିଛନ୍ତି । ଉତ୍ତର ପ୍ରଦେଶରୁ ସେ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିଥିଲେ । ହେଲେ ମୋଦିଙ୍କ ଲହର ଥିବା ବେଳେ ସେ ନିର୍ବାଚନରେ ପରାସ୍ତ ହୋଇଥିଲେ । ଏହା ପରେ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କୁ ରାଜ୍ୟସଭା ପଠାଇବାକୁ ଆଶ୍ବାସନା ଦେଇଥିଲେ ବୋଲି ଆଶୁତୋଷ କହିଛନ୍ତି । ଆଉ ଏଥିପାଇଁ କେଜ୍ରିଓ୍ବାଲ ତାଙ୍କଠୁ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । 

 ପରେ ତାଙ୍କୁ ଧୋକା ଦେଇ କେଜ୍ରିଓ୍ବାଲ ସଂଜୟ ସିଂହଙ୍କୁ ରାଜ୍ୟସଭା ପଠାଇଥିଲେ ବୋଲି କହିଛନ୍ତି ଆଶୁତୋଷ ମହାରାଜ ।  ପରେ ଏନେଇ କେଜ୍ରିଓ୍ବାଲଙ୍କୁ ପଚାରିବାରୁ ସେ ରାଗି ଯାଇଥିଲେ । ଏପରିକି କେଜ୍ରିଓ୍ବାଲ ତାଙ୍କୁ ଦଳରୁ ବାହାର କରିଦେଇଥିଲେ ବୋଲି ମହାରାଜ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାଜ୍ୟସଭା ସାଂସଦ ହେବାକୁ ସେ ଯେଉଁ ଟଙ୍କା ଦେଇଥିଲେ କେଜ୍ରିଓ୍ବାଲଙ୍କୁ ମାଗିଥିଲେ । ଟଙ୍କା ଫେରିପାଇଲେ ନାହିଁ କି ସମ୍ମାନ ମିଳିଲା ନାହିଁ ତେଣୁ ସେ ରାଜନୀତି ଛାଡ଼ିଦେଇଥିଲେ । ଆଉ ଏବେ ନରସିଂହପୁର ଏସପିଙ୍କ ନିକଟରେ ସେ ଅଭିଯୋଗ କରିଥିବା ବେଳେ ଆଶୁତୋଷଙ୍କୁ ଏସପି ଏହି ମାମଲାରେ ତଦନ୍ତ କରିବେ ବୋଲି ଆଶ୍ବାସନା ଦେଇଥିବା ଜଣାପଡ଼ିଛି । 

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.